author

୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର।

୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବିତ କଲେ ସରକାର। ନିଲମ୍ବିତ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଲୋକଙ୍କୁ କାଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟ ଅବହେଳା ପାଇଁ ୪ ନିଲମ୍ବିତ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ଭଲ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବ । ଆଜି ଏରିୟଲ ସର୍ଭେ କରାଯିବ । ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ । କ୍ଷୟକ୍ଷତି […]

ଗୁଣବର୍ତ୍ତା ପରୀକ୍ଷାରେ ବିଫଳ କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ କଫ୍ ସିରପ୍, ମଲ୍ଟିଭିଟାମିନ୍ ଏବଂ ଆଣ୍ଟି ଏଲର୍ଜି ଔଷଧ ସାମିଲ୍ ରହିଛି । ସବୁଠୁ ଚିନ୍ତାର ବିଷୟ ଯେ, ସାଧାରଣତଃ ଡାକ୍ତରମାନେ ଯେଉଁ ସବୁ ମେଡିସିନକୁ ସମାନ୍ୟ ରୋଗୀ ପାଇଁ ଲେଖିଥାନ୍ତି ସେହି ସବୁ ଔଷଧ CDSCO ଗୁଣବତ୍ତା […]

ବାତ୍ୟା ‘ଦାନା’ ଯୋଗୁଁ ଚାନ୍ଦବାଲିରେ ସର୍ବାଧିକ ବର୍ଷା

ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ଉପୁଜିଛି ବନ୍ୟା ସ୍ଥିତି। ଲଗାଣ ବର୍ଷା ହେତୁ ପାଣି ଉଛୁଳି ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହେବାକୁ ଲାଗିଛି। ପାଣି ପ୍ରଖର ସ୍ରୋତରେ ପ୍ରବାହିତ ହେବାରୁ ବାଲେଶ୍ୱର ଜିଲ୍ଲାର ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛି । ବାତ୍ୟା ‘ଦାନା’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିବାରୁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ବୁଢାବଳଙ୍ଗ ଓ ସୋନ ନଦୀରେ ପ୍ରବଳ ମାତ୍ରାରେ […]

ଦାନା ପ୍ରଭାବରେ ବର୍ଷା ଆଣିବ ଶୀତ

ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ। ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହେବ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ ଥଣ୍ଡା ଅନୁଭୂତ ହେଉଛି । ଗୁରୁବାର ଫୁଲବାଣୀରେ ରାତିର ତାପମାତ୍ରା ସବୁଠୁ କମ୍‌ ବା ୧୭.୫ ଡିଗ୍ରୀ, ଅନୁଭୂତ ହୋଇଥିଲା । ଦାରିଙ୍ଗିବାଡ଼ି, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ଡା […]

ରାତି ଅଧରେ ୨୦ କେଜି ସୁନା ସହ ଗାଡ଼ି ଜବତ

ବାରିପଦାରେ ୧୫ କେଜିରୁ ଅଧିକ ସୁନା ଅଳଙ୍କାର ଜବତ । ବାରିପଦା ଜିଏସ୍‌ଟି ପକ୍ଷରୁ ଚଢାଉ କରି ଏତେ ପରିମାଣର ସୁନା ଜବତ ହୋଇଛି । ଏହାସହିତ ଏହି ଘଟଣାରେ ବ୍ୟବହୃତ ଲଜିଷ୍ଟିକ୍‌ ଗାଡ଼ି ସହ ୩ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ୍‌ରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଗତକାଲି ମଧ୍ୟ ରାତ୍ରରେ କୋଲକତାରୁ ଏକ ଲଜିଷ୍ଟିକ୍ ଗାଡ଼ିରେ ପ୍ରାୟ ୨୦ କେଜି ସୁନା ବାରିପଦା ସହରକୁ […]

ପିଠାଖାଇ ଗଣବଳାତ୍କାର ଓ ଭିଡିଓ ପ୍ରଘଟ ଘଟଣା : ୩ ଅଭିଯୁକ୍ତ ଅଟକ

ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ସମୟରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଭିଯୁକ୍ତମାନେ ଗଛରେ ବାନ୍ଧି ତାଙ୍କ ସାମ୍ନାରେ ଏହି ଜଘନ୍ୟକାଣ୍ଡ ଘଟାଇଛନ୍ତି। ପରବର୍ତ୍ତୀ ସମୟରେ ଏହାର ଭିଡ଼ିଓ ଭାଇରାଲ ଘଟଣାରେ ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି। ପୀଡ଼ିତାଙ୍କ‌ ଅଭିଯୋଗ ମୁତାବକ, ଗତ ୨୦ ତାରିଖରେ ସେ ତାଙ୍କ ପୁରୁଷବନ୍ଧୁଙ୍କ ସହ ଫତେଗଡ଼ ରାମମନ୍ଦିରକୁ ଦର୍ଶନ ପାଇଁ […]

ନୟାଗଡ଼ :୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ।

ନୟାଗଡ଼ ଭାପୁରରେ ସାବତ ମାଆର ଅମାନବୀୟ କାଣ୍ଡ । ୨୦ ଟଙ୍କାର ଦହିବରା କିଣି ଖାଇଦେବାରୁ ନାବାଳିକା ଝିଅକୁ ପିଟି ପିଟି ମାରିଦେଲା ମାଆ । ପ୍ରମାଣ ନଷ୍ଟ କରିବା ପାଇଁ ବାପା ଘର ଲୋକଙ୍କ ସହାୟତାରେ ମଶାଣିରେ ଶବ ଦାହ କରୁଥିବା ସମୟରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।ସୂଚନାଥାଉ କି, ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡା ସାହିର ସୁକୁଟା ସ୍ବାଇଁ ୨୦ ବର୍ଷ ତଳେ ଶଶୀଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ […]

ଆଜିର ରାଶିଫଳ(୨୬ ଅକ୍ଟୋବର,୨୦୨୪)

ମେଷ ଆଜି  ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ  କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଯାନବାହନରେ ସତର୍କତା ଅବଲମ୍ବନ କରନ୍ତୁ। ଯାତ୍ରା, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ବୃଷ ରାଶିରେ ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ମନ ପ୍ରଫୁଲ୍ଲ ରହିବ। ଘରେ ହେଉ କିମ୍ବା ବାହାରେ ସବୁଠି ଆଜି ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବେ। […]

କେନ୍ଦ୍ରାପଡା ରାଜନଗର ଅଞ୍ଚଳର ଆଶା ଦିଦି ଶିବନୀଙ୍କୁ ମିଳିଲା ପ୍ରତିଶୃତି

ବାତ୍ୟା ‘ଦାନା’ ପାଇଁ ଭିନ୍ନକ୍ଷମ ମହିଳାଙ୍କୁ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳକୁ ନେଇ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶାକର୍ମୀ ଶିବାନୀ ମଣ୍ଡଳ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସହ କଥା ହୋଇ ବାତ୍ୟା ସମୟରେ ସେ ଯେଉଁ ମାନବିକତାର ନିଦର୍ଶନ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।ଏହି ସମୟରେ ଆଶାକର୍ମୀ ମୋଟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣିଥିବା ସେ ଜାଣିବାକୁ […]

‘ଦାନା’ ପାଇଁ ଶନିବାର-ରବିବାର ସରକାରୀ ଛୁଟି ବାତିଲ ହେଲା

ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି।ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ଗତିବିଧି ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଭାଗୀୟ […]

ଆସନ୍ତାକାଲି ଏହି ୩ ଜିଲାରେ ସ୍କୁଲ-କଲେଜ ଛୁଟି

ମୋହନ ସରକାରଙ୍କ ବଡ଼ ଘୋଷଣା। ପ୍ରବଳ ବର୍ଷା ହେବାକୁ ଥିବାର ଏହି ୩ଟି ଜିଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରିଛନ୍ତି ସରକାର। କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱରରେ ଆସନ୍ତାକାଲି ସମସ୍ତ ସ୍କୁଲ୍ କଲେଜ୍ ବନ୍ଦ। ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ […]

ପର୍ଯ୍ୟଟକଙ୍କ ପାଇଁ ଆହୁରି ୩ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ସାମୁଦ୍ରିକ ଝଡ଼ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ଗୁରୁବାର-ଶୁକ୍ରବାର ରାତିରେ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ଆଜି ଦିନସାରା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଯୋଗୁଁ କିଛି ସ୍ଥାନରେ ଲୋକେ ଘରୁ ବାହାରି ପାରି ନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ସମାନ ଅବସ୍ଥା। ବାତ୍ୟା ଯୋଗୁଁ ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ ବନ୍ଦ । ୨୬,୨୭,୨୮ ତାରିଖ ପର‌୍ୟ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ । […]