author

ଦୀପାବଳିରୁ ଧୀରେ ଧୀରେ ବଢିବ ଥଣ୍ଡା

ପୁଣି ଆସୁଛି ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ । ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି । ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ପାଗ ସହ କାଁ ଭାଁ ହାଲୁକାରୁ ସ୍ବଳ୍ପ ବର୍ଷା […]

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦୀପାବଳି ପରେ ପରେ ପଡ଼ିଲା ମହଙ୍ଗା ମାଡ଼ । ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ଗତ ମାସ ପରି ଚଳିତ ମାସ ବି ବଢ଼ିଛି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ । ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୬୨ ଟଙ୍କା ଲେଖା ବଢ଼ିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ । ଗତ ୪ ମାସ ହେବ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ବଢ଼ିବାରେ ଲାଗିଛି| ତେବେ ଆଶ୍ୱସ୍ତିର […]

ଆଜି ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ।

ଶ୍ରୀମନ୍ଦିରରେ ଦୀପାବଳି ପାଳନ ସହ ଅମାବାସ୍ୟା ନୀତି ହେବ । ଏଥିସହ ପୟା ଶ୍ରାଦ୍ଧ ପକାଇ ଭକ୍ତମାନେ ବଡ଼ବଡ଼ିଆଙ୍କୁ କାଉଁରିଆ କାଠି ଜାଳିବେ । ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟତା ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି।ସେହିପରି କୋହେନୂର ଓ ଖଡିରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦୁଇ ଦିନିଆ […]

ଆଜିର ରାଶିଫଳ(୦୧ ନଭେମ୍ବର, ୨୦୨୪)

ମେଷଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି […]

ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ସୋସିଆଲ୍ ନେଟୱାର୍କିଂ ସାଇଟରେ ପୋଷ୍ଟ କରୁଥିଲେ ସାବଧାନ !

ଆଜିକାଲି ସବୁ ପ୍ରକାରେ ଚେଷ୍ଟା କରିବା ପରେ ସାଇବର ଠକ ବିଫଳ ହେବା ପରେ ଠକେଇର ନୂଆ ରାସ୍ତା ବାଛିଛନ୍ତି । ସେମାନେ ସୋସିଆଲ ମିଡିଆ ଆକାଉଣ୍ଟରୁ ୟୁଜରଙ୍କ ଫଟୋ ନେଇ ଫେକ୍‌ ବା ନକଲି ଆକାଉଣ୍ଟ ତିଆରି କରୁଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିଙ୍କ ବନ୍ଧୁ ପରିଜନଙ୍କୁ ଟଙ୍କା ମାଗୁଛନ୍ତି । ଏଣୁ ପୋଲିସ ଏଥିପ୍ରତି ଲୋକଙ୍କୁ ସଚେତନ କରାଇଛି ।ଏଥିରୁ ବର୍ତ୍ତିବା ଲାଗି ମଝିରେ ମଝିରେ ଆପଣଙ୍କ ନାଁରେ ଅନ୍ୟ କୌଣସି ଫେକ୍‌ ଆକାଉଣ୍ଟ […]

ଧନ୍‌ତେରସ୍‌ ଅବସରରେ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ

ଦୀପାବଳି ପାଇଁ ଜୁଏଲରୀ ଦୋକାନରେ ଲାଗିଛି ଗ୍ରାହକଙ୍କ ଗହଳି । ସୁନା ଦୋକାନକୁ ଯାଇ ମନ ପସନ୍ଦର ଅଳଙ୍କାର କିଣୁଛନ୍ତି ଗ୍ରାହକ । ଏଥିପାଇଁ ବିଭିନ୍ନ ଜୁଏଲରୀ ସୋ’ରୁମ୍‌ ଆକର୍ଷଣୀୟ ଅଳଙ୍କାର ରଖିଛନ୍ତି । ଯଦି ସୁନା କିଣିବାକୁ ଯାଉଛନ୍ତି ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪, ହଜାର […]

ସ୍ୱାମୀ ସ୍ତ୍ରୀ କଳହକୁ ନେଇ ଜଳଭଣ୍ଡାରକୁ ଡେଇଁଲେ ମହିଳା

ପାରିବାରିକ କହଳକୁ କେନ୍ଦ୍ର କରି ଗୁରୁବାର ଜଣେ ମହିଳା କୋରାପୁଟ ନିକଟ କୋଲାବ ଜଳଭଣ୍ଡାରକୁ ଡେଇଁ ନିଖୋଜ ଅଛନ୍ତି। ନିଖୋଜ ମହିଳା ହେଲେ ଚାନ୍ଦିନୀ ବିଶୋୟୀ। ନିଖୋଜ ଚାନ୍ଦିନୀଙ୍କ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି। ଆଜିର ଦିନରେ ବେସ୍ତ ବହୁଳ ଜୀବନ ଭିତରେ ନିଜ ନିଜ ର କାମ କିମ୍ବା କୌଣସି କଥାକୁ ନେଇ ମଣିଷ ନିଜର ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଉ ନ ଥିବା […]

ଦୀପାବଳିରେ ଏକ ନମ୍ବର ହାଟ ଫୁଟପାଥରୁ ଦୀପ, ସଳିତା ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ ଏୟାର ଷ୍ଟ୍ରିପ୍‌ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ସ୍ବାଗତ କରାଯାଇଛି। ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁସାରେ ଦୀପାବଳିରେ ସାନ୍ତାଳୀ ମାନଙ୍କ ବଡ଼ ପର୍ବ ସୋହରାଇ ପୂଜାରେ ସାମିଲ ହେବେ ଦୀପାବଳିରେ ସୋହରାଇ ପୂଜା କରିଥାନ୍ତି ଆଦିବାସୀ । ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ […]

୨ରୁ ୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ

ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ‘Tourism Odyssey: Strengthening ties with Diaspora and Industry Leaders” କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସାତଦିନିଆ ଲଣ୍ଡନ ଗସ୍ତ କରିବେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦେଶ ମାଟିରେ ପରିଡା ଓଡିଶା ପର୍ଯ୍ୟଟନ ବିକାଶର ଅପାର ସମ୍ଭାବନା ଉପରେ ଆଲୋକପାତ କରିବେ। ଏହି ଗସ୍ତ ଓଡିଶାର ପର୍ଯ୍ୟଟନ ପ୍ରତି ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସହ ରାଜ୍ୟ ପର୍ଯ୍ୟଟନ ଶିଳ୍ପରେ […]

ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ-ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି।ଖବର ଅନୁଯାୟୀ, ଗତ ୧୦ ଦିନ ତଳେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ନୟାପଲ୍ଲୀ ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆକ୍ସନମୋଡ଼କୁ ଆସିଥିଲା ନୟାପଲ୍ଲୀ ଥାନା ପୋଲିସ । […]

ଲଦାଖ ଏଲଏସିରେ ସୁଧୁରୁଛି ସ୍ଥିତି

କୂଟନୈତିକ ସ୍ତରରେ ଚୁକ୍ତି ପରେ ସୀମାରେ ଭାରତ ଓ ଚାଇନା ମଧ୍ୟରେ ସମ୍ପର୍କ ସୁଧାର ଆସିଛି। ଗୁରୁବାର ଦୁଇ ପକ୍ଷର ସୈନିକ ଦୀପାବଳି ଅବସରରେ ପରସ୍ପର ମିଠା ବିନିମୟ କରି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘର୍ଷ ହୋଇଥିବା ଡେପସାଙ୍ଗ ଏବଂ ଡେମଚୋକରେ ଅଞ୍ଚଳରେ ପାଟ୍ରୋଲିଂ ଆରମ୍ଭ କରିଛନ୍ତି। ପୂର୍ବରୁ ଦୁଇ ଦେଶର ସେନା ପଛକୁ ଫେରିବା ଶେଷ ହେବାର ଖବର ଆସିଛି।୨୦୨୦ରେ ଗଲୱାନ ସଂଘର୍ଷ ପରେ ଏହି ବିବାଦୀୟ ଅଞ୍ଚଳରେ ଉଭୟ ଦେଶ […]

ଦେଶର ଗୋଲ୍ଡ ରିଜର୍ଭ ବୃଦ୍ଧି । ବ୍ରିଟେନରୁ ଫେରିଲା ୧୦୨ ଟନ୍ ସୁନା । 

ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି କି ବ୍ରିଟେନରେ ଥିବା ବ୍ୟାଙ୍କ ଅଫ୍ ଲଣ୍ଡନରୁ ୧୦୨ ଟନ ସୁନା ଫେରାଇ ଆଣି ସୁରକ୍ଷିତ ସ୍ଥାନକୁ ପଠାଇଦିଆଯାଇଛି । ବିଦେଶୀ ମୁଦ୍ରାଭଣ୍ଡାରର ପ୍ରବନ୍ଧନର ନୂଆ ରିପୋର୍ଟ ମୁତାବକ ସେପ୍ଟେମ୍ବର ଶେଷ ସୁଦ୍ଧା ରିଜର୍ଭବ୍ୟାଙ୍କ ପାଖରେ ଥିବା ୮୫୫ ଟନ ସୁନା ମଧ୍ୟରୁ ୫୧୦ ଟନ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ପ୍ରକୃତରେ ଦେଶର ଦେଶର ସୁନା ଭଣ୍ଡାର, ବିଦେଶୀ ମୁଦ୍ରା ଭଣ୍ଡାରର ଅଂଶ। ଆରବିଆଇ ଗୋଲ୍ଡ ରିଜର୍ଭର କିଛି […]