author

ଅକ୍ଟୋବର ୬ରେ ଓଡ଼ଗାଁରେ  ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ଅଡିସନ

ଓଡ଼ଗାଁ,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଥିବା ଲୁକ୍କାୟିତ ସଙ୍ଗୀତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ‘ସଙ୍ଗୀତଧାରା’ ,ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ଭକ୍ତିସଙ୍ଗୀତ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଅଡିସନ ଓଡ଼ଗାଁ ଠାରେ ଆସନ୍ତା ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହେବ ।  ଓଡ଼ଗାଁ କଲେଜ ରୋଡ଼ରେ ଥିବା ରେସପ୍ଲସ ଶିକ୍ଷା କେନ୍ଦ୍ରରେ ବିନା ବାଦ୍ୟଯନ୍ତ୍ରରେ ପ୍ରତିଯୋଗୀ ମାନଙ୍କ ଅଡିସନ ହେବା ପାଇଁ ସ୍ଥିର କରାଯାଇଅଛି ।  ଏଥିରେ ୧୪ରୁ ୨୪ବର୍ଷ ବୟସର ଉଭୟ ପୁଅ ଝିଅ ଅଂଶ ଗ୍ରହଣ […]

ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟାଳୟ ଗୃହ ନୟାଗଡ଼ ପୁରୁଣା ସହର ଠାରେ ଉଦଘାଟିତ ହୋଇ ଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ବୃନ୍ଦାବନ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟାଳୟ ଗୃହ ଉଦଘାଟନ କରିଥିଲେ। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ […]

ଆଜିର ରାଶିଫଳ(୨୯ ସେପ୍ଟେମ୍ବର,୨୦୨୪)

ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।* ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]

ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ: ନୂଆଗାଁ ବ୍ଲକ୍ ଦୁରୁଦୁରା କ୍ଲଷ୍ଟର ସି ଆର୍ ସି ସି ରାକେଶ କୁମାର ଘଡେ଼ଇ ଙ୍କ ତତ୍ବାବଧାନରେ ଦୁରୁଦୁରା କ୍ଳଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଛି ଶିଶୁ ମାନଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ବୋଲି ସି ଆର୍ ସି ସି ରାକେଶ କହିଥିଲେ।ଶିଶୁ ମହୋତ୍ସବ ସୁରଭି ରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୀତ ,ନୃତ୍ୟ ରେ ବିଚାରକ ଭାବେ ରକ୍ ଷ୍ଟାର ନୃତ୍ୟ ଏକାଡେମୀ କୋରିଓ […]

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମଙ୍କୁ ମରଣାନ୍ତକ ଆକ୍ରମଣ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏଏନଏମ ଙ୍କୁ ଘରୁ […]

କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଲୋକସେବା ଭବନରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିଟେ୍‌ରେ ଗୋପାଳକ ଓ ଦୁଗ୍ଧଚାଷୀଙ୍କ ବୃହତ୍‌ ସ୍ବାର୍ଥ ପାଇଁ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ଦ୍ବାରା ରାଜ୍ୟର ଦୁଗ୍ଧଚାଷୀ ଉପକୃତ ହେବେ। କାମଧେନୁ ଯୋଜନା ସହିତ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଗୋପାଳନ ପାଇଁ ନୂଆ ଯୋଜନା ଆରମ୍ଭ ହେବ। ଗାଈ ଓ ମଇଁଷି ଚାଷୀଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ। ଓମଫେଡକୁ ସଶକ୍ତ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। […]

ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିବେଦନ

ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଛନ୍ତି । ସରକାର ପ୍ରଥମ ଦଫାରେ ୧୦୨୨ ଜଣ ନର୍ସଙ୍କୁ ପଦୋନ୍ନତି ଦେଇଛନ୍ତି । ସେମାନଙ୍କ ଦାବି ପ୍ରତି ସରକାର ସକରାତ୍ମକ ବିଚାର କରୁଛନ୍ତି । ଏନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏନେଇ ଆଲୋଚନା […]

୩ ଦିନ ହେଲା ଇବ୍ ନଦୀ ଟାପୁରେ ଫସିରହିଥିବା ୫ ଜଣ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ସୀମାନ୍ତ କତେଇବିରା ନିକଟ ଇବ୍ ଏବଂ ସାନ ନଦୀ ମଝି କପଟଦ୍ବାର ଟାପୁରେ ଗତ ୫ ଦିନ ହେଲା ଜଣେ ମହିଳା ସମେତ ୫ ଜଣ ଗ୍ରାମବାସୀ ଫସିରହିଥିଲେ ।ନିଜର ଗୋରୁ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ଏକ ଟାପୁରେ ଫସି ରହିଥିଲେ । ଏହି ଘଟଣା ଜିଲ୍ଲାର ବାବୁସଜବାହର ଗ୍ରାମରେ ଘଟିଛି । ହଠାତ ନଦୀରେ ପାଣି ଆସିବାରୁ ସେମାନେ ଆସିପରିନଥିଲେ । ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ […]

ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ।

ଆସନ୍ତା ସୋମବାର ଅର୍ଥାତ୍‌ ସେପ୍ଟେମ୍ବର ୩୦ ତାରିଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହିଦିନ ଜନଶୁଣାଣି ବନ୍ଦ ରହିବ । ଉଲ୍ଲେଖ ଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ଜନତା ପାର୍ଟିର ପରିବର୍ତ୍ତନ ଯାତ୍ରାରେ […]

ବିଲ୍ ପାସ୍ କରିବାକୁ ଯନ୍ତ୍ରୀଙ୍କ ଗୋଡ ଧରୁଛନ୍ତି ସରପଞ୍ଚ

ପିସି ନଦେବାରୁ ବିଲ କରୁ ନାହାଁନ୍ତି ସରକାରୀ ଯନ୍ତ୍ରୀ। ଶେଷରେ ବିଲ୍ କରାଇବା ପାଇଁ ଯନ୍ତ୍ରୀଙ୍କ ପାଦ ଧରି ମୁଣ୍ଡିଆ ମାରିଛନ୍ତି ସରପଞ୍ଚ। ଏଭଳି ଏକ ଦୃଶ୍ୟ ଆସିଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ।ପଞ୍ଚାୟତର ବହୁ ଉନ୍ନୟନମୂଳକ କାମର ବିଲ୍‌ ହୋଇନି । ଚନ୍ଦ୍ରପୁର ଗାଁ ରାସ୍ତାର ଉନ୍ନତିକରଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏନ୍‌ଆରଜିଏସ୍‌ ଅଟକଳ ହୋଇଥିଲା । ପ୍ରାୟ ଦେଢ ଲକ୍ଷ ଟଙ୍କାର କାମ ଶ୍ରମିକ କରିଥିବାବେଳେ ୬୫ ହଜାର […]

ହସ୍ତକଳାରେ ମାଣିଆବନ୍ଧ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ

ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପ୍ରତିଯୋଗିତାରେ ପୁରସ୍କୃତ ହୋଇଛି ଓଡ଼ିଶାର ମାଣିଆବନ୍ଧ ଗାଁ। ବୟନଶିଳ୍ପୀ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଟକ ଜିଲ୍ଲାର ମାଣିଆବନ୍ଧ ଗାଁକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି। ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦେଶକ ବିଶ୍ୱଜିତ୍ ରାଉତରାୟ, ପର୍ଯ୍ୟଟନ ସହକାରୀ ନିର୍ଦେଶକ ଅଞ୍ଜନ ବାରିକ ଏବଂ ମାଣିଆବନ୍ଧ ଗ୍ରାମରୁ ମନୋନୀତ ଜୀବନକୃଷ୍ଣ ମହାପାତ୍ର ଓ ଟୁଲୁ ପ୍ରଧାନ ଏହି ସମ୍ମାନ ଗ୍ରହଣ […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ନିଯୁକ୍ତି ପାଇବେ ହୋମ୍‌ଗାର୍ଡ

କାର୍ଯ୍ୟକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସଙ୍କୁ ମିଳିବ ବାଇକ୍‌‌। ପ୍ରତି ଥାନା ପିଛା ଗୋଟିଏ କି ଦୁଇଟି ବାଇକ୍‌‌ ଥିବାରୁ କାମ ଶୀଘ୍ର ହୋଇପାରୁନି। ପ୍ରତି ପୁଲିସଙ୍କୁ ବାଇକ୍‌‌ ଦିଆଗଲେ ସେମାନେ ତୁରନ୍ତ ପହଞ୍ଚିବେ। ପୁଲିସଙ୍କ ନାମରେ ବାଇକ୍‌‌ ଦିଆଯିବ, ଯେଉଁ ଥାନାକୁ ଗଲେ ବି ସେମାନେ ସାଙ୍ଗରେ ନେଇ ଯାଇପାରିବେ। ଏଥବପାଇଁ ପାଖାପାଖି ୯ହଜାର ବାଇକ କିଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |ନୂଆ ନିଯୁକ୍ତି ମଧ୍ୟ ଦିଆଯିବ। ରାଜ୍ୟରେ […]