author

ସୁଭଦ୍ରା ଟଙ୍କା ସହ ମିଳିବ ବଡ଼ ପୁରସ୍କାର

ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା କେବେ ଆସିବ ତାକୁ ନେଇ ମହିଳାଙ୍କ ମନରେ ଲାଗି ରହିଥିଲା ଆଶା ଆଶଙ୍କା। ଏହି ଦ୍ୱନ୍ଦ୍ୱ ଦୂର ହୋଇଛି। ଅକ୍ଟୋବର ୯ ତାରିଖରେ ମିଳିବ ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା।ଗତ ରବିବାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି |ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ। ତେବେ ଆଜି ଏକ ବଡ଼ ସୂଚନା ଦେଇ […]

ଓଏସ୍ଇଏଫଡ଼ି ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚ଼ନା ଚ଼କ୍ର

ଆଜି ନୟାଗଡ଼ ଜିଲ୍ଲା ରାଜସୁନାଖଳା ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ସ୍ପେସିଆଲ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ “ଦିବ୍ୟାଙ୍ଗ ବିଦ୍ୟାର୍ଥୀ ଓ ସ୍ବତନ୍ତ୍ର ଶିକ୍ଷକ” ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଘ ପକ୍ଷରୁ ଓଡ଼ିଶା‌ ବିଧାନସଭା ର ସମ୍ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ଅନ୍ୟ ଅତିଥି ବୃନ୍ଦ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଓଏସ୍ଇଏଫଡ଼ି ସଂଘ ର ଯୁଗ୍ମ ସମ୍ପାଦକ […]

ରାସନ କାର୍ଡକୁ ନେଇ ବଡ଼ ଖବର। ଏହି ଜିନିଷ ନ କରିଥିଲେ ଲିଷ୍ଟରୁ ନାଁ କଟିଯିବ।

କେନ୍ଦ୍ର ସରକାର ଏଥର ରାସନ କାର୍ଡରେ ଇ-କେୱାଇସି କରିବା ବାଧ୍ୟତାମୂଳକ କରିଛନ୍ତି। ବର୍ତ୍ତମାନ ଏହି ରାସନ କାର୍ଡର KYC କରିବା ପାଇଁ ସମୟ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।ଯଦି ମାଗଣା ଚାଉଳ-ଗହମ ପାଇବାକୁ ଚାହୁଁଛନ୍ତି ତେବେ ରାସନ କାର୍ଡ ଇ-କେୱାଇସି ସଂପୂର୍ଣ୍ଣ କରିବା ଆବଶ୍ୟକ । ଆଧାର କାର୍ଡ ଏବଂ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ବ୍ୟବହାର କରି ଆପଣ ଅନଲାଇନରେ ଆପଣଙ୍କର ରାସନ କାର୍ଡ KYC ସଂପୂର୍ଣ୍ଣ କରିପାରିବେ ।ଅନଲାଇନରେ KYC […]

ଭବାନୀପାଟଣା ଘରୋଇ କଲେଜରେ ରାଗିଂ ନେଇ ଆସିଲା ସାଂଘାତିକ ଅଭିଯୋଗ

ସହପାଠୀ ସାଜିଲେ ସଇତାନ । ଭୁଲିଗଲେ ହିତାହିତ ଜ୍ଞାନ । । ହଷ୍ଟେଲ ଛାତରୁ ଖସି ଜଣେ ଯୁକ୍ତ ଦୁଇ ଛାତ୍ର ଗୁରୁତର ହୋଇଛି । ଅଭିଯୋଗ ଅନୁସାରେ ଏକ ଘରୋଇ କଲେଜରେ ପାଠ ପଢୁଥିବା ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ର ରାଗିଂର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଘରୋଇ କଲେଜ ହଷ୍ଟେଲରେ ଦୁଇ ମହଲା ଛାତରୁ ପଡି ଛାତ୍ର ଜଣଙ୍କ ଗୁରୁତର ହୋଇପଡିଛନ୍ତି ।ଗୁରୁତର ଛାତ୍ରଙ୍କ ଅଭିଭାବକ ଗତ ରାତିରେ ଥାନାରେ […]

ସାବଧାନ! ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। […]

ମୋଦୀଙ୍କ ମନ କଥାରେ ମୟୂରଭଞ୍ଜ ଯୁବକ ରାମ୍‌ଜିତ

ଅଖ୍ୟାତ ପଲ୍ଲୀରୁ ବିକ୍ଷାତ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ର ଗୋବିନ୍ଦପୁର ଗାଁର ରାମଜିତ ଟୁଡ଼ୁ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତରେ ପ୍ରଶଂସା କରିଛନ୍ତି । କାରଣ ସେ ଆଜି ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରି ସାରା ବିଶ୍ଵରେ ପରିଚିତ କରାଇଛନ୍ତି । ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି। ସେ କହିଛନ୍ତି ସାନ୍ତାଳୀ ଭାଷା ପାଇଁ ମୟୁରଭଞ୍ଜ ଯୁବକଙ୍କର ଅନେକ […]

ପୁଲିସ୍ ନାଁରେ ହତ୍ୟା ଅଭିଯୋଗ !

ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ଘଟଣା ପରେ ପୋଲିସ ବିରୋଧରେ ନିର୍ଯାତନା ଓ ଅନ୍ୟ ଅପରାଧ ସମ୍ପର୍କିତ ଅଭିଯୋଗ ହେଉଛି। କନ୍ଧମାଳ ପୁଲିସ୍ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗାଡି ଚଢାଇ ଗୁରୁତର କଲେ ଏବଂ ତାପରେ ରାସ୍ତାରେ ପିଟି ପିଟି ଜୀବନରୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ […]

IPS ସ୍ତରରେ ବଡ଼ ଧରଣର ଅଦଳବଦଳ

ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର ଆରକ୍ଷୀ ଅଧ୍ୟକ୍ଷ(ଏସ୍‌ପି) ଙ୍କୁ ମଧ୍ୟ ପରିବର୍ତ୍ତନ କରିଛନ୍ତି।ବଦଳିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ ହୋଇଛନ୍ତି। ସୁରେଶ ଦେବଦତ୍ତ ସିଂ କଟକ-ଭୁବନେଶ୍ୱରର ନୂଆ କମିଶନର ହୋଇଛନ୍ତି। ସେହିପରି ଉମା ଶଙ୍କର ଦାସଙ୍କୁ ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଦିଆଯାଇଛି। ନିକଟରେ ଭଦ୍ରକ […]

ଭରତପୁର ଥାନା ମାମଲା: ଆଜି ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମିଛଧରା ହେବ

ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ସୋମବାର ଗୁଜରାଟ ଗାନ୍ଧୀନଗରସ୍ଥିତ ଷ୍ଟେଟ୍‌ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ରେ ୫ ପୋଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ। ସେମାନଙ୍କୁ ନେଇ କ୍ରାଇମବ୍ରାଞ୍ଚ ଦଳ ରବିବାର ଗୁଜରାଟ ଗସ୍ତ କରିଥିବା ସୂଚନା ମିଳିଛି। ସୋମବାର ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣଙ୍କର ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ପରୀକ୍ଷା କରାଯିବ। ଅନ୍ୟ ୪ ନିଲମ୍ବିତ ପୁଲିସ ଅଧିକାରୀଙ୍କ ମଧ୍ୟ ଗୁଜରାଟରେ ପଲିଗ୍ରାଫ ପରୀକ୍ଷା ହେବ। […]

୬ ତାରିଖରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ରାଜ୍ୟରେ ଏବେ ଲଘୁଚାପଜନିତ ମୌସୁମୀ ବର୍ଷା ଜାରି ରହିଛି। ଅକ୍ଟୋବର ୬ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ମୁହାଁ ହୋଇ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା କରାଇବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବା ସମ୍ଭାବନା ନାହିଁ। ଅନ୍ୟପଟେ ସେହି ୬ତାରିଖରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ପୂର୍ବ ଆଣ୍ଡାମାନ ସାଗରରେ […]

ଆଜିର ରାଶିଫଳ(୩୦ ସେପ୍ଟେମ୍ବର,୨୦୨୪)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।*  ବୃଷ : ଆଜି ନିଜର ଉତ୍ସାହ ଗୁଣ  ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ଓଡ଼ିଶା ଶିକ୍ଷା ଅମଲା ସଂଘର ସାଧାରଣ ଅଧିବେଶନ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶା ଶିକ୍ଷା ଅମଲା ସଂଘ,ନୟାଗଡ଼ ଜିଲ୍ଲା ଶାଖାର ଚତୁର୍ଥ ଅଧିବେଶନ ନବଘନପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ମୁଖ୍ୟ ଉପଦେଷ୍ଟା ଅବସରପ୍ରାପ୍ତ  ପ୍ରତିଷ୍ଠାନ ଅଧିକାରୀ ହାଡ଼ିବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ସଭାରେ ଜିଲ୍ଲା ଶିକ୍ଷା ଅମଲା ସଂଘର ସଭାପତି ମନୋରଞ୍ଜନ ପଟ୍ଟନାୟକ, ସମ୍ପାଦକ ଶ୍ରୀଧର କୁମାର ସାହୁ,ସହ ସମ୍ପାଦକ କ୍ଷୀରୋଦ କୁମାର ସାହୁ,କୋଷାଧ୍ୟକ୍ଷ ରଜତ କୁମାର ହରିଚନ୍ଦନ,ରାଜ୍ୟ ଶିକ୍ଷା ଅମଲା ସଂଘର ଯୁଗ୍ମ ସମ୍ପାଦକ ଋତୁରାଜ […]