ଆଜିଠୁ ଓଡ଼ିଶାରେ ତାପମାତ୍ରା ବଢିବା ସହ ଶୀତର ପ୍ରକୋପ କମିବ । ସାରା ରାଜ୍ୟରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ପାରଦର ସ୍ତର ବଢିବା ସହ ଶୀତରୁ ସାମାନ୍ୟ ଅଶ୍ବସ୍ତି ମିଳିବ । ଥଣ୍ଡା କମିବା ସହ ଘନ କୁହୁଡି ରହିବ। ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରିଛି ବିଭାଗ। ଏଥିପାଇଁ ୪ ଜିଲ୍ଲାକୁ ଚେତବନୀ ଜାରି କରିଛି ପାଣିପାଗ କେନ୍ଦ୍ର । ଘନ କୁହୁଡି […]
ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ୫,୫୦୦ ଦାବି କରି ଦ୍ବିତୀୟ କିସ୍ତିରେ ୨ ହଜାର ନେଉଥିଲେ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ। ଧରାପଡ଼ିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍ର ରେଡ୍ ଜାରି ରଖିଛି।ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। ଡାକ୍ତର ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପୁଅର ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ଏବଂ ବିଚାର ସମୟରେ କୋର୍ଟରେ ଅନୁକୂଳ […]
ସନ୍ତା ଫେବୃୟାରୀ ମାସରେ ଦିଲ୍ଲୀରେ ନିର୍ବାଚନ । ଏଥିପାଇଁ ୪ ଦିନ ପାଇଁ ଡ୍ରାଏ ଡେ ରହିବ । ଦିଲ୍ଲୀ ସରକାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଫେବୃୟାରୀ ୩ ରୁ ୫ ଏବଂ ଫେବୃଆରୀ ୮ ପର୍ଯ୍ୟନ୍ତ ସହରର ମଦ ଦୋକାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ନିର୍ବାଚନ ସମୟରେ ଭୋଟରମାନଙ୍କୁ ପ୍ରଭାବିତ ହେବାରୁ ରୋକିବା ଏବଂ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛିା ଏହା ବ୍ୟତୀତ […]
ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।ପ୍ରସ୍ତାନ ଅନୁସାରେ, ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟରେ । ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବ । ୬ହଜାର ୭୯୪ ପଞ୍ଚାୟତରେ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏନେଇ ୪ରୁ ୫ କୋଟି ଖର୍ଚ୍ଚ ହେବ । ୪ବର୍ଷ ମଧ୍ୟରେ […]
ଅଯୋଗ୍ୟ ରାସନ୍ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍ ଉଠାଉଛନ୍ତି, […]
ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । କଟକ ବାରବାଟିରେ ହେବାକୁ ଥିବା ଏହି ମ୍ୟାଚ୍ କିଭଳି ଶୃଙ୍ଖଳିତ ଭାବେ ସୁରୁଖୁରୁରେ ଶେଷ ହେବ । ସେନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତିଓସିଏ ସଂପାଦକ ସଞ୍ଜୟ ବେହେରା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ମ୍ୟାଚର ପ୍ରଥମ ଟିକେଟ କିଣିଛନ୍ତି।ସୂଚନାଯୋଗ୍ୟ ଯେ, ଆସନ୍ତା […]
୪ ଦିନ ହେଲା ସୌରଭଙ୍କ ଫୋନ୍ ସୁଇଚ ଅଫ୍ ଥିବାବେଳେ ତାଙ୍କ ସହ ଯୋଗାଯୋଗ ହୋଇପାରୁ ନ ଥିବା ମା’ କହିଛନ୍ତି ।ଭୋର ୩ଟା ୫୦ରେ ଷ୍ଟେଶନ୍ ଛାଡ଼ିଥିଲା ବ୍ରହ୍ମପୁରରୁ ବିଶାଖାପାଟନମ୍ ଯାଉଥିବା ଟ୍ରେନ୍ । ସୌରଭଙ୍କ ଫୋନର ଲାଷ୍ଟ ଲୋକେଶନ୍ ଇଚ୍ଛାପୁରମ୍ ଦେଖାଉଛି ।ବିଶାଖାପାଟଣା ରେଲଓ୍ୱେ ଷ୍ଟେସନ୍ ଏବଂ ଏୟାରପୋର୍ଟରେ ସୌରଭଙ୍କ ବିଷୟରେ ସନ୍ଧାନ କରିଥିଲେ । କିନ୍ତୁ ସେଠାରେ ସେ ଚେକ୍ଇନ୍ କରିନଥିବା ଜଣାପଡିଛି । ଶେଷରେ ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ […]
ଓଡ଼ିଶା କ୍ୟାଡରର ବରିଷ୍ଠ ଆଇପିଏସ ଅଧିକାରୀ ଅମ୍ରିତ ମୋହନ ପ୍ରସାଦଙ୍କୁ ଛଅ ମାସ ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି (ଡିଜି, ବିସିଏଏସ୍)ର ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ଦିଆଯାଇଛି।କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ […]
ଧରାପଡ଼ିଲା ଠକ ପ୍ରେମିକ ଯିଏ ସୋସିଆଲ ମିଡ଼ିଆରେ ଝିଅଙ୍କୁ ପ୍ରେମ ନିବେଦନ କରି ଲଗାଉଥିଲା ଚୂନ । ବିଶ୍ବାସ ଜନ୍ମାଇ ଲକ୍ଷାଧିକ ଟଙ୍କା ଠକି ମାରୁଥିଲା ଚମ୍ପଟ ମାରୁଥିଲେ। ଠକ ପ୍ରେମିକ ଜଣକ ହେଲେ ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ରସୁଲପୁର ଗ୍ରାମ ପଞ୍ଚାୟତର କବାଟବନ୍ଧ ଗ୍ରାମର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଫେସବୁକ, ଇନଷ୍ଟାଗ୍ରାମ ଆଦି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ରସିକିଆ ଠକ ପ୍ରେମିକ ଜଣକ ଅଜାଣତ ଝିଅ ସହ ବନ୍ଧୁତା ସୃଷ୍ଟି କରୁଥିଲେ […]
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଉଦ୍ଧାର ହାତୀ ଛୁଆ ମୃତ । ଚଳିତ ମାସ ୬ ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇ ଚିକିତ୍ସା ପାଇଁ ନନ୍ଦନକାନନ ଆସିଥିଲା। ଏହାର ବୟସ ପାଖାପାଖି ୬ ବର୍ଷ ହେବ | ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ଛୁଆ ହାତୀର ମୃତ୍ୟୁକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଦୁଃଖ ପ୍ରକାଶ କରିଛନ୍ତିାଅଳ୍ପ ଦିନ ଭିତରେ ଛୁଆ ହାତୀ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲ।ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ […]
ସୁଭଦ୍ରା ଯୋଜନାକୁ ନେଇ ଏକ ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ଏକାଧିକ ପୁରୁଷ । ଏପର୍ଯ୍ୟନ୍ତ ଆବେଦନ କରିଥିବା ୧୫୭ଜଣ ପୁରୁଷଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଗକୁ ଯାଞ୍ଚ ଜାରି ରହିଛି ।ଆଧାର କାର୍ଡର ଯେତେବେଳେ ବ୍ୟାଙ୍କ ଲିଙ୍କ ଡାଟା ଆସିଲା ସେତେବେଳେ ଏ ତଥ୍ୟ ସାମ୍ନାକୁ ଆସିଲା । ବେଳେବେଳେ ପୁଅ ନାଁ ଓ ଝିଅ ନାଁ ଏକା ଭଳି ଥାଏ […]
ଆସନ୍ତା ୨୬ ତାରିଖରେ ଭୁବନେଶ୍ଵର ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ଓ ୨୩ ତାରିଖ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏବଂ ୨୪ ତାରିଖ ସକାଳ ୭ଟା ରୁ ୧୧.୩୦ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟତ ନିମନ୍ତେ କଟକଣା ଲାଗୁ କରାଯାଇଛି। କଟକଣା ସମୟରେ କୌଣସି ପ୍ରକାର ଭାରିଯାନ ରାମମନ୍ଦିର ଏବଂ ରାଜମହଲ ଛକ ପାର୍ଶ୍ୱରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଯିବାକୁ […]
