ନୂଆଗାଁ:ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଠାରେ ଥିବା ଦାଶରଥି ସଂଗ୍ରହାଳୟରେ ନୟାଗଡ ଜିଲ୍ଲା ଲେଖକ ପରିଷଦର ଭ୍ରାମ୍ୟମାଣ ଶାରଦୀୟ ସାହିତ୍ୟ ଆସର ସମ୍ଭାର,କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ ଜିଲ୍ଲା ଲେଖକ ପରିଷଦ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା ,ମୁଖ୍ୟ ବକ୍ତା ନାଟ୍ୟ ଭୂଷଣ ଡ଼ ବିଜୟ କୁମାର ଚୌଧୁରୀ,ସମ୍ମାନୀତ ଅତିଥି ମାଣିକ ସାହିତ୍ୟ ସଂସଦ ର […]
ନୟାଗଡ଼,(ଓଡ଼ିଶା ଦର୍ପଣ):ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କର ଗତକାଲି କଳିଙ୍ଗ ବିହାରସ୍ଥିତ ବାସଭବନରେ ହଦଘାତରେ ପରଲୋକ ଘଟିଛି। ତାଙ୍କୁ ୬୭ବର୍ଷ ହୋଇଥିଲା। ସ୍ବର୍ଗତ ମହାନ୍ତି ୧୯୫୭ ମସିହାରେ କଟକ ଜିଲ୍ଲାର ସୁନ୍ଦରଗାଁଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସେ ବୌଦ୍ଧ ଜିଲ୍ଲାରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟଆରମ୍ଭ କରିଥିଲେ। ପରେ ସେ ଆଠଗଡ଼, ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଖୋର୍ଦ୍ଧା ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ […]
ମେଷ:ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ। ମିଥୁନ: […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଓପିଏସସି ଦ୍ଵାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ରୁ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ହେଲେ ୧୪୧ ତମ ସ୍ଥାନରେ ଥିବା ମିତାଲି ମଧୁସ୍ମିତା ମିଶ୍ର ଏବଂ ୧୫୦ତମ ସ୍ଥାନରେ ଥିବା ସାର୍ଥକ ତାରିଣୀ ପ୍ରସାଦ ମିଶ୍ର। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ରହୁଥିବା ଗୀତାଞ୍ଜଳି ମିଶ୍ର ଏବଂ ବିଶ୍ୱନାଥ ମିଶ୍ରଙ୍କ ଏକ ମାତ୍ର କନ୍ୟା ମିତାଲି ଜଣେ ମେଧାବୀ ଛାତ୍ରୀ ଭାବେ ନୟାଗଡ଼ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ପ୍ରାଥମିକ ଶିକ୍ଷା ଗ୍ରହଣ କରି ପରବର୍ତ୍ତୀ […]
ଚଳିତବର୍ଷ ଦୀପାବଳି କେବେ ସେ ନେଇ ଲୋକେ ଭ୍ରମରେ ଅଛନ୍ତି। କିଛି ଲୋକେ ୩୧ ଅକ୍ଟୋବରକୁ ଦୀପାବଳି ଦାବି କରୁଥିବା ବେଳେ କିଛି ଲୋକେ ୧ ନଭେମ୍ବରକୁ ପାଳନ କରିବେ ବୋଲି ଭାବୁଛନ୍ତି। ହିନ୍ଦୁ ପରମ୍ପରାରେ ଦୀପାବଳି କାର୍ତ୍ତିକମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଏ। ଚଳିତବର୍ଷ କାର୍ତ୍ତିକ ଅମାବାସ୍ୟା ତିଥି ୩୧ ଅକ୍ଟୋବର ଅପରାହ୍ନ ୩ଟା ବାଜି ୫୨ ମିନିଟରେ ଆରମ୍ଭ ହେବଓ ୧ ନଭେମ୍ବର ସନ୍ଧ୍ୟା ୬ଟା ୧୬ ମିନିଟ୍ରେ ସମାପ୍ତ ହେବ। […]
ଶ୍ରୀକ୍ଷେତ୍ରରେ ହବିଷିଆଳୀଙ୍କ ମହାକାର୍ତ୍ତିକ ବ୍ରତ । ପଞ୍ଚ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ଚଉରା ମୂଳରେ ରାଇ ଦାମୋଦର ପୂଜା ସହ ହବିଷ୍ୟ ଖାଇ କାର୍ତ୍ତିକ ବ୍ରତ ଓ ପୁରାଣ ପାଠ କରୁଛନ୍ତି ହବିଷିଆଳୀ । ଏହି ମାସରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ବାଳଭୋଗ ସହ ରାଧାଦାମୋଦର ବେଶ କରାଯାଇଥାଏ । ହବିଷ୍ୟାଳୀ ମା ମାନଙ୍କ ମହାପ୍ରଭୁଙ୍କୁ ଦର୍ଶନ, ପୂଜନ, ଭଜନ, କୀର୍ତନ ଆଦି ସମସ୍ତ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ […]
ମୁମ୍ବାଇରେ ଚାଲିଥିବା ନିବେଶକ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଦେଶର ପ୍ରମୁଖ ଉଦ୍ୟୋଗୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ପ୍ରଥମ ସେସନରେ ଆଦିତ୍ୟ ବିର୍ଲା ଗ୍ରୁପର ଚେୟାରମ୍ୟାନ ଶ୍ରୀ କୁମାର ମଙ୍ଗଲମ୍ ବିର୍ଲା ଓ ପାର୍ଲେ ଆଗ୍ରୋ ସିଇଓ ଏବଂ ଆଭାଡା ଗ୍ରୁପ୍ ସହ ବୈଠକ କରି ସାମ୍ନାସାମ୍ନି ଆଲୋଚନା କରିଛନ୍ତି। ଆଲୋଚନା ବେଳେ ଓଡ଼ିଶାରେ ୩୪ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ହିଣ୍ଡାଲ୍କୋ ପକ୍ଷରୁ ନିଷ୍ପତ୍ତି […]
ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୨୨-୨୩ର ରେଜଲ୍ଟ ପ୍ରକାଶ କରିଛି ଓଡିଶା ଲୋକସେବା ସେବା ଆୟୋଗ । ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ୪୨୫ ଜଣ ପୁଅ ଏବଂ ୨୫୮ ଜଣ ଝିଅ ନିଯୁକ୍ତି ପାଇବେ ।ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି। ତେବେ ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ ପତି, ଚତୁର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ, […]
ଛତିଶଗଡ଼ର ନାରାୟଣପୁର ଜିଲାର ଅବୁଝମାଡ଼ସ୍ଥିତ ମୋହନ୍ଦୀରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଆଇଟିବିପିର ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ମାଓବାଦୀ କରିଥିଲେ ଲ୍ୟାଣ୍ଡମାଇଁନ ବିସ୍ପୋରଣ । ଗୁରୁତର ଜବାନ ଆଣିବା ପାଇଁ ଘଟଣାସ୍ଥଳକୁ ଯାଇଛି ହେଲିକ୍ୟାପ୍ଟର । ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।ଏହି ଅଭିଯାନରେ ଯାଇଥିବା ଯବାନମାନେ ଏପର୍ଯ୍ୟନ୍ତ ଫେରି ନାହାନ୍ତି। ସେମାନେ […]
ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ରେଳ ବୋର୍ଡ ବିଭିନ୍ନ କ୍ଷେତ୍ରରେ ୨୫୦୦୦ ପଦବୀ ପୂରଣ ପାଇଁ ନିଯୁକ୍ତି ଆରମ୍ଭ କରିଛି। ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁନଃ-ନିଯୁକ୍ତ କରି ଖାଲିଥିବା ସ୍ଥାନଗୁଡିକ ସାମୟିକ ଭାବରେ ପୂରଣ କରିବା ପାଇଁ ଏଥିରେ ଏକ ନୂତନ ସୂତ୍ର ଅନ୍ତର୍ଭୁକ୍ତ। ଏହା ଅଧୀନରେ ୬୫ ବର୍ଷରୁ କମ୍ ଅବସରପ୍ରାପ୍ତ କର୍ମଚାରୀ ସୁପରଭାଇଜରଠାରୁ ଆରମ୍ଭ କରି ଟ୍ରାକ୍ମ୍ୟାନ୍ ପର୍ଯ୍ୟନ୍ତ ଆବେଦନ କରିପାରିବେ।ରେଳବାଇ ଦ୍ୱାରା କରାଯାଇଥିବା ନିଯୁକ୍ତି […]
ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ । ଗଂଜାମ ଜିଲ୍ଲା ଖଲିକୋଟ ମାଣିକପୁର ଗାଁରେ ବିସ୍ଫୋରଣ । ଆହତଙ୍କ ମଧ୍ୟରେ ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରିତ ।ଖଲ୍ଲିକୋଟ ଥାନା ମାଣିକପୁର ଗାଁ ନୂଆ ସାହିଠାରୁ କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ରହିଛି ଗୋଟିଏ ଘର। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ୬ ଜଣ ଦଶମ ଶ୍ରେଣୀ ଛାତ୍ର ସେହି ଘର ଭିତରେ ବାଣ ଭିଡୁଥିଲେ। ଅସାବଧାନତା ଯୋଗୁ ବାଣ ଗୁଡିକ ବିସ୍ଫୋରଣ ଘଟିଥିଲା। […]
