ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ […]
ଖୋଲିଲା କାଉଣ୍ଟର। ଅଫ୍ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ […]
ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ […]
ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । […]
ମେଷ – ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। […]
ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଘରୋଇ ସ୍କୁଲର ଦୁଇ ମହିଳା କର୍ମଚାରୀ ସ୍କୁଲର ଜଣେ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ପୋଲିସ ଅଭିଯୋଗରେ ଏକ ଅଭିଯୋଗ ଦାଖଲ କରାଯାଇଛି । ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ପଞ୍ଚମହଲା ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇଜଣ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅନୁଗୁଳ ସଦର ଥାନାରେ ଏକ ଅଭିଯୋଗ ଦାଖଲ […]
ଯୁକ୍ତ ୨ ପରୀକ୍ଷା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଏହା ୨୭ ତାରିଖ ପଯ୍ୟନ୍ତ ଚାଲିବ । ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ୩ ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୨୭୬ କେନ୍ଦ୍ରରେ ପରୀକ୍ଷା ହେବ । ୨୨ଟି ସିଟିଂରେ ହେବ ପରୀକ୍ଷା । ସିସିଟିଭିଠୁ ଆରମ୍ଭ କରି ପିଲାଙ୍କ ପାଣି ପିଇବା ପଯ୍ୟନ୍ତ ସବୁ ବ୍ୟବସ୍ଥା କରାଯିବ । ପୂର୍ୱାହ୍ନ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ବ୍ଲକ ଅନ୍ତର୍ଗତ ୧୫ଟି କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କାଳିକାପ୍ରସାଦ କ୍ଲଷ୍ଟର ନିପୁଣ ଓଡିଶା ମେଳା ଆଡଚେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହେଉଛି ଶିକ୍ଷଣର ମୂଳ ପର୍ଯ୍ୟାୟ । ଏହାକୁ ଆଧାର କରି ଅନୁଷ୍ଠିତ ହୋଉଥିବା ନିପୁଣ ଓଡ଼ିଶା ମେଳାରେ କଳିକା ପ୍ରସାଦ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟର […]
ବିବାଦରେ ଓଡିଆ ଫିଲ୍ମ ସନାତନୀ – କର୍ମ ହିଁ ଧର୍ମ । ଓଡ଼ିଆ ଫିଲ୍ମ, ରିଲିଜ ହେବ ଓଡ଼ିଶାରେ। କିନ୍ତୁ ଫିଲ୍ମ ରିଲିଜ ପାଇଁ ସିନେ ସଂସ୍ଥା ଓଡ଼ିଶାରୁ ନୁହେଁ ମୁମ୍ୱାଇ ସେନସର ବୋର୍ଡଠୁ ଆଣିଛି ୟୁଏ ସାର୍ଟିଫିକେଟ। ଫିଲ୍ମରେ ଅଛି ଧର୍ମାନ୍ତରୀକରଣ ଓ ଧର୍ମାନ୍ତରିତଙ୍କ କାହାଣୀ। କନ୍ଧମାଳର ଖ୍ରୀଷ୍ଟିଆନ ସଂପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏମିତି ଫିଲ୍ମ କରି ପ୍ରଯୋଜକ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି […]
ରାଜଧାନୀରେ ଚାଞ୍ଚଲ୍ୟ। ପ୍ରଶାନ୍ତି ବିହାର, ପଟିଆ ଅଞ୍ଚଳରେ ମଙ୍ଗଳା ମନ୍ଦିର ନିକଟରେ ଥିବା ଖାଲି ଜାଗାରେ ବଣ ବୁଦା ଭିତରେ ଏକ ପରିତ୍ୟକ୍ତ ବିୟର କ୍ୟାନ୍ ଭିତରେ ଏକ ୫ ଫୁଟ ଲମ୍ବର ଢମଣା ସାପ ମୁଣ୍ଡ ଭର୍ତ୍ତି କରି ଦେଇଥିଲା। ସ୍ଥାନୀୟ ବାଳକ ମାନେ ଗତକାଲି ସନ୍ଧ୍ୟାବେଳେ ଉକ୍ତ ସାପଟିକୁ ବୁଦା ଭିତରେ ଛଟପଟ ହେବା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଉଦ୍ଧାର ପାଇଁ ଫୋନ୍ କରିଥିଲେ।ଖବର ପାଇ ସ୍ନେକ୍ […]
ବଢ଼ିଲା ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା । ବିଭିନ୍ନ ଭତ୍ତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଏନେଇ ମୁ୍ଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ଡାଏଟ ଭତ୍ତା ୯୦୦ରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୋଟର ସାଇକେଲ ଭତ୍ତା ୩୦୦ରୁ ୧୦୫୦କୁ ବୃଦ୍ଧି, ମୋବିଲିଟି ଭତ୍ତା ୧୫୦ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଉପକୃତ ହେବେ ୬ ହଜାର ୫୮ ଜଣ କର୍ମଚାରୀ ।ସେହିପରି ମୋବିଲିଟି ଭତ୍ତା ୧୫୦ରୁ ୩ […]
ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ଶ୍ବାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା […]
