author

ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ: ଆଇନ ମନ୍ତ୍ରୀ

ଯାତ୍ରା କମିଟି ମହାସଂଘର କର୍ମକର୍ତ୍ତାମାନେ ଆଜି ବିଭିନ୍ନ ଦାବି ନେଇ ଆଇନ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରୁଥିବାରୁ ଯାତ୍ରା ଅନୁଷ୍ଠାନକୁ ଯାତ୍ରା ପରିବେଷଣ ପାଇଁ ଏକ ସ୍ବତନ୍ତ୍ର ନିୟମ ପ୍ରସ୍ତୁତ କରିବା ସହ ଯାତ୍ରାରେ ଅଶ୍ଳୀଳତା, ଦ୍ବିଅର୍ଥବୋଧକ ସଂଳାପ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ମହାସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ବର୍ତ୍ତମାନ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ […]

ମାର୍ଚ୍ଚ ଯାଏଁ ଇସ୍କନକୁ ଡେଡ଼ଲାଇନ ଦେଲେ ଗଜପତି ମହାରାଜା

ବିଦେଶରେ ଇସ୍କନର ଅଦିନିଆ ରଥଯାତ୍ରାର ଆୟୋଜନ ନେଇ ଗଜପତି ଦିବ୍ୟସିଂହ ଦେବ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ପୁରୀ ଗଜପତି ମହାରାଜା କହିଛନ୍ତି, ଚିଠି ଲେଖିବା ସତ୍ତ୍ବେ ଇସ୍କନ ନ ମାନି ରଥ ଆୟୋଜନ କରୁଛି। ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ ନୁହେଁ।୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନିଆ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ […]

ପ୍ୟାରିସ ଅଲିମ୍ପିକ୍ସ ମେଡାଲ ଜିତିଥିବା ବକ୍ସର ଏବେ ବାହାରିଲେ ପୁରୁଷ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ବକ୍ସର ଇମାନ ଖଲିଫ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଲିମ୍ପିକ୍ସ ସମୟରେ ଇମାନଙ୍କ ଲିଙ୍ଗକୁ ନେଇ ବିବାଦ ଦେଖାଦେଇଥିଲା। ବର୍ତ୍ତମାନ ସାମ୍ନାକୁ ଆସିଥିବା ଡାକ୍ତରୀ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିଛି | ଯେଉଁଥିରେ କୁହାଯାଇଛି ଯେ ଇମାନଙ୍କ ଶରୀରରେ ରହିଛି ଅନେକ ପୁରୁଷ ଅଙ୍ଗ । ରିପୋର୍ଟ ଅନୁଯାୟୀ ଖଲିଫାଙ୍କ ଶରୀରରେ ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ ଅଛି, ଯାହା ୫-ଆଲଫା ରେଡକ୍ଟେଜ୍ ଅଭାବ ବୋଲି ଦର୍ଶାଏ । […]

୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି ।

୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ଖୁବ୍ କମ୍ ବୟସରେ ଆରମ୍ଭ କରିଥିଲେ କ୍ରିକେଟ ଖେଳ । ସାମାନ୍ୟ ମଧ୍ୟବିତ୍ତ ଘରୁ ଆସି ପୂରା ବିଶ୍ୱରେ ନାମ କମାଇ ପାରିଥିବା ନାଁ ହେଉଛି ବିରାଟ । ଦିନିକିଆରେ ସର୍ବାଧିକ ରନ୍, ଦିନିକିଆର ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍‌ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାମରେ […]

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରାର ଆୟୋଜନ ପ୍ରସଙ୍ଗ ।

ଆଗାମୀ ୯ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା କରିବା ଜିଦ୍‌ରେ ଅଟଳ ରହିଛି ଇସ୍କନ। ସେମାନଙ୍କର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତ୍ତି ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଦାବି କରିଛନ୍ତି। ଇସ୍କନର ଏଭଳି ଶାସ୍ତ୍ର ବିରୋଧୀ କାର‌୍ୟ୍ୟ ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାର […]

ସ୍ବାମୀଙ୍କୁ ଗଛରେ ବାନ୍ଧି ସ୍ତ୍ରୀଙ୍କୁ ହତ୍ୟା

ବୀଭତ୍ସ, ହୃଦୟ ବିଦାରକ, ଛାତି ଥରାଇଦେଲା ଭଳି ଅଘଟଣ । ସ୍ୱାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ । ପତ୍ନୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ପତ୍ନୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ହାରିଆମୁଣ୍ଡା ଗାଁରେ। ମୃତ ଦମ୍ପତି ହେଲେ ହାରିଆ ମୁଣ୍ଡା ଗାଁର ମହେନ୍ଦ୍ର ଖରା ଓ ସ୍ତ୍ରୀ ସାବିତ୍ରୀ ଖରା। ମହେନ୍ଦ୍ର ଓ ତାଙ୍କ ସ୍ତ୍ରୀ କୌଣସି […]

ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌

ଆସନ୍ତା ଦୁଇ ମାସ ମଧ୍ୟରେ ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ କ୍ରୟ ଓ ବିକ୍ରୟ କରିବ ଓମ୍‌ଫେଡ୍‌। ଆଜି ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏବେ ଓମ୍‌ଫେଡ୍ ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରୁଥିବା ବେଳେ ଆହୁରି ୨ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟାକରଣ କରି ବିକ୍ରି କରିବ।ଏଥିସହ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ଓମ୍‌ଫେଡ […]

ଆଜିର ରାଶିଫଳ(୫ ନଭେମ୍ବର, ୨୦୨୪)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।   ବୃଷ : ଆଜି ବାଣିଜ୍ୟ, […]

ଧାନସଂଗ୍ରହ ପ୍ରକ୍ରିୟାକୁ ସରଳ କରିବା ଉପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଗୁରୁତ୍ୱ

ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଧାନସଂଗ୍ରହ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଧାନସଂଗ୍ରହ ପ୍ରକ୍ରିୟା ସ୍ୱଚ୍ଛ ଓ ସରଳ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱଚ୍ଛତା ବଜାୟ ରହିବା ସହ ସଂପୂର୍ଣ୍ଣ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ନିମନ୍ତେ ତୃତୀୟ ପକ୍ଷ ଦ୍ୱାରା ଯାଞ୍ଚ କରାଯିବ । କୌଣସି ସୂଚନା […]

ସମୁଦ୍ର ମଝିରେ ଭାସୁଛି ଅଜଣା ଲୁହା ବସ୍ତୁ

ବାଲେଶ୍ୱର ସମୁଦ୍ର ମଝିରେ ଦେଖିବାକୁ ମିଳିଛି ଏକ ବଡ ଆଶ୍ଚର୍ଯ୍ୟର ବସ୍ତୁ ଯାହାକୁ ଦେଖିବା ପାଇଁ ଲୋକ ମାନଙ୍କର ନାହିଁ ନ ଥିବାର ଭିଡ ଜମୁଛି । ସମୁଦ୍ର ମଝିରେ ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ସୂଚନା ମୁତାବକ ବାଲେଶ୍ୱର ଜିଲ୍ଲା ଉଦୟପୁର ସମୁଦ୍ର ନିକଟରେ ଠାବ ହେଲା ବିରାଟ ଲୁହା ବସ୍ତୁ ।ବାତ୍ୟା ଦାନା କାରଣରୁ ଏହା ଭୋଗରାଇ ଉଦୟପୁର ସମୁଦ୍ର ନିକଟକୁ ଭାସିଆସିଥିବା ଅନୁମାନ କରାଯାଉଛି। ଏହି ଲୁହା […]

ଶିମିଳିପାଳକୁ ଆସିବ ଦ୍ୱିତୀୟ ବାଘୁଣୀ

ହାରାଷ୍ଟ୍ରରୁ ଶିମିଳିପାଳକୁ ଖୁବ୍ ଶୀଘ୍ର ଆସିବ ଦ୍ୱିତୀୟ ବାଘୁଣୀ। ଦିନେ ଦୁଇ ଦିନ ଭିତରେ ଓଡ଼ିଶାରୁ ଗୋଟିଏ ଟିମ୍ ମହାରାଷ୍ଟ୍ର ଯିବ। ୭ରୁ ୮ଟି ବାଘୁଣୀକୁ ବଛାଯାଇଥିବା ବେଳେ ଅନ୍ୟ ବାଘ ବି ଆସିବେ। ଯେଉଁ ଟିମ୍ ଯାଇଛନ୍ତି ସେମାନେ କୋର ଏରିଆରୁ ଗୋଟିଏ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବେ। ଟ୍ରାଙ୍କୁଲାଇଜ କରିବାର ୨ ଘଣ୍ଟା ଭିତରେ ଓଡ଼ିଶାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିବ। ଏଥିପାଇଁ ଟ୍ରାନସପୋର୍ଟ ଗାଡ଼ି […]

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତ ବର୍ଷର ପଞ୍ଜିକା ସମନ୍ୱୟ ବୈଠକ ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତ ବର୍ଷର ପଞ୍ଜିକା ସମନ୍ୱୟ ବୈଠକ । ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପାଳନ ହେଉ ଥିବା ପର୍ୱ ପର୍ୱାଣୀ ସମ୍ପର୍କିତ ତଥ୍ୟରେ ସମନ୍ୱୟ ରଖିବାକୁ ଅନୁରୋଧ କରାଯାଇଛି । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ […]