author

ବରମୁଣ୍ଡା ବସଷ୍ଟାଣ୍ଡ ସରକାରୀ ଦୋକାନରୁ ନକଲି ମଦ ବୋତଲ ଜବତ

ବରମୁଣ୍ଡା ବସଷ୍ଟାଣ୍ଡ ନିକଟ ଏକ ମଦ ଦୋକାନରେ ଅତର୍କିତ ଚଢଉ କରି ନକଲି ମଦ ବୋତଲ ଠାବ କରିଛି ଅବକାରୀ ବିଭାଗ। ଏଠାରେ ଅସଲି ବ୍ରାଣ୍ଡରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଟିମ୍ ଚଢଉ କରିଛି ।ସୂଚନା ଅନୁସାରେ ବିଦେଶୀ ବ୍ରାଣ୍ଡର ମଦ ପିଇବା ପରେ ଗ୍ରାହକ ଫିଙ୍ଗି ଦେଉଥିବା ବୋତଲ ଆଣି ସେଥିରେ ମଦରେ ପାଣି ମିଶାଇ ସିଲ୍‌‌ କରାଯାଉଥିଲା। ଯାହାକୁ ଅନ୍ୟ ଗ୍ରାହକମାନେ କିଣି ନେଉଥିଲେ। କିନ୍ତୁ କେହି ଏପର୍ଯ୍ୟନ୍ତ […]

ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ

ବିପଦ ସମୟରେ ସ୍ତ୍ରୀ ହାତ ଛାଡିଦେଲା ଅମାନୁଷିକ ସ୍ୱାମୀ। ଯାହା ହାତ ଧରି ସାତଜନ୍ମ ପାଇଁ ଚାଲିବାର ଶପଥ ନେଇଥିଲା, ତାକୁ ଆଜି ରୋଗଗ୍ରସ୍ତ ଅବସ୍ଥାରେ ଏକୁଟିଆ ଛାଡିଗଲା। ଏମିତି ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ। ନୀଳଗିରି ବ୍ଲକ ଜଡିବାଲି ଗ୍ରାମର ସୁଜାତା ବାରିକ। ଏକମାସ ପୂର୍ବେ ଝିଅର ଦେହ ଖରାପ ହେବାରୁ ସ୍ବାମୀଙ୍କ ସହ ବାଲେଶ୍ୱର ମେଡ଼ିକାଲ ଚିକିତ୍ସା ପାଇଁ ଆସିଥିଲେ। ତେବେ ସେଠାରେ ହଠାତ୍‌ ସୁଜାତା ମଧ୍ୟ ଅସୁସ୍ଥ ହୋଇପଡନ୍ତି । ପରୀକ୍ଷାରୁ […]

ମହଙ୍ଗା ହେଲା ଖାଇବା ତେଲ। ଲିଟର ପିଛା ୨୦ ଟଙ୍କା ବଢିଛି ଖାଇବା ତେଲ।

ଦେଶରେ ପାର୍ବଣ ଆରମ୍ଭ ହୋଇଯାଇଛି। ଲୋକଙ୍କ ଭିତରେ ବିଭିନ୍ନ ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି।ଫଳରେ ଖୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି।ଦିନକ ତଳେ ସୋରିଷ ତେଲ ଲିଟର ପିଛା ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା […]

କାଲି ଓଡିଶା ଆସୁଛନ୍ତି ମୋଦୀ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସୁଥିବାରୁ ବିପୁଳ ଜନସମାଗମ ହେବାର ଆଶଙ୍କା ରହିଛି । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୮୧ ପ୍ଲାଟୁନ୍ ଫୋର୍ସ । ୧୧ ଡିସିପି ରାଙ୍କ ଅଧିକାରୀ, ୨୨ ଅତିରିକ୍ତ ଡିସିପି, ୬୬ ଏସିପି, ୧୦୦ ଆଇଆଇସି, ୩୦୦ […]

ନଡ଼ିଆ ତେଲ ନାଁରେ ବିକୁଥିଲେ ପୋଡା ତେଲ

ଅସଲି ବ୍ରାଣ୍ଡ ଭଳି ଦିଶୁଥିବା ବୋତଲରେ ନକଲି ଅପମିଶ୍ରିତ ତେଲ। ବାହାରକୁ ଦେଖିଲେ ଲାଗୁଛି ଏକ ବ୍ରାଣ୍ଡେଡ୍ କମ୍ପାନୀର ନଡ଼ିଆ ତେଲ ଡବା। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ପୁଲିସ୍‌ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀକୁ ସିଜ୍‌ କରିଛି। ବ୍ରହ୍ମପୁର ଶାସ୍ତ୍ରୀନଗର ଫୋର୍ଥ୍ ଲେନରେ ଚାଲୁଥିଲା ଏହ କାରଖାନା। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏଭଳି ବେଆଇନ କାରବାର ଜାରି ରହିଥିଲା ଏଠାରେ। ପ୍ରସ୍ତୁତକର୍ତ୍ତା ଶାଲିମାର ନଡିଆ ତେଲ […]

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବରରେ ଯୋଜନାର ଶୁଭାରମ୍ଭ କରିବେ।ଗତକାଲି ଅନେକ ଆବେଦନକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୧ ଟଙ୍କା ଟ୍ରାନ୍ସଫର କରାଯାଇଛି। ଯେଉଁମାନଙ୍କ ପାଖକୁ ଟଙ୍କା ଯାଇନି, ସେମାନଙ୍କୁ ମଧ୍ୟ ପର୍ଯ୍ୟାୟକ୍ରମେ ଯାଂଚ ପ୍ରକ୍ରିୟା ଶେଷ ହେବା ପରେ ଟଙ୍କା ପଠାଯିବ।ସାରା ରାଜ୍ୟରେ ସୁଭଦ୍ରା ସଚେତନତା ପଦଯାତ୍ରା ବି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜନତା ମଇଦାନ ଯାଇ ପ୍ରସ୍ତୁତିର ତଦାରଖ କରିଛନ୍ତି। […]

ଓଡିଶା ରାଜ୍ଯ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ରାୟଗଡା ସର୍କଲ ର ଏକ ବୈଠକ

ଓଡିଶା ରାଜ୍ଯ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ରାୟଗଡା ସର୍କଲ ର ଏକ ବୈଠକ ତା 14/09/2024 ରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ବି,ଏନ ପାଲେସ୍ ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକ ରେ ଓଡିଶା ରାଜ୍ଯ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ ର ଟି,ପି,ଏସ,ଓ,ଡି,ଏଲ୍ ର ସାଧାରଣ ସମ୍ପାଦକ ଇଂ ରଶ୍ମିରଞ୍ଜନ ଆଚାର୍ଯ୍ଯ ଉପ-ସଭାପତି ଇଂ ସରୋଜ କୁମାର ମିଶ୍ରକୋଷାଧ୍ୟକ୍ଷ ଇଂ ବିଦୁର ବେହେରା ଏବଂ ରାୟଗଡା ସର୍କଲ ର ଅଧିନ ରେ ଥିବା ସମସ୍ତ […]

ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା

ଆଜି ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା। ସାରା ରାଜ୍ୟରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍‌ ଧୁମଧାମରେ ପାଳନ କରାଯାଉଛି। ଭଗବାନ ବିଶ୍ୱକର୍ମାଙ୍କୁ ପୂଜା କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହେଉଥିବା ବିଶ୍ୱାସ ରହିଛି|ଚଳିତ ବର୍ଷ ଶ୍ରମିକ ସଂଗଠନ ଗୁଡିକ ସମେତ ବନ୍ଦରର ବିଭିନ୍ନ ବିଭାଗ, ଟ୍ରକ ମାଲିକ ସଂଘ, ଟ୍ରଲର ମାଲିକ ସଂଘ ପୂଜା ଧୂମଧାମରେ ଆୟୋଜନ କରିଛନ୍ତି। ଆକର୍ଷଣୀୟ ତୋରଣ […]

ପ୍ରବଳରୁ ଅତିପ୍ରବଳ ବର୍ଷିବ: ଏହି ଜିଲାକୁ ରେଡ୍‌ ଓ୍ବାର୍ନିଂ

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ। ଆଜି ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।ସେହିପରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ହେଲା ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା। ସେପଟେ ବାଲେଶ୍ୱର ଜିଲାରେ ପ୍ରବଳ […]

ଆଜିର ରାଶିଫଳ(୧୬ ସେପ୍ଟେମ୍ବର,୨୦୨୪)

ମେଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*  ବୃଷ: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*  ମିଥୁନ: […]

ଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସଭାକକ୍ଷରେ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ନୟାଗଡ଼ ତରଫରୁ ଏକ ଯୁବ ସମ୍ମେଳନ ମାଧ୍ୟମରେ ମୂଲ୍ଯବୋଧ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ କାଉ ଓ ଚିଲ ର ଉଦାହରଣ ଦେଇ ପ୍ରତ୍ଯେକ ଛାତ୍ରଛାତ୍ରୀ ହିଂସା ଇର୍ଷା […]

ରେଳ ଷ୍ଟେସନ ସଫେଇ ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ନାଗରିକ ମଞ୍ଚ

ନୟାଗଡ଼,(ଓଡ଼ିଶା ଦର୍ପଣ): ପରିବେଶକୁ ସ୍ୱଚ୍ଛ,ସୁନ୍ଦର ଓ ପରିଷ୍କାର ରଖିବା ଲକ୍ଷ୍ୟରେ  ନୟାଗଡ଼ ଟାଉନ ରେଳ ଷ୍ଟେସନ ଏବଂ ଏହାର ପରିସରକୁ ସଫେଇ କରାଯିବା ସହିତ ସଚେତନତାର ବାର୍ତ୍ତା ବାଣ୍ଟିଲା ‘ନୟାଗଡ଼ ନାଗରିକ ମଞ୍ଚ’ । ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ନାଗରିକ ମଞ୍ଚର ସଦସ୍ୟ ମାନେ ରେଳ ଷ୍ଟେସନ ପରିସରରେ ପଡ଼ିଥିବା ବିଭିନ୍ନ ଅଳିଆ ଆବର୍ଜନା ସଫା କରିବା ସହିତ ଅନାବନା ଅଦରକାରୀ ଗଛ ଗୁଡିକୁ ଉପୁଡ଼ାଇ ପରିବେଶ ସଫା କରିଥିଲେ। ସେହିପରି ରେଳ ଷ୍ଟେସନକୁ ସଫା […]