ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ଏନେଇ ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ନିର୍ଦ୍ଦେଶ ଜାରି ହୋଇଛି। ନିକଟରେ ସୁଆର ମହାସୁଆର ସେବକଙ୍କୁ ମଧ୍ୟ ବାସନ୍ଦ ପାଇଁ ଚେତାବନୀ ହୋଇଥିଲା। ଦୀଘା ମନ୍ଦିର ପ୍ରତିଷ୍ଠାରେ ରୋଷ କାର୍ଯ୍ୟରେ ବାସନ୍ଦ ପାଇଁ ଚେତାବନୀ ଦିଆଯାଇଛି।
ସରିଛି +୨ ପରୀକ୍ଷା। ଚାଲିଛି ଖାତାଦେଖା। ଖାଲି ଫଳାଫଳକୁ ଅପେକ୍ଷା। ଏପ୍ରିଲ ୨୮ରେ ଖାତା ଦେଖା ଶେଷ ହେବାକୁ ଥିବା ବେଳେ ଏପ୍ରିଲ ୩୦ ତାରିଖରେ ଖାତାଦେଖା ଶେଷ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ସ୍ଥାନରେ ଖାତା ଦେଖିବାକୁ ସେଣ୍ଟର ଆସିବାକୁ ସମସ୍ୟା ହେଉଥିଲା । ଫଳରେ ସକାଳେ କି ସନ୍ଧ୍ୟାରେ ସେଣ୍ଟର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୯୦ ପ୍ରତିଶତ ଖାତା ଦେଖା ସରିଛି । ଏହାସହ ଅନଲାଇନ ଅପଡେସନ ପାଇଁ ଦୁଇ […]
E-KYCରେ ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, E-KYCରେ ଯେଉଁ ଗରିବଙ୍କର କାର୍ଡ କଟିଛି ମୋତେ କୁହନ୍ତୁ । ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ । ଯଦି ଭୁଲରେ କଟିଯାଇଛି, ଆଉ ଥରେ ଆବେଦନ କରନ୍ତୁ, ସର୍ଭେ କରିକି ଦେବୁ ବୋଲି ମନ୍ତ୍ରୀ କହିଛନ୍ତି।ପାଖାପାଖି ୧ ଲକ୍ଷ ଲୋକଙ୍କ ରାସନ କାର୍ଡ […]
କଟକରେ ତିନି ଜଣ ପାକିସ୍ତାନ ନାଗରିକ ଅଛନ୍ତି । ବିଭିନ୍ନ ଭିସା ବଳରେ ସେମାନେ ଭାରତ ଆସିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ। ଚିହ୍ନଟ କରି ଗୃହ ବିଭାଗକୁ ତଥ୍ୟ ଦେବ ପୋଲିସ । ଗୃହ ବିଭାଗର ପରବର୍ତ୍ତୀ ନିର୍ଦ୍ଦେଶ ପରେ ପଦକ୍ଷେପ ଗ୍ରହଣ କରିବ ପୋଲିସ । ଜମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତ ସରକାର ନେଉଛନ୍ତି କଡା ପଦକ୍ଷେପ । ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ […]
କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ବରିଷ୍ଠ ଆଇପିଏସ୍ ଅଫିସର। ତାମଧ୍ୟରୁ ବିଏସ୍ଏଫ୍ର ଆଇଜି ଭାବେ ଆଇପିଏସ୍ ରବି କାନ୍ତ ଡେପୁଟେସନରେ ଯିବେ। ସେହିପରି ବିଏସ୍ଏଫ୍ର ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ମିତ୍ରଭାନୁ ମହାପାତ୍ର । ପୂର୍ବସରକାରର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ ରବି କାନ୍ତ ଏବଂ ମିତ୍ରଭାନୁ ମହାପାତ୍ର । ଦୁଇଜଣଯାକଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା ।ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ […]
ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ […]
ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜାରି ରହିଛି ବୈଠକ। ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ବୈଠକ ବସିଛି ।କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି ଶେଷ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ । ଏଇ ପରିପ୍ରେକ୍ଷୀରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଚଢାଉ କରଣ ,ଦେଉଳ କରଣ,ଭଣ୍ଡାର ମେକାପ, ଏଏସଆଇ ଅଧିକାରୀ ମାନଙ୍କୁ ନେଇ ଡକାଯାଇଛି […]
ଗଞ୍ଜାମରେ କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା ପରି ଆସିଛି ସଂଗୀନ ଅଭିଯୋଗ । ଦୁନିଆକୁ ଭଲରେ ଚିହ୍ନିବା ପୂର୍ବରୁ ଦୁଷ୍କର୍ମର ଶିକାର ହୋଇଛି ୪ ବର୍ଷର ଶିଶୁ କନ୍ୟା । ଶିଶୁ କନ୍ୟା ଜଣକ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲା। ଏହି ସମୟରେ କେହି ଦୁର୍ବୃତ୍ତ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ […]
ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି l ରାମଲୀଳା ପରିବେଷଣ ହେଉଥିବାବେଳେ ସେହି ନିକଟରେ ଥିବା ଏକ ନଡ଼ିଆ ଗଛ ହଠାତ୍ ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଯାଇଥିଲା l ଫଳରେ ଘଟଣା ସ୍ଥଳରେ ନିକଟସ୍ଥ ସମାଗୋଳ ଗ୍ରାମର ଟୁଟୁ ଦାସଙ୍କ ପତ୍ନୀ କୁନି ଦାସ(୩୪)ଙ୍କର ମୃତ୍ୟୁ ହୋଇଥିଲା l ଅନ୍ୟ ୪ ଜଣ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ […]
ପହଲଗାଓଁ ଆକ୍ରମଣକୁ ନେଇ ଭାରତ ପାକିସ୍ତାନ ଉପରେ ବହୁ କୂଟନୈତିକ କଟକଣା ଲାଗୁ କରିଛି। ତେବେ ଭୁବନେଶ୍ବରରେ ରହୁଛନ୍ତି ପାକିସ୍ତାନୀ ମହିଳା । ମହିଳାଙ୍କୁ ଦେଶ ଛାଡ଼ି ଯିବାକୁ ଦିଆଯାଇଛି ନୋଟିସ୍ । ତେବେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି exit permit ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ପଡ଼ି […]
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା କଡ଼ାକଡ଼ି । ଶ୍ରୀମନ୍ଦିର ଉପରେ ଆତଙ୍କୀଙ୍କ ଆଖି ଥିବା ନେଇ ପୂର୍ବରୁ ଗୁଇନ୍ଦା ସତର୍କ କରାଇଛି । ତେଣୁ ଶ୍ରୀମନ୍ଦିରକୁ କଡ଼ା ସୁରକ୍ଷା ମଧ୍ୟରେ ରଖିବା ପାଇଁ ପୁଲିସକୁ ସଜାଗ କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୧୨ ପ୍ଲାଟୁନ ଫୋର୍ସଙ୍କୁ ଆଲର୍ଟ କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଚେକିଂ କଡ଼ାକଡ଼ି କରାଯାଉଛି । ଆଣ୍ଟି ସାବୋଟେଜ୍ ଟିମ୍ ମାଧ୍ୟମରେ ନିୟମିତ […]
ଖ୍ରୀଷ୍ଟ ଜଗତର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ଚଳିତମାସ ୨୧ରେ ପରଲୋକ ଘଟିଛି। ଆସନ୍ତାକାଲି ଅର୍ଥାତ୍ ଶନିବାର ଭାଟିକାନ୍ ସିଟିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି। ଏଥିରେ ଯୋଗଦେବାକୁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଶୁକ୍ରବାର ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ପହଞ୍ଚିବା ପରେ, ସେ ସେଣ୍ଟ ପିଟର୍ସ ବାସିଲିକାରେ ପୋପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ବିଷୟରେ ସୂଚନା […]
