କୋଭିଡ୍-୧୯ ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଏକ ନୂଆ ଭୂତାଣୁ ଆତଙ୍କ ଖେଳାଇଛି । ଆଉ ଏହାର ଲକ୍ଷଣ କରୋନା ଭାଇରସ୍ ଭଳି । ଏହି ନୂଆ ଭୂତାଣୁର ନାମ – ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV । ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି । ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଭାରତୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ଅଧିକାରୀ […]
କିଛି ବ୍ୟବସାୟୀ ଶ୍ରୀମନ୍ଦିର ବାହାରେ ଖଜା ବକ୍ରି କରୁଛନ୍ତି। ଏହାକୁ ମହାପ୍ରସାଦ ବୋଲି କହି ଶ୍ରଦ୍ଧାଳୁଙ୍କୁ ବିକ୍ରି କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭୁଲ, ଏଭଳି କାର୍ୟ୍ୟରୁ ବିରତ ରହିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଏ ନିୟମ ନମାନନ୍ତି ତେବେ ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମହାପ୍ରଭୁଙ୍କ ମହାପ୍ରସାଦ ଏବଂ ଖଜା ସଂପୂର୍ଣ୍ଣ ଭାବେ ଭିନ୍ନ, ହେଲେ ଖଜାକୁ ମହାପ୍ରସାଦ କହି […]
ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ ISRO କୁ ମିଳିଛି ବଡ ସଫଳତା । ଇସ୍ରୋ ମହାକାଶରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳତା ହାସଲ କରିଛି । ନିଟକରେ ପିଏସଏଲଭି-ସି୬୦ ସ୍ପେଡେକ୍ସ ମିଶନରେ ଏହି ପରୀକ୍ଷା କରାଯାଇଥିଲା । ଚାରି ଦିନରେ ପୋତାଯାଇଥିବା ଝୁଡଙ୍ଗ ମଞ୍ଜିରୁ ଗଜା ବାହାରିଛି । ଏହା ହେଉଛି ସେହି ଝୁଡଙ୍ଗ ଗଛ । ଧିରେ ଧିରେ ଏହା ବଡ ହେବା ସହ ପତ୍ର ବାହାରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି […]
ରେଳ ଷ୍ଟେସନ୍ରେ ମିଳିବ ଏୟାପୋର୍ଟର ସୁବିଧା! ଯେଉଁଥିପାଇଁ ନୂଆ ରୂପ ନେଉଛି ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନ୍। ଯାହାର ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି ଅପରାଜିତା । ଏହା ସହ ନିର୍ଦ୍ଧାରିତ ସମୟ ସୁଦ୍ଧା ନବୀକରଣ କାମ ଶେଷ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଂସଦ । ଏଥିସହ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗର ବିଜ୍ଞପ୍ତି । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ମନୋଜ କୁମାର ସାହୁ ନିଯୁକ୍ତି । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ। ମନୋଜ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା। ସେ ବିଭିନ୍ନ ସମ୍ବେଦନଶୀଳ ଜିଲାରେ ଜିଲାପାଳ, କେନ୍ଦ୍ର […]
ଯାହା ଆଶା କରାଯାଉଥିଲା ତାହା ସତ ପ୍ରମାଣିତ ହୋଇଛି । ଓଡିଶାରେ ବୃଦ୍ଧି ପାଇଛି ମଦ ଦର । ଆସ୍କା-୪୦ ଓ ବିୟର୍ର ଦାମ୍ ବୃଦ୍ଧି କଲେ ମୋହନ ସରକାର ।ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ […]
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ)ର ପେନ୍ସନଭୋଗୀମାନେ ବର୍ତ୍ତମାନ ଯେକୌଣସି ବ୍ୟାଙ୍କରୁ ପେନ୍ସନ ବାହାର କରିବାକୁ ସକ୍ଷମ ହେବେ। ଇପିଏଫଓ ଏହାର ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପେନ୍ସନ ପେମେଣ୍ଟ ସିଷ୍ଟମ (ସିପିପିଏସ୍) ର ଲାଗୁ କରିବାର କାର୍ଯ୍ୟ ସମାପ୍ତ କରିଛି। ଖୁବଶୀଘ୍ର ଇପିଏଫ୍ଓ- ୩.୦ ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡିଭ୍ୟ ଘୋଷଣା କରିଛନ୍ତି । ମାଣ୍ଡିଭ୍ୟ କହିଛନ୍ତି ଇପିଏଫ୍ଓ- ୩.୦ର ନୂଆ ବ୍ୟବସ୍ଥା ଦେଶର […]
ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ତିନି ଜଣ ଦୁର୍ବୃତ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଧମକ ଚମକ ଦେବା ସହ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଶୋ’ ରୁମରେ ଥିବା କ୍ୟାସ୍ ବକ୍ସକୁ ଲୁଟି ନେଇଛନ୍ତି ଡକାୟତ। ଏନେଇ ଶୋ ରୁମ୍ ମାଲିକ ଅଭିଯୋଗ କରିଛନ୍ତି। ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି ।କ୍ୟାସ୍ ବକ୍ସରେ ଲକ୍ଷାଧିକ ଟଙ୍କା ଥିବା କୁହାଯାଉଛି । କେବଳ […]
ଭୁବନେଶ୍ୱର ଜନତା ମୈଦାନରେ ଅନୁଷ୍ଠିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଆସନ୍ତା ୮ରୁ ୧୦ ଯାଏ ଏହି ସମ୍ମିଳନୀ ଚାଲିବ।ସମ୍ମିଳନୀ ସମୟରେ ଭୁବନେଶ୍ୱରରେ ପଥ ଉତ୍ସବ ଚାଲିବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ଚାଲିବ। ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରାଯିବ। ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍ ସବୁ କିଛି ବ୍ୟବସ୍ଥା ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇ ଦେଖାଯିବ। ଏଥିପାଇଁ […]
ଜାନୁଆରୀ ୧୫ ତାରିଖ ପରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ତେବେ ନିର୍ଦ୍ଦଷ୍ଟ କେତେ ତାରିଖରେ ଟଙ୍କା ମିଳିବ, ସେନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ ନକଲା ଯାଏଁ ଚାଲିବ ପଞ୍ଜୀକରଣ । ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ମିଳିବ ଦୁଇଟି କିସ୍ତି ଟଙ୍କା […]
କାଲିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ। ୬ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେବାକୁ ଥିବାରୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି। ୬, ୭ ଏବଂ ୮ ତାରିଖ ୩ ଧରି ସାତକୋଶିଆରେ କୁମ୍ଭୀର ଗଣନା ହେବ। ସେହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ନଦୀରେ ମାଛ ଧରିବା […]
ଦେଶରେ ଖୁବ୍ଶୀଘ୍ର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗିବ । କୌଣସି ଅଳ୍ପ ବୟସର ପିଲା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିଲେ ଅଭିଭାବକଙ୍କ ଅନୁମତି ଦରକାର ପଡ଼ିବ । ଶୁକ୍ରବାର କେନ୍ଦ୍ର ସରକାର ଜାରି କରି କରିଥିବା ଡିଜିଟାଲ୍ ପର୍ସନାଲ ଡାଟା ପ୍ରୋଟେକସନ୍ ଆକ୍ଟରେ ଏଭଳି ନିୟମ କରିବାର ଯୋଜନା ରହିଛି।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷା ଆଇନ (DPDP) ନିୟମ ପାଇଁ ଏକ ଡ୍ରାଫ୍ଟ […]
