ଏଲୋନ ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପାଇଁ ଆନୁଷ୍ଠାନିକ ଭାବରେ ମନୋନୀତ । ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ (MEP) ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କ ନାକୁ ମନୋନୀତ କରିଛନ୍ତି । ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସଏକ୍ସ ଭଳି କମ୍ପାନୀର ମାଲିକ ନାଁକୁ ଚାନ୍ସ ଦିଆଯାଇଛି । ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ୱାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ କରାଯାଇଛି […]
ଶରେ GBS ସିଣ୍ଡ୍ରୋମ ରୋଗର ଆତଙ୍କ ନିରନ୍ତର ବୃଦ୍ଧି ପାଉଛି । ଏହି ରୋଗ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବା ଆରମ୍ଭ କରିଛି । ବଙ୍ଗଳାରେ, ଗତ ଚାରି ଦିନ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣଙ୍କର ସନ୍ଦେହଜନକ GBS କାରଣରୁ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁର କାରଣ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ । ଜାନୁଆରୀ ୨୬ ରେ କୋଲକାତାର ବିସି ରୟ ହସ୍ପିଟାଲରେ ଦେବକୁମାରଙ୍କ […]
ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ସହି ପାରିଲେନି ଛାତ୍ରୀ । ପ୍ରତିଦିନ ଖାଦ୍ୟରେ ବାହାରୁଥିଲା ପୋକ । ବାରମ୍ବାର ଅଭିଯୋଗ କରିବା ପରେ କେହି ଶୁଣିଲେନି । ଶେଷରେ ବାଧ୍ୟ ହୋଇ ଥାନାକୁ ବାହାରିଥିଲେ ୩୦ରୁ ୪୦ ଛାତ୍ରୀ ।ମା ପେଣ୍ଡରାଣୀ ଉଚ୍ଚ ବିଦ୍ୟାଳୟ, ବୁର୍ଜାରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଉକ୍ତ ଗ୍ରାମର କସ୍ତୁରବା ବାଳିକା ହଷ୍ଟେଲରେ ରହୁଥିଲେ । ଦୀର୍ଘ ୮ ମାସ ହେଲା ଏହି ହଷ୍ଟେଲରେ ପରସା ଯାଉଥିବା ଖାଦ୍ୟ ଏତେ ନିମ୍ନମାନର ଯେ ଭାତ […]
ବୁଧବାର ପ୍ରୟାଗରାଜରେ ଦଳାଚକଟା ଘଟି ୩୦ ଜଣ ଲୋକେ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବାତିଲ ରହିବ। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ। OSRTC ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛି ଏବଂ ଏହାର ସରକାରୀ ସୋସିଆଲ […]
ଏଣିକି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଅଞ୍ଚଳ ନିଷିଦ୍ଧାଞ୍ଚଳଭାବେ ଡିଜିସିଏ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ ଆଦି ଉଡ଼ାଇବା ସମ୍ପୂର୍ଣ୍ଣ ବେଆଇନ। ଯଦି ଏପରି ଦେଖାଯାଏ ତେବେ ଡ୍ରୋନ ଉଡ଼ାଣକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ତେବେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାକୁ ନେଇ ପୁଲିସ ପକ୍ଷରୁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ପରେ ମାମଲା ରୁଜୁ କରାଯାଇଛି। ସାମାଜିକ ଗଣମାଧ୍ୟମରେ ପ୍ରଚାର […]
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର e-KYCକୁ ନେଇ ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି e-KYC ଅପ୍ଡେଟ୍ ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିଲା ଏବେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି। କିଛି ଲୋକେ ଇ-କେୱାଇସି କରି ନଥିବାରୁ ତାରିଖ ବୃଦ୍ଧି ପାଇଁ ଦାବି କରିଥିଲେ।ଏହାକୁ ବିଚାର କରି ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଯୋଗ୍ୟତା ନଥିବା ବ୍ୟକ୍ତିଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ କରିଥିଲେ। ଯଦି ଏହିମାନେ କାର୍ଡ […]
ଜାନୁଆରୀ ୩୦ ଆଜିର ଦିନକୁ ସାରା ଦେଶରେ ସହିଦ ଦିବସ ଭାବେ ପାଳନ କରାଯାଉଛି । ଆଜି ବାପୁଙ୍କ ୭୪ ତମ ପୂଣ୍ୟ ତିଥି ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଅନୁଷ୍ଠିତ ହେଉଛି । ତେବେ ୧୯୪୮ ମସିହା ଜାନୁଆରୀ ୩୦ ତାରିଖ , ଶୁକ୍ରବାର ସନ୍ଧ୍ୟା ସମୟ ୫:୧୭ ମିନିଟ୍ । ପ୍ରାର୍ଥନା ସଭାରେ “ନାଥୁରାମ ବିନାୟକ ଗଡସେ” ନାମକ ଜଣେ ମରହଟ୍ଟା ଯୁବକ ବାପୁଜୀଙ୍କ ସମ୍ମୁଖ ଭାଗରୁ ଗୁଳି କରି ତାଙ୍କୁ ହତ୍ୟା କଲେ […]
କାଲିଠୁ ପାର୍ଲ୍ୟାମେଣ୍ଟ ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ସମ୍ବୋଧନରୁ ଆରମ୍ଭ ହେବ ବଜେଟ ଅଧିବେଶନ । କାଲି ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫-୨୬ ଆର୍ଥିକ୍ ବର୍ଷ ପାଇଁ ଆସିବ ବ୍ୟୟବରାଦ । ଫେବ୍ରୁଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଆଗତ କରିବେ । ଲଗାତାର ଭାବେ ଏହା ତାଙ୍କର ଅଷ୍ଟମ ବଜେଟ୍ ଅପସ୍ଥାପନ ହେବ । ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଜାନୁଆରୀ ୩୧ରୁ ଆରମ୍ଭ […]
ଭାଲୁ ପଞ୍ଝାରୁ ବାପାଙ୍କ ଜୀବନ ବଞ୍ଚାଇଲା ୧୦ ବର୍ଷର ପୁଅ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡ଼ା ଜିଲ୍ଲାରେ । ପୁଅର ସାହସକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶଂସା ନ କରି ରହିପାରି ନାହାଁନ୍ତି । ତେବେ ଆହତ ହୋଇ ଉଭୟ ବାପା-ପୁଅ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦନ୍ତେୱାଡା ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଆବୁଝମାଡର ହାନ୍ଦାୱାଡା ଜଙ୍ଗଲକୁ ବାଞ୍ଜାରାମ ନେତାମ ଏବଂ ତାଙ୍କର ୫ମ ଶ୍ରେଣୀରେ […]
ଆଜିଠାରୁ ଆରମ୍ଭ ହେଉଛି ରଣଜୀ ଟ୍ରଫି ୨୦୨୪-୨୫ । ଦିଲ୍ଲୀ ସ୍ଥିତ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ଟିମ୍ ଏବଂ ରେଳବାଇ ଟିମ୍ ମଧ୍ୟରେ ମୁକାବିଲା ହେବ ।ଦିଲ୍ଲୀ କ୍ରିକେଟ ଟିମରେ କେହଲିଙ୍କ ଉପସ୍ଥିତିି ଉତ୍ସାହର ମାହୋଲ ସୃଷ୍ଟି କରିଛି । ବିଶେଷ କରି ଯୁବ ଖେଳାଳିମାନେ ତାଙ୍କ ସହ ଖେଳି ପ୍ରେରିତ ହେବେ ବୋଲି ଆଶା ରହିଛିାନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି […]
ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି କରାଯାଇଛି ଜୋର୍ଦାର୍। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି।ଫଳରେ ଲାଲ୍ବାହିନୀ ଶିବିର ଛିନ୍ଛତ୍ର ହୋଇଯାଇଛି। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଛନ୍ତି। ଅନ୍ୟପଟେ ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ […]
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ସରକାର ମାର୍ଗଦର୍ଶିତା ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିବାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍ରେ […]
