ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ସ୍ୱଳ୍ପରୁ ମାଧ୍ୟମ ଧରଣର ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆହୁରୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ବିଶେଷକରି, ଉତ୍ତର ଓଡି଼ଶାରେ ଏହାର ପ୍ରଭାବ ଅଧିକ ରହିବ। କାହିଁକିନା, ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର […]
ଦୀର୍ଘ ୫ ଘଣ୍ଟାର ପରିଶ୍ରମ ପରେ ହାତୀକୁ ଟ୍ରାଙ୍କୁଲାଇଜ୍ କରାଗଲା। ଏହାପରେ ହାତୀ ଶରୀରରେ ରେଡିଓ କଲାର ଲଗାଯାଇଥିବା ବେଳେ ଏବେ ହାତୀର ଗତିବିଧି ଉପରେ ବନ ବିଭାଗର ରଖିବ ତୀକ୍ଷଣ ନଜର। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅଧୀନ ତୋଡା ଫରେଷ୍ଟ ଅଞ୍ଚଳରେ ଆଜି ଦନ୍ତା ହାତୀକୁ ଟ୍ରାଂକୁଲାଇଜ କରା ଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ୫ଟି ଟିମ୍ରେ ୬୦ ଜଣ ଅଧିକାରୀ ଓ କର୍ମଚାରୀ ତୋଡା ଫରେଷ୍ଟ ଅଞ୍ଚଳରେ ପହଞ୍ଚିଥିଲେ। ପ୍ରାୟ ୫ […]
ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥିଲା ନୂଆ ନାଟକ, ଦ୍ୱିତୀୟ ସିନ୍ ପରେ କଲ୍ ଆସିଲା ବାପା ଚାଲିଗଲେ । ବାପା ମୃତ୍ୟୁ ଖବର ପାଇ ମନରେ କୋହକୁ ଚାପି ଦେଇ ନାଟକ ସମ୍ପୂର୍ଣ୍ଣ କଲେ ଯାତ୍ରା ନାୟିକା ଟିକିନା ସ୍ବାଇଁ । କାରଣ କଳାକରଙ୍କ ପାଇଁ ଦର୍ଶକ ହେଉଛନ୍ତି ଭଗବାନ । ଅଭିନୟ ସମୟରେ ଆଖିରୁ ଲୁହ ବହୁଥାଏ, କିନ୍ତୁ ଅଭିନୟରେ କିଛି କମି ନଥାଏ । ପ୍ରଥମ ଥର ନାଟକଟି ପରିବେଶଣ ହେଉଥିବାରୁ ନାଟ୍ୟକାର, […]
ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଭାଜପା ନେତା ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥତାବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହିତ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସେ ଯେପରି ଶୀଘ୍ର ଆରୋଗ୍ୟ ଲାଭ କରିବେ ସେଥିପାଇଁ ଧ୍ୟାନ ଦେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସାକ୍ଷାତ ସମୟରେ ଶ୍ରୀ ହରିଚନ୍ଦନଙ୍କ ପୁତ୍ର ତଥା ରାଜ୍ୟ ଆଇନ, ପୂର୍ତ୍ତ ଓ […]
ଦନ୍ତାକୁ ଧରିବାକୁ ବନ ବିଭାଗର ବଡ଼ କସରତ। ସୁନ୍ଦରଗଡ଼ କୋଇଡ଼ା ଜାମୁଡିହି ସେକ୍ସନ ତୋଡ଼ା ଜଙ୍ଗଲରେ ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ କରିବାକୁ ବନ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ।ହାତୀଟି ପ୍ରାୟ ୧୫ ଜଣଙ୍କୁ ଦଳି ଜୀବନ ନେଇଥିବା ବେଳେ ବହୁ ଲୋକଙ୍କୁ କଚାଡ଼ିଛି। ଏଥିସହ ବହୁ ଘରଦ୍ୱାର ଭାଙ୍ଗି ଲୋକଙ୍କୁ ବେସାହାରା କରିଥିବା ବେଳେ ଫସଲ ଖାଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ହାତୀଟିକୁ କାବୁ କରିବାକୁ ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଉଦ୍ୟମ ପରେ ଆଜି ଆରମ୍ଭ ହୋଇଛି […]
ନାବାଳିକାଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଞ୍ଚାୟତ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ […]
ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଅନ୍ତିମ ସୋପାନର ବିଶେଷ ଆକର୍ଷଣ ଆଜ୍ଞାମାଳ ଓ ବିରାଟକାୟ ଆଜ୍ଞାଲଡୁ ନିଲାମ ହୋଇଛି। ଚଳିତ ବର୍ଷ ସାଢେ ୩ ଟନ ଓଜନର ଆଜ୍ଞାଲଡୁକୁ ଟିଏସଏସ ଗ୍ରୁପ ୧୯ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି। ସର୍ବାଧିକ ୧୯ଲକ୍ଷ ୩୮ହଜାର ଟଙ୍କାରେ ଟିଏସଏସ ଗ୍ରୁପର ପକ୍ଷରୁ ପ୍ରତିନିଧିତ୍ବ କରିଥିବା ଯତୀନ ମହାନ୍ତି ଓ ତାପସ ସାହୁ ୩ହଜାର ୫ଶହ କିଲୋ ଓଜନର ଗଜାନନଙ୍କ ଆଜ୍ଞାଲଡ଼ୁକୁ ନିଲାମରେ ନେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପ୍ରଥମେ […]
ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ କମିଶନରେଟ୍ ମୁଖ୍ୟାଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ […]
ମେଷ ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।* ବୃଷ ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ […]
ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ବେଳେ ଟ୍ରାକକୁ ଗଳି ପଡ଼ିଲେ ବିଧାୟିକା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ସୋମବାର ଆଗ୍ରା-ବାରଣାସୀ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ବେଳେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଇତୱାହର ବିଜେପି ବିଧାୟିକା ସରିତା ଭାଦୌରିୟା ରେଳ ଟ୍ରାକକୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଗତକାଲି ଆଗ୍ରା-ବାରଣାସି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ଇତୱା ପ୍ଲାଟଫର୍ମରେ ସନ୍ଧ୍ୟା […]
ରାଜଧାନୀରେ ଆର୍ମି ମେଜର୍-ପୋଲିସ ବିବାଦ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର କୁମାରଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ଭରତପୁର ଥାନାକୁ ଯାଇ ସିସିଟିଭି ପୁଟେଜକୁ ଯାଞ୍ଚ କରୁଛନ୍ତି ଟିମ୍। ସେପଟେ ଆସନ୍ତାକାଲି ହାଇକୋର୍ଟରେ ମାମଲାର ଶୁଣାଣି ହେବ ।ଚର୍ଚ୍ଚାରେ ଭୁବନେଶ୍ବରର ଭରତପୁର ଥାନା । ଜଣେ ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ବାନ୍ଧି ହରଡ଼ଘଣାରେ ପୁଲିସ । ପୁଲିସ ଜାରି କରିଥିବା ପ୍ରେସ ରିଲିଜ ଅନୁସାରେ, ଗତ ୧୫ ତାରିଖ ଭୋର ୩ଟାରେ […]
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଆର୍ଆଇ ଓ ପିଅନ । ସେମାନଙ୍କ ନାଁ ଯଥାକ୍ରମେ ବରୁଣ ଜେନା ଓ ବଳରାମ ସାହୁ । ଢେଙ୍କାନାଳ ସଦର ଆରଆଇ ଅଫିସରେ ସେମାନେ ନିଯୁକ୍ତ ହୋଇଛନ୍ତି ।ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ ଆରଆଇ ବରୁଣ ଜେନା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।ଯୋଜନା ପ୍ରକାରେ ଅଭିଯୋଗକାରୀ ଆଜି ସେ ବଳରାମ ସାହୁଙ୍କ ମାଧ୍ୟମରେ ଆରଆଇ ବରୁଣ ଜେନାଙ୍କୁ ୩୦ହଜାର ଟଙ୍କାର ଲାଞ୍ଚ […]
