ପୁଣିଥରେ ଅଯୋଧ୍ୟା ରାମ ମନ୍ଦିରକୁ ବମ୍ ରେ ଉଡାଇଦେବାକୁ ଧମକ ମିଳିଛି । ଏହି ଧମକ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଆଇଡିକୁ ଇମେଲ୍ ମାଧ୍ୟମରେ ପଠାଯାଇଛି । ଏନେଇ ଅଯୋଧ୍ୟାର ସାଇବର ଥାନାରେ ଏଫଆଇଆର ରୁଜୁ ହେଇଛି । ଏହାସହ ମନ୍ଦିରର ମଧ୍ୟ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି ।ଦାଖଲ ହୋଇଥିବା ଏଫଆଇଆରରେ କୁହାଯାଇଛି ଯେ, ମେଲ୍ ପଠାଇଥିବା ବ୍ୟକ୍ତି ନିଜକୁ ଆଇଏସଆଇ ସେଲ ତାମିଲନାଡୁର ଇନଚାର୍ଜ ଭାବରେ ପରିଚୟ ଦେଇଛନ୍ତି । ସେ ତାଙ୍କ […]
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମ। ବର୍ତ୍ତମାନ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ୍ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଯାହାର ପୋଷ୍ଟର ଏବେ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଡକ୍ଟର କଲାମଙ୍କ ଜୀବନ ଯାତ୍ରାକୁ ବଡ଼ ପରଦାରେ ଆଣିବାକୁ ଯାଉଛନ୍ତି ଫିଲ୍ମ ନିର୍ମାତା ।ଅଭିଷେକ ଅଗ୍ରୱାଲ ଏବଂ ଏ.କେ. ଏଣ୍ଟରଟେନମେଣ୍ଟସ୍ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଏ.ପି.ଜେ. ଅବଦୁଲ କଲାମ ଇଣ୍ଟରନେସନାଲ ଫାଉଣ୍ଡେସନର ସହଯୋଗରେ ନିର୍ମାଣ କରାଯାଉଛି […]
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି ।ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।ବର୍ତ୍ତମାନ […]
ଅଡୁଆରେ ମାର୍କ ଜକରବର୍ଗ । ବିକ୍ରି କରିବାକୁ ପଡ଼ିପାରେ ସବୁଠୁ ବଡ଼ ଆପ୍ ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ବିଶ୍ୱର ଦୁଇ ବିଶାଳ ସୋସିଆଲ ମିଡିଆ ଆପ୍ ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍ ଆମେରିକାର ଧନୀ ବ୍ୟକ୍ତି ମାର୍କ ଜକରବର୍ଗଙ୍କ ମାଲିକାନାରୁ ଖସିଯିବାର ସମ୍ଭାବନା ରହିଛି ।ବଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା ମେଟା। ଏନଇ ଅଭିଯୋଗ ଆଣିଛନ୍ତି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ। ମେଟାର […]
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସଏଚଜି ମହିଳାଙ୍କ ପାଇଁ ଘୋଷଣା କଲେ ଖୁସି ଖବର । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବେନି ଏସଏଚଜି ମହିଳା । ଏସଏଚଜି ମହିଳାଙ୍କୁ ସୁଧମୁକ୍ତ ଋଣ ପ୍ରଦାନ ଅବଧି ଆଉ ବର୍ଷେ ବଢ଼ିଲା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ୩୧ ମାର୍ଚ୍ଚ ସୁଦ୍ଧା ଶେଷ ଅବଧି ୨୦୨୫-୨୬ ଆର୍ଥିକ ବର୍ଷକୁ ବଢ଼ିଲା ।ମହିଳାଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକରା […]
ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ଠାବ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ଲାଗି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ । ଯାହାକୁ ସୁରକ୍ଷିତ ଭାବେ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି । ଯବାନଙ୍କୁ କ୍ଷତି ପହଞ୍ଚାଇବା ଉଦେଶ୍ୟରେ ମାନକେଲି ଗାଁ କଚ୍ଚା ରାସ୍ତାରେ ୨ କିଲୋଗ୍ରାମ ଓଜନର ୩ ଟି ବିୟର ବୋତଲ ବୋମା ଏବଂ ୨ ଟି ଟିଫିନ୍ ବୋମା ସିରିଜରେ ଖଞ୍ଜିଥିଲେ ନକ୍ସଲ । ଯାହା […]
ରାଜ୍ୟରେ ସୃଷ୍ଟି ହୋଇଛି ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି । ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ […]
ନୂଆ ପାଞ୍ଜିରେ ରାଜନୀତିକ ଅନୁମାନ । ଶାସକ ଦଳ ଓ ବିରୋଧୀଙ୍କୁ ନେଇ ସଙ୍କେତ । ପ୍ରାକୃତିକ ବିପର୍ଯ୍ୟୟ, ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ ଦଳର ପରିବର୍ତ୍ତନ ଓ ଭାରତର ବୈଦେଶିକ ସମ୍ପର୍କ ବାବଦରେ ରହିଛି ଏଭଳି ତଥ୍ୟ |ନୂତନ ପାଞ୍ଜିକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା […]
ସିବିଆଇ ଦ୍ୱାରା ଜବତ ହୋଇଥିବା ୧୫ ଲକ୍ଷ ଟଙ୍କାକୁ ରିଲିଜ୍ ପାଇଁ ହୋଇଥିବା ଆବେଦନର ସୋମବାର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପୁଲିସ୍ ବା ଯେକୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ୍ ହେବ। ଏହା ପୂର୍ବରୁ ସେସବୁର ସ୍ଥାୟୀ ରେକର୍ଡ଼ ରଖିବା ଲାଗି ହାଇ- ରିଜୋଲ୍ୟୁସନ ଫଟୋଗ୍ରାଫ୍ ଉଠାଯିବ। ଉକ୍ତ ଜବତ ଟଙ୍କାକୁ ନେଇ ପଞ୍ଚନାମା କରାଯିବ। […]
ଶରୀରରେ ୫ ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା। ଆରମ୍ଭରେ ସବୁକିଛି ଭଲ ଚାଲିଥିଲା। ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଘୁଷୁରୀର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବାରେ […]
ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ […]
ଭୁବନେଶ୍ୱର ରାମମନ୍ଦିର ନିକଟରୁ ଶିଶୁ ଚୋରି ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍ । ଜଣେ ବ୍ୟକ୍ତି ଶିଶୁପୁତ୍ରକୁ ନେଉଥିବାର ସିସିଟିଭିର କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୋଲିସ । ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । […]
