୨୦୨୬ ନୋବେଲ ଶାନ୍ତି ପୁରସ୍କାର ବିଜେତା ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନ ବିଶେଷଜ୍ଞ ନାଭାନେଥେମ ନାଭି ପିଲ୍ଲାଇ(Navanethem Navi Pillay)।ମାନବାଧିକାର ସୁରକ୍ଷା ଏବଂ ନ୍ୟାୟ କ୍ଷେତ୍ରରେ ବିଶ୍ୱସ୍ତରରେ ଏକ ଅଲିଭା ଛାପ ଛାଡିଥିବା ଭାରତୀୟ ବଂଶୋଦ୍ଭବ ଦକ୍ଷିଣ ଆଫ୍ରିକାର ଆଇନଜ୍ଞ ନାଭାନେଥେମ ନାଭି ପିଲ୍ଲାଇଙ୍କୁ ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି ।ନାଭି ପିଲ୍ଲେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ଏକ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତି ପ୍ରଚଳିତ ଥିଲା । ଏଭଳି ପରିସ୍ଥିତିରେ ସେ ଆଇନ ଶିକ୍ଷା ଗ୍ରହଣ କରି ଜଣେ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସମୟରେ ନେଲସନ୍ ମଣ୍ଡେଲା ଓ ଅନ୍ୟାନ୍ୟ ଆନ୍ଦୋଳନକାରୀଙ୍କ ଆଇନଗତ ଅଧିକାର ପାଇଁ ସେ କାମ କରିଥିଲେ । ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ବିଚାରପତି ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ନ୍ୟାୟିକ ସଂସ୍ଥାରେ ଦାୟିତ୍ୱ ତୁଲାଇଥିଲେ ।
