author

ଛତିଶଗଡ଼ ଏନ୍‌କାଉଣ୍ଟର ପରେ ଓଡ଼ିଶାମୁହାଁ ନକ୍ସଲ

ଛତିଶଗଡ଼ରେ ମାଓ ନିପାତ ଅଭିଯାନକୁ ଆହୁରି କରାଯାଇଛି ଜୋର୍‌ଦାର୍। ସୁରକ୍ଷାବାହିନୀର ଗୁଳିରେ ଗତ ଦୁଇ ସପ୍ତାହ ମଧ୍ୟରେ ବରିଷ୍ଠ ନେତାଙ୍କ ସମେତ ୫୦ରୁ ଅଧିକ ମାଓବାଦୀ ନିହତ ହୋଇ ସାରିଛନ୍ତି।ଫଳରେ ଲାଲ୍‌ବାହିନୀ ଶିବିର‌ ଛିନ୍‌ଛତ୍ର ହୋଇଯାଇଛି। ଏବେ ପୁଣି ଥରେ ସଂଗଠନକୁ ବଳ ଦେବାକୁ ଉଦ୍ୟମ ଆରମ୍ଭ କରୁଥିବା ବେଳେ ସେମାନେ ସୁରକ୍ଷିତ କରିଡର୍‌ ବୌଦ୍ଧ-କନ୍ଧମାଳ ସୀମାନ୍ତ ଘଞ୍ଚ ଜଙ୍ଗଲରେ ଠୁଳ ହେବା ସହ ଓଡ଼ିଶାମୁହାଁ ହୋଇଛନ୍ତି। ଅନ୍ୟପଟେ ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର ମାଓବାଦୀ […]

ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ଆସିଲା ମାର୍ଗଦର୍ଶିକା

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ସରକାର ମାର୍ଗଦର୍ଶିତା ଜାରି କରିଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିବାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା । ବ୍ଲକସ୍ତରରେ ବାର୍ଷିକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯିବ ।ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଫେବ୍ରୁଆରୀ ୧୫ ତାରିଖ ସୁଦ୍ଧା ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ୨୦୨୪-୨୫ରେ ବିକଶିତ ଗାଁ, ବିକଶିତ ଓଡ଼ିଶା ପାଇଁ ସରକାର ବଜେଟ୍‌ରେ […]

ମହାକୁମ୍ଭ ଦଳାଚକଟାରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଆସିଲା ୫ ନୂଆ ଗାଇଡଲାଇନ୍

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଘଟିଥିବା ଦଳାଚକଟାରେ ୩୦ରୁ ଊର୍ଦ୍ଧ୍ୱ ପ୍ରାଣ ହରାଇଥିବାବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣା ପରେ କଠୋର ନିୟମ ଆପଣେଇଛି ପ୍ରଶାସନ। ଏବେ ଭିଭିଆଇପି ପାସଗୁଡ଼ିକୁ ବାତିଲ କରାଯାଇଛି ଏବଂ ମେଳାକୁ ଯାଉଥିବା ରାସ୍ତାଗୁଡ଼ିକୁ ଭକ୍ତମାନଙ୍କ ସୁଗମ ଗତି ପାଇଁ ଏକମୁଖୀ କରାଯାଇଛି।ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର ଗାଡି ମେଳା କ୍ଷେତ୍ର ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । […]

ରେଳ ଧାରଣାରେ ସେଲ୍‌ଫି ନେଲେ ସାବଧାନ

ରେଳ ପରିସରରେ ସେଲଫି ନେବା କାରଣରୁ ଅନେକ ସମୟରେ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି । ଏଠାରେ ଅନେକ ବିପଦପୂର୍ଣ୍ଣ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି ମନେହୁଏ, କିନ୍ତୁ ଏହା ଏକ ଘାତକ ବିପଦ । ତେବେ ରେଳଧାରଣା ନିକଟରେ ସେଲଫି ଉଠାଇଲେ ଯିବାକୁ ପଡ଼ିବ ଜେଲ। ଏନେଇ କଠୋର ହୋଇଛି ପୂର୍ବତଟ ରେଳବାଇ। ରେଳ ଟ୍ରାକ ନିକଟରେ ରିଲସ ଏବଂ ସେଲଫି ପାଇଁ ଅନେକ […]

ଭିଜିଲାନ୍ସ ଜାଲରେ ITDA ପିଏ

ଭିଜିଲାନ୍ସ ଜାଲରେ ITDA ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ପ୍ରକଳ୍ପ ଅଧିକାରୀ ବିଶ୍ୱଦର୍ଶୀ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । । ଆୟ ବର୍ହିଭୁତ ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍ । ଯାଜପୁର ଟାଉନରେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚାଲିଛି ରେଡ଼। ସେହିପରି ଭୁବନେଶ୍ୱର, ବାଲେଶ୍ଵର, ଯାଜପୁର ଓ ସୁନ୍ଦରଗଡ଼ରେ ଚଢ଼ାଉ କରୁଛି ଭିଜିଲାନ୍ସ । ରେଡରେ ଜଣେ ଅତିରିକ୍ତ […]

ରାସନକାର୍ଡ ଇ-କେୱାଇସି ଯନ୍ତ୍ରଣା

ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ୍‌କାର୍ଡ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ […]

ଆଜିର ରାଶିଫଳ(୩୦ ଜାନୁଆରୀ, ୨୦୨୫)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ମହାକୁମ୍ଭ ମେଳାରେ ଦଳାଚକଟା: ୩୦ ମୃତ

ଗଦା ଗଦା କପଡ଼ା, ଚପଲ, ବ୍ୟାଗ ଓ ଅନ୍ୟାନ୍ୟ ଜିନିଷ ସବୁ ଛିନଛତ୍ର ହୋଇପଡ଼ି ରହିଛି। ନିଜର ପ୍ରିୟଜନଙ୍କୁ କିଛି ଶ୍ରଦ୍ଧାଳୁ ଖୋଜିବାରେ ଲାଗିଛନ୍ତି। ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ଏପରି ସ୍ଥିତି ଦେଖିବାକୁ ମିଳିଛି।ଏଥିରେ ଅନେକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ୩୦ ବୋଲି କୁହାଯାଉଥିଲେ ହେଁ ପ୍ରକୃତ ସଂଖ୍ୟା ଅଧିକ ହୋଇଥିବା ଆଶଙ୍କା କରାଯାଉଛି। ତେବେ ବର୍ତ୍ତମାନ ସଙ୍ଗମ ଅଞ୍ଚଳର ପରିସ୍ଥିତି ସ୍ୱାଭାବିକ ହୋଇଛି, କିନ୍ତୁ […]

ନିବେଶ ମହାକୁମ୍ଭରୁ ଆସିଲା ୧୨ ଲକ୍ଷ ୮୯ ହଜାର କୋଟି ଟଙ୍କାର ପୁଞ୍ଜି । 

ଯେତିକି ଲକ୍ଷ୍ୟ ଥିଲା ତା’ର ଦୁଇ ଗୁଣା ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଦୁଇ ଦିନରେ ୧୪୫ MOU ସ୍ବାକ୍ଷର କରିଛନ୍ତି ସରକାର । ଯେଉଁଥିରେ ୧୩ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ରାଜ୍ୟ ସରକାର ଶିଳ୍ପ ମହାକୁମ୍ଭରେ ଶହେ ଏମଓୟୁ ସ୍ବାକ୍ଷର ସହ ୫ ଲକ୍ଷ […]

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ବିଚାର ପ୍ରକ୍ରିୟା ବିଲମ୍ବନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ଚାରି ସପ୍ତାହ ମଧ୍ୟରେ ମାମଲା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ହାଇକୋର୍ଟ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ଶେଷ ପାଇଁ କହିଥିଲେ । ଆଉ ୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ ୪ ସପ୍ତାହରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୮ ଫେବୃୟାରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ […]

ବଳରାମ ଯୋଜନାରେ ହିତାଧିକାରୀଙ୍କୁ ମିଳୁଥିବା ଋଣ ବୃଦ୍ଧି

ଏବେ ସରକାର ‘ବଳରାମ’ ଯୋଜନାରେ ଭୂମିହୀନ ଚାଷୀଙ୍କୁ ବିନା ବନ୍ଧକରେ ରିହାତି ଦରରେ ପ୍ରଦାନ କରୁଥିବା ଋଣର ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ଏହି ଋଣ ପରିମାଣ ୧ଲକ୍ଷ ୬୦ହଜାର ଟଙ୍କା ଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ନିର୍ଦ୍ଦେଶନାମା ପରେ ରାଜ୍ୟ କୃଷି ବିଭାଗ ପକ୍ଷରୁ ‘ବଳରାମ’ ଯୋଜନାର ହିତାଧିକାରୀଙ୍କୁ ଦେଉଥିବା ଋଣ ପରିମାଣକୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ୨୦୨୦ରେ ବଳରାମ ଯୋଜନା ଆରମ୍ଭ ହୋଇଥିଲା। ଏଥିରେ […]

ଆସନ୍ତାକାଲି ଠାରୁ ଖରା ହେବ । ଏହାସହ ସବୁଠି ପାରଦ ବଢ଼ିବ ।

ହଠାତ୍ କୁଆଡ଼େ ଗାଏବ ହୋଇଗଲା ଶୀତ। ଜାନୁଆରୀ ମାସରେ ଶୀତର ପ୍ରକୋପ ଅଧିକ ରହୁଥିବା ବେଳେ, ଚଳିତ ବର୍ଷ କିନ୍ତୁ ଶୀତ ବଦଳରେ ଗରମ ବଢ଼ୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଏବେ ସବୁଆଡ଼େ ଗରମର ଅନୁଭୂତି ହେବ। ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । […]