ରାଜ୍ୟର ବିଭିନ୍ନ ବାଟାଲିୟନ୍ରେ ସିପାହି/କନଷ୍ଟେବଲ୍ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହି/କନଷ୍ଟେବଲ୍ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ନିକଟରେ ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସ୍ଏସ୍ବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା […]
ମୋବାଇଲ ମାନିଆ ହେଲା କାଳ। ଅକାଳରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ହେଡଫୋନ୍ ଦେଇ ଯୁବକଜଣକ ରେଲୱେ ଟ୍ରାକ୍ରେ ମୋବାଇଲ ଦେଖୁଥିବା ବେଳେ ମାଡ଼ିଗଲା ଟ୍ରେନ୍ । ଏପରି ଏକ ଅଘଟଣ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି|ମୃତକ ୨୦ ବର୍ଷୀୟ ମାନରାଜ ତୋମାର ବୋଲି ଜଣାଯାଇଛି। ସେ ଜଣେ ବିବିଏ ଛାତ୍ର। ସୂଚନା ଅନୁଯାୟୀ, ମାନରାଜ ନିଜ ସାଙ୍ଗ ସହ ଦାନାପାନି ଅଞ୍ଚଳରେ ଥିବା ରେଲୱେ ଟ୍ରାକ୍କୁ ଯାଇଥିଲେ। ସେଠାରେ ଦୁଇ ସାଙ୍ଗ ହେଡଫୋନ ଲଗାଇ […]
ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି ପ୍ରତିବନ୍ଧକ ସୃଷ୍ଟି କରି ପାରେନାହିଁ ବୋଲି ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ମେଘପୁର ଗାଁର ୮୨ ବର୍ଷୀୟ ଗୋପୀନାଥ ବିଶ୍ୱାଳ।ବୟସର ଅପରାହ୍ନରେ ସମସ୍ତେ ଚୁପଚାପ ଘରେ ବସି ରହୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ପାଠ ପଢ଼ିବାର ଆଗ୍ରହ ଅଧିକ ଥିଲା । ଛୋଟ ବେଳରୁ ଆଶା ରଖିଥିଲେ କେମିତି ପାଠ […]
କୁମାର ପୂର୍ଣ୍ଣିମା ପରେ ପୁଣିଥରେ କାଳୀପୂଜା ଓ ଦୀପାବଳି ଅମାବାସ୍ୟା ପାଳନକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି। ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ୱନ୍ଦ୍ୱ ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପାଳନ ଓ ପୟାଶ୍ରାଦ୍ଧ ପାଳନକୁ ନେଇ ଦ୍ୱନ୍ଦ୍ୱ ଉପୁଜୁଥିବା ପରିଲକ୍ଷିତ ହୋଇଛି। ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ […]
ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍ ରିଡ୍ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ ତାରିଖରୁ ମେ ୩୧ ଯାଏ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ। ଏଥିସହ ଏହି ବିରଳ ଅଲିଭ୍ […]
ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ ।ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ […]
ଟ୍ରେନରୁ ମିଳିଲା ଗୁଳି। ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫ ପ୍ୟାକେଟ୍ ଜୀବନ୍ତ ଗୁଳି ଜବତ । ପୁରୀ ରେଳ ଷ୍ଟେସନରୁ ଜବତ ହୋଇଛି ଏହି ଗୁଳି । ସୂଚନା ଅନୁସାରେ ଦୀପାବଳି ପାଇଁ ଷ୍ଟେସନରେ ଜୋରଦାର ଯାଞ୍ଚ ଚାଲିଥିଲା । ଆଉ ଯାଞ୍ଚରୁ ଏହା ଭିତରୁ ୧୫୦ଟି ୮ ଏମଏମ ଗୁଳି ଉଦ୍ଧାର ହୋଇଛି l ଏନେଇ ଆରପିଏଫ ପକ୍ଷରୁ ଜିଆରପି ପୋଲିସକୁ ଅବଗତ କରାଇଥିବାବେଳେ ଜିଆରପି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ […]
ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ। ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ମିଥୁନ: […]
ଉତ୍ତର ପ୍ରଦେଶର ଅଯୋଧ୍ୟାରେ ବୁଧବାର ଭବ୍ୟ ଏବଂ ଦିବ୍ୟ ଦୀପୋତ୍ସବ ଆୟୋଜନ କରାଯାଇଛି । ଏହି ଅବସରରେ ୨୫ ଲକ୍ଷ ୧୨ ହଜାର ୫୮୫ ଦୀପ ପ୍ରଜ୍ୱଳନ କରି ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରାଯାଇଛି । ଏହାସହ ବ୍ୟତୀତ ୧୧୨୧ ଜଣ ଏକାସଙ୍ଗରେ ସରଯୂ ନଦୀ କୂଳରେ ଆଳତୀ କରି ଦ୍ୱିତୀୟ ରେକର୍ଡ କରିଛନ୍ତି । ଏଥିପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨ଟି ନୂଆ ଗିନିଜ ଓ୍ବାର୍ଡ ରେକର୍ଡ୍ସର ପ୍ରମାଣପତ୍ର ମଧ୍ୟ ଗ୍ରହଣ କରିଛନ୍ତି। […]
ଦୀପାବଳିରେ ଫୁଟିବନି କେମିକାଲଯୁକ୍ତ ବାଣ । କାରଣ ଶବ୍ଦ ଓ ବାୟୁ ପ୍ରଦୂଷଣ ସୃଷ୍ଟିକାରୀ ବାଣ ଫୁଟାରେ ଲାଗିଛି ରୋକ୍ । କେବଳ ଗ୍ରୀନ୍ କ୍ରାକର ବା ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତେବେ ଏଠି ପ୍ରଶ୍ନ ଉଠୁଛି, ଗ୍ରୀନ୍ କ୍ରାକର କ’ଣ ? କିଭଳି ଏହାକୁ ଚିହ୍ନିବେ ? ପାରମ୍ପାରିକ ବାଣରେ ଆର୍ସେନିକ , ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶିଥାଏ । ଗ୍ରୀନ କାକର […]
ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ । ହୋଟେଲ ଭିତରେ ଗଡିଲା ମୁଣ୍ଡ । ମାଛ ଝୋଳକୁ ନେଇ ହୋଟେଲ କର୍ମଚାରୀଙ୍କୁ ପନିକିରେ ହାଣି ହତ୍ୟା । ମୃତକ ନାମ ପିତାମ୍ବର ଜେନା। ସେ ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ଏଭଳି ହତ୍ୟାକାଣ୍ଡ ଘଟିଛି ଭୁବନେଶ୍ୱରର ଡ଼ମଣା ସ୍ଥିତ ହୋଟେଲ ମା’ ତାରାଦେଇରେ । ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଲାଠିପଡ଼ା ଅଞ୍ଚଳର ବାସିନ୍ଦା ପିତାମ୍ବର ଜେନା । ଡମଣା ସ୍ଥିତ ମା’ ତାରାଦେଇ […]
ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଓ ନୂଆଦିଲ୍ଲୀର ଅମୃତ ଉଦ୍ୟାନରେ ବାଲୁକା ପଥରରେ ନିର୍ମିତ କୋଣାର୍କ ଚକ୍ରର ୪ଟି ପ୍ରତିକୃତି ସ୍ଥାପନ କରାଯାଇଛି। ପର୍ଯ୍ୟଟକଙ୍କ ମଧ୍ୟରେ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରଦର୍ଶିତ କରିବା ଏବଂ ପ୍ରୋତ୍ସାହିତ କରିବା ଏହି ପ୍ରତିଷ୍ଠାର ଉଦ୍ଦେଶ୍ୟ।ଓଡ଼ିଶାର ସର୍ବୋତ୍ତମ ମନ୍ଦିର ସ୍ଥାପତ୍ୟର ନିଦର୍ଶନ କୋଣାର୍କ ସୂର୍ଯ୍ୟମନ୍ଦିର ୟୁନେସ୍କୋ ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ଏହା ସୂର୍ଯ୍ୟ ଭଗବାନଙ୍କୁ ନେଇ ଏକ ବିରାଟ ରଥ ଆକାରରେ ନିର୍ମିତ ହୋଇଥିଲା। ତ୍ରୟୋଦଶ ଶତାବ୍ଦୀରେ ରାଜା […]
