author

ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ।

ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ।ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ […]

କାଳବୈଶାଖୀ ବର୍ଷା ପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାବେଳେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ଝଡ଼ବର୍ଷାର ପ୍ରଭାବ ରହିବ। ବୁଧବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, ନୟାଗଡ଼, ଗଜପତି, ଗଞ୍ଜାମ ଓ କୋରାପୁଟ ଆଦି ଜିଲାକୁ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାରେ ଘଡ଼ଘଡ଼ି ଓ ବିଜୁଳି ଭୟ ରହିଥିବାବେଳେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର […]

ଲାଞ୍ଚ ନେଇ ଧରାପଡ଼ିଲେ ଶରଣକୂଳ ଥାନା ଏସଆଇ।

ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ ଲାଞ୍ଚ ନେଇ ଧରାପଡ଼ିଲେ। ଏଫଆଇଆର ରଖିବାକୁ ଜଣେ ମହିଳାଙ୍କ ଠାରୁ ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଗିରଫ ଏସଆଇ ଜଣକ ହେଉଛନ୍ତି ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ। ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ । ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ । ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ […]

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ।

ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଉଛି । ଯଥା ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ସରକାରୀ ବାସଭବନ, ଢେଙ୍କାନାଳ ସହର ଗାୟତ୍ରୀ ନଗର ସ୍ଥିତ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହ ସ୍ଥିତ ପୈତୃକ […]

ମେ ୬ରୁ ଜୁନ୍ ୧୯ ଯାଏଁ ଖରା ଛୁଟି ପାଇଁ ବନ୍ଦ ରହିବ ସ୍କୁଲ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରକାଶ ପାଇଛି । ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍‌ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ । ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି । ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି । ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି । ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍‌ ଶିକ୍ଷକମାନେ ୨୩୧ […]

ଆଜିର ରାଶିଫଳ(୧୬ ଏପ୍ରିଲ, ୨୦୨୫)

ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]

ମଙ୍ଗଳବାର ସୁନା ଦାମରେ ହ୍ରାସ

ଲଗାତାର ବୃଦ୍ଧି ପରେ ଆଜି ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ୧୫ ଏପ୍ରିଲରେ ସୁନା ଦର ୨୫୦ ଟଙ୍କା କମ ହୋଇଛି । ଦେଶର ଅଧିକାଂଶ ସହରରେ ସୁନା ଦର ୯୫,୦୦୦ ଟଙ୍କା ଆଖପାଖରେ କାରବାର କରୁଛି । ରୂପା ଦର ୯୯,୮୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ୧ କେଜି ଚାନ୍ଦିର ଦାମ ୨,୧୦୧ ବଢ଼ି ୯୫,୦୩୦ ପ୍ରତି କେଜି ହୋଇଛି। ଏହା ପୂର୍ବରୁ ଚାନ୍ଦିର ଦାମ୍ ୯୨,୯୨୯ […]

ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ୧ ଲକ୍ଷ ଚାଷୀଙ୍କୁ ମିଳିଲା ପ୍ରୋତ୍ସାହନ ରାଶି ।

ଓମଫେଡ୍ ଦୁଗ୍ଧଚାଷୀଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଗଲା । ଦୁଗ୍ଧଚାଷୀଙ୍କୁ ୩୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ସେପ୍ଟେମ୍ବର ୨୦୨୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି। କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ସର୍ବାଧିକ ୧୩ କୋଟି ଟଙ୍କା ପ୍ରଦାନ ।ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି […]

ଚଳିତ ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ।

ଚଳିତବର୍ଷର ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଉଭୟ ଚାଷୀ ଓ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ଆଣିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ,ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ । ମୌସୁମୀ ଋତୁରେ ୧୦୫ ପ୍ରତିଶତରୁ ଅଧିକ ବର୍ଷା ହେବ । ଏଲପିଏର ପରିମାଣ ୮୭ ସେଣ୍ଟିମିଟର ରହିବ । ଏଲନିନୋର ପ୍ରଭାବ ଦୂର୍ବଳ ରହିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । […]

ତିନି ମାସରେ ଘର ଘର ବୁଲି ଆଶା କର୍ମୀ ଆୟୁଷ୍ମାନ କାର୍ଡ ବଣ୍ଟନ କରିବେ

ନିକଟରେ ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାୟୀ)ର ଆରମ୍ଭ ହୋଇଯାଇଛି। ଏହି ଯୋଜନା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରାୟ ୩.୫ କୋଟି ବ୍ୟକ୍ତି ଏକୀକୃତ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ଉପକୃତ ହେବେ। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଭୁବନେଶ୍ବର ଡୁମୁଡୁମାରେ ଘରକୁ ଘର ବୁଲି ଆୟୁଷ୍ମାନ କାର୍ଡ ବଣ୍ଟନ କରିଛନ୍ତି। କଟକ ସଦର ଵମ୍ଫକୁଦ ପ୍ରାଥମିକ ଚିକିତ୍ସାଳୟରେ ସାଂସଦ ଭର୍ତ୍ତୃହରି […]

ଆଜି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି

ବିଜେଡିର ସାଙ୍ଗଠନିକ ନିର୍ବାଚନ ୨୦୨୫। ୩୩ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି।ପ୍ରେସ୍ ବିବୃତି ଅନୁଯାୟୀ, ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ , ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ଯାଜପୁର ପାଇଁ […]

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି ।

ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି । ଏହାସହ ମନ୍ଦିରର ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।ଦାଖଲ ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ, ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛନ୍ତି । ସେ ତାଙ୍କ […]