ଆଜି ମହାମାୟାଙ୍କ ମହାନବମୀ । ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ମହାମାୟାଙ୍କ ପୂଜା ପାଇଁ ସବୁଠି ଉତ୍ସବର ପରିବେଶ। ମଣ୍ଡପରେ ମହାନବମୀରେ ମା’ଙ୍କ ଦର୍ଶନ କରିବା ପାଇଁ ମଣ୍ଡପ ଗୁଡ଼ିକରେ ସକାଳୁ ଲୋକଙ୍କ ଗହଳି ଜମିବା ଆରମ୍ଭ କଲାଣି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି […]
ମସ୍ତିଷ୍କାଘାତରେ ମାତ୍ର ୩୧ବର୍ଷ ବୟସରେ ଦୁନିଆ ଛାଡ଼ି ଚାଲିଗଲେ ପାରଳାଖେମୁଣ୍ଡି ତେଲିଗୌଡ ସାହିର ନରେଶ ପଟନାୟକ। ବାପାଙ୍କ ମୃତ୍ୟୁର ମାତ୍ର କିଛିମାସ ମଧ୍ୟରେ ଏକମାତ୍ର ପୁଅକୁ ହରାଇ ମାଆ ଓ ଭଉଣୀ ଏକ ପ୍ରକାର ଭାଙ୍ଗି ପଡିଛନ୍ତି; ହେଲେ ମୃତ ପୁଅର ଅଙ୍ଗକୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି ପରିବାର| ଏ ସମ୍ପର୍କରେ ଉଷାରାଣୀଙ୍କ ମତ ହେଲା, ମୁଁ ଜଣେ ଡାକ୍ତରଙ୍କ ଝିଅ। ମଣିଷ ଅଙ୍ଗର ଆବଶ୍ୟକତାକୁ ମୁଁ ଠିକ୍ ଭାବେ ବୁଝିଛି। […]
କଟକରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣି ଉତ୍ସବ । ସହରର ୧୭୦ ଟି ପୂଜା ମଣ୍ଡପ ଭିତରୁ ୧୨୦ରୁ ଅଧିକ ମୂର୍ତ୍ତି ପୁରୀଘାଟ ଦେବୀଗଡା ଠାରେ ବିସର୍ଜନ କରାଯିବ । ମୂର୍ତ୍ତି ବିସର୍ଜନ ପାଇଁ କାଠଯୋଡ଼ି ନଦୀ ପଠାରେ ମୋଟ ତିନିଟି ଅସ୍ଥାୟୀ କୃତ୍ରିମ ପୋଖରୀ କରାଯାଉଛି । ନଦୀରେ ପାଣି କମ ଥିବାରୁ, ବଡ ପମ୍ପ ଜରିଆରେ ପୋଖରୀରେ ପାଣି ଭର୍ତ୍ତି କରିବାକୁ ଯୋଜନା ରହିଛି । ଦେବୀଗଡ଼ାରେ ପରିମଳ, ପାନୀୟ […]
ଦୁର୍ଗାପୂଜାରେ ମା’ ଦୁର୍ଗାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ । ମଣ୍ଡପରେ ପଶି ମା’ ଦୂର୍ଗାଙ୍କ ସମେତ ପାର୍ଶ୍ଵ ଦେବାଦେବୀଙ୍କ ସୁନା, ରୂପା ଗହଣା ଲୁଟି ନେଇ ଫେରାର ହୋଇଗଲେ । ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ଏନେଇ କୋରେଇ ଥାନାରେ ଅଭିଯୋଗ ହୋଇଛି। ଗତକାଲି ରାତିରେ ଚୋରମାନେ କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହି ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିଲେ। ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ଅଳଙ୍କାର ଚୋରମାନେ […]
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
ଦୁଇଦିନ ମଧ୍ୟରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ପାଗ ଅନୁକୂଳ ଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେପଟେ ଆଗାମୀ ୬ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବଡ଼ବର୍ଷା ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।ବଙ୍ଗୋପସାଗରେ ଗୋଟିଏ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟ ଭିତରକୁ କ୍ରମାଗତ ଭାବେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହି ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ […]
ଦାବି ପୂରଣ ନହେଲେ ଆସନ୍ତା ବାଲିଯାତ୍ରାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛି ବାଲିଯାତ୍ରା ବ୍ୟବସାୟୀ ସଙ୍ଘ ମିଳିତ ମଞ୍ଚ । ବାଲିଯାତ୍ରା ପାଇଁ ପ୍ରଶାସନ ଯେଉଁ ନିଲାମୀ ପ୍ରକ୍ରିୟା ଆପଣେଇଛି, ତାକୁ ମିଳିତ ମଞ୍ଚ ତରଫରୁ ବିରୋଧ କରାଯାଇଛି ।କାହିଁକି ନା ବାଲିଯାତ୍ରା ହେଉଛି ଓଡ଼ିଆ ଅସ୍ମିତାର ଏକ ପ୍ରତୀକ। କଟକର ଟେଣ୍ଟ ହାଉସ, ଦୋଳି ବ୍ୟବସାୟୀ, ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ପ୍ରତିବର୍ଷ ବାଲିଯାତ୍ରା କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ଓ ଲାଭାନ୍ବିତ ହୋଇଥା’ନ୍ତି। କିନ୍ତୁ […]
ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ ଅପହୃତ ଶିଶୁପୁତ୍ରଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିଛି।ନୂଆପଡା କୋମନା ଥାନା ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ନିକଟରୁ ଉଦ୍ଧାର କଲା କୋମନା ପୋଲିସ । ଗିରଫ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା […]
ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ମହିଳାମାନେ ମୁଣ୍ଡରେ ଧରିଛନ୍ତି ମାନସିକର ଝୁଣା। ଭଦ୍ରକ ସନ୍ତିଆ ନୀଳକଣ୍ଠପୁର ସାହିରେ ବଙ୍ଗୀୟ ପରମ୍ପରାରେ ମା’ଙ୍କ ପୂଜା କରାଯାଉଛି । ଏଠାରେ ମଧ୍ୟ କାହିଁ କେଉଁ ଦିନରୁ ମା’ ଦୁର୍ଗାଙ୍କର ଆବାହନ କରାଯାଏ । କିନ୍ତୁ ଏଠାରେ ମା’ଙ୍କୁ ବୈଷ୍ଣବ ପଦ୍ଧତିରେ ଆବାହନ ହେଉଥିବା ବେଳେ କିଏ କିଏ ଦୁର୍ଗା ମାଧବ ଭାବେ ପୂଜନ୍ତି । ଅଷ୍ଟମୀ ଦିନ ବହୁ ଦୂର ଦୁରାନ୍ତରୁ ଭକ୍ତଙ୍କ ଭିଡ଼ ଜମେ । […]
ଖୋର୍ଦ୍ଧା ନାଚୁଣୀ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୟୁସନ ସାର ଲିଙ୍ଗରାଜ ମୁଦୁଲିକୁ ଗିରଫ କରିଛି ପୋଲିସ । ପରୀକ୍ଷାରେ ପାସ୍ କରାଇଦେବା ନାଁରେ ଅଞ୍ଚଳର କିଛି ପିଲାଙ୍କୁ ଟ୍ୟୁସନ କରୁଥିଲା ଅଭିଯୁକ୍ତ । କିନ୍ତୁ ଗତ ୫ ତାରିଖରେ ଅନ୍ୟ ପିଲାମାନଙ୍କୁ ଭୟଭୀତ କରି ଟ୍ୟୁସନରୁ ବାହାର କରିବା ସହ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲା । ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାର ଧମକ ଦେଇଥିଲା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଚିବମାନଙ୍କୁ ସ୍ପଷ୍ଟ ରୂପେ ଭ୍ରଷ୍ଟ ଓ ପ୍ରଦର୍ଶନରେ ନିକମା ସରକାରୀ କର୍ମଚାରୀଙ୍କୁ ବାହାରକୁ ରାସ୍ତା ଦେଖାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜନତାଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚିବମାନଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ କର୍ମଚାରୀଙ୍କ କାର୍ଯ୍ୟର ମୂଲ୍ୟାୟନ କରାଯାଉ। ଯେଉଁମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଛନ୍ତି କିମ୍ବା ଦୁର୍ନୀତିରେ ଲିପ୍ତ ରହୁଛନ୍ତି ସେମାନଙ୍କୁ ବହିସ୍କାର କରିବା ଲାଗି […]
କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ଜେନାଖାଲ ରେ ସମ୍ପୂର୍ଣ୍ଣ ଗୁପ୍ତବିଧୂରେ ପୂଜାର୍ଚ୍ଚନା ପରେ ଭୋର ୫.୪୦ ରେ ମା’ଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ବାହାରିଥିଲା। ରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ଅଷ୍ଟମୀରେ ମା‘ଙ୍କ ନିକଟରେ ୧୦ ହଜାର ପଶୁବଳି ଦେଇଛନ୍ତି ମାନସିକଧାରୀ । ଫଳରେ ରକ୍ତ ରଞ୍ଜିତ ହୋଇଛି ମା’ଙ୍କ ପୀଠ । ଆଜି ସକାଳୁ ସକାଳୁ […]
