author

ଆତଙ୍କ ମଚାଇଲାଣି HMPV ଭାଇରସ । ଚୀନ୍‌ ପରେ ଏବେ ଭାରତରେ ଏହି ଭାଇରସ ।

ସାରା ବିଶ୍ୱକୁ ଥରାଇଥିବା କୋଭିଡ-୧୯ ପରେ ଚାଇନାରେ ପୁଣିଥରେ ଫେରିଛି ଭାଇରସ । HMPV ନାମକ ଏକ ଭୂତାଣୁ ଚିହ୍ନଟ ପରେ ସାରା ବିଶ୍ୱରେ ହଇଚଇ । ଏବେ ଚାଇନା ପରେ ଭାରତରେ ବ୍ୟାପିଛି ଏହି ରୋଗ ।ଭାରତରେ ଏହାର ପ୍ରଥମ ମାମଲା ଭାରତରେ ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଠ ମାସର ଶିଶୁ ଠାରେ HMPV ଭୂତାଣୁ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା […]

ସାତକୋଶିଆରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା

ଆଜିଠାରୁ ଅନୁଗୁଳ ଜିଲ୍ଲା ସାତକୋଶିଆରେ ଆରମ୍ଭ ହେଉଛି କୁମ୍ଭୀର ଗଣନା । ଏଥିପାଇଁ ପର୍ଯ୍ୟଟକଙ୍କୁ ସାତକୋଶିଆ ବାରଣ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ |ଏଥିପାଇଁ ସାତକୋଶିଆ, ଆଠମଲ୍ଲିକ, ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ୧୪ଟି ଟିମ ବିଭିନ୍ନ ଜାଗାରେ ଡଙ୍ଗାରେ ଯାଇ ପକ୍ଷୀ ଓ କୁମ୍ଭୀର ଗଣନା କରୁଛନ୍ତି । ଅଭୟାରଣ୍ୟ ମଧ୍ୟରେ ଥିବା ଚାରୋଟି […]

‘ଇଚ୍ଛା ହେଲା ମାରିଦେଲି’, ଡ୍ରାଇଭରର ବୟାନରେ ପୋଲିସ ଆଶ୍ଚର୍ଯ୍ୟ

ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ୨ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କର୍ମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାକୁ ନେଇ ଗୁରୁତର ୨ ବିଜେପି କର୍ମୀଙ୍କ ବୟାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଏହି ମାମଲାରେ ବୁର୍ଲା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ହାଇୱା ସହ ଡ୍ରାଇଭରକୁ ଅଟକ […]

ଦରଦାମ ବୃଦ୍ଧି ପାଇଁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ । ତେଣୁ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି ଦଳ। ଏହି ସମାବେଶରେ ପ୍ରାୟ ୫୦ ହଜାର କର୍ମୀ ଯୋଗ ଦେବେ ବୋଲି ସୂଚନା ମିଳିଛି ।ତେବେ ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ହାଣ୍ଡିଶାଳରେ […]

ରାସନ କାର୍ଡ e-KYC ଅବଧି ବଢାଇଲେ ସରକାର

ଜାନୁଆରୀ ୩୧ ଯାଏଁ ବଢ଼ିଲା ରାସନ କାର୍ଡ ଇ-କେଓ୍ବାଇସି ଅପଡେଟ ଅବଧି। ଅବଶିଷ୍ଟ ହିତାଧିକାରୀ କରିବେ ଇ-କେଓ୍ବାଇ ଅପଡେଟ। ପୂର୍ବରୁ ଜାନୁଆରୀ ୧୫ ତାରିଖ ସୁଦ୍ଧା ଇ-କେଓ୍ୱାଇସି ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।ପୂର୍ବରୁ ସରକାର ସୂଚନା ଦେଇଥିଲେ ଯେ, ବାହାର ରାଜ୍ୟକୁ ଯାଇ ଓଡ଼ିଶା ଲୋକଙ୍କ ଇ-କେୱାଇସି କରିବେ ଅଧିକାରୀ। ଗୋଆରେ ଯାଇ ଇ-କେୱାଇସି କରାଯାଇଛି। ଭାରତ ବର୍ଷରେ ଥିବା ଅନ୍ୟ ରାଜ୍ୟକୁ ଯାଇ ବି ସରକାର କରିବେ ଇ-କେୱାଇସି। ବତ୍ତମାନ […]

ଆଜିର ରାଶିଫଳ(୬ ଜାନୁଆରୀ, ୨୦୨୫)

ମେଷ : ବ୍ୟବସାୟୀ ମାନଙ୍କ ପାଇଁ ଆଜିର ଦିନ ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଲମ୍ବା ସମୟର ଆର୍ଥିକ ଆୟୋଜନ ମଧ୍ୟ କରି ପାରିବେ। ଶରୀର ଏବଂ ମନ ସୁସ୍ଥ ରହିବ। ମିତ୍ରମାନଙ୍କ ଏବଂ ପାରିବାରିକ ସଦସ୍ୟମାନଙ୍କ ସହିତ ଆନନ୍ଦରେ ଦିନ କଟିବ। ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା […]

ପୂର୍ବ ଶତ୍ରୁତାକୁ ନେଇ ନିଶାସକ୍ତ ଅବସ୍ଥାରେ ବାପା ବଦଳରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି

ଅନୁଗୁଳ,(ଓଡିଶା ଦର୍ପଣ): ଅପରାଧୀଙ୍କ ପାଇଁ ଦୁସ୍ଵପ୍ନ ପାଲଟିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ। ଦୁଇଦିନ ଭିତରେ ଧରାପଡିଲା ଗୁଳିକାଣ୍ଡ କରିଥିବା ହତ୍ୟାକାରୀ ।ପୂର୍ବ ଶତ୍ରୁତା ପାଇଁ ନିଶାସକ୍ତ ଅବସ୍ଥାରେ ବାପାଙ୍କ ବଦଳରେ ଭୁଲରେ ଭାଇ ଓ ଭଉଣୀକୁ କରିଥିଲା ଗୁଳି। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଗମୁଣ୍ଡା ଗାଁର ଭାଇ ଭଉଣୀକୁ ଗୁଳି ମାରିବା ଘଟଣାରେ ଗୁଳି ମାରିଥିବା ଅଭିଯୁକ୍ତ ପ୍ରଶାନ୍ତ ମିର୍ଧାକୁ ସମ୍ବଲପୁର ନାକଟିଦେଉଳ ଅଞ୍ଚଳରୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଭାଇ […]

ଭକ୍ତି ସଙ୍ଗୀତ ସେମି ଫାଇନାଲ , ୧୩ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ସଙ୍ଗୀତଧାରା ନୟାଗଡ଼ ପକ୍ଷରୁ  ଆୟୋଜିତ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଆଜି ଅନୁଷ୍ଠିତ ସେମି ଫାଇନାଲରେ ୧୩ ଜଣ ପ୍ରତିଯୋଗୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି ।  ସେମି ଫାଇନାଲ ପ୍ରତିଯୋଗିତାରେ ଜିଲ୍ଲାର ମୋଟ ୮ଟି ବ୍ଲକରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରୁ  ୫୭ ଜଣ ପ୍ରତିଯୋଗୀ ମନୋନୀତ ହୋଇ ସେମି ଫାଇନାଲରେ ଭାଗ ନେଇଥିଲେ । ନୟାଗଡ଼ ପୁରୁଣା ସହରସ୍ଥିତ ବୁଦ୍ଧ ମଣ୍ଡପରେ ଆୟୋଜିତ ସେମି ଫାଇନାଲରେ ବିଚାରକ ଭାବେ ସୂରଗନ୍ଧର୍ବ ନବକିଶୋର […]

ପ୍ରେସ୍ ୟୁନିଅନ ରାୟଗଡର ବନ୍ଧୁମିଳନଶୃଙ୍ଖଳିତ ସ୍ୱଭାବ ରୁ ଜିଲ୍ଲାରେ ୟୁନିଅନ ଶ୍ରେଷ୍ଠ ହୋଇପାରିଛି -ଅମୁଲ୍ୟ

ରାୟଗଡ-ପ୍ରତ୍ୟକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରେସ୍ ୟୁନିଅନରାୟଗଡର ବନ୍ଧୁମିଳନ ଓ ବଣ ଭୋଜି ଶୁକ୍ରବାର ରେ ସ୍ଥାନୀୟ ସଂକେଶ ନିକଟ ଟିକ ତୋଟାରେ ଅନୁଷ୍ଠିତ ହୋଇ ଯାଇଅଛି . ଏହି ଅବସରରେ ଆଗାମୀ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ କିଭଳି ଆୟଜନ ହେବ ସେ ନେଇ ଆଲୋଚନା ହୋଇ ଥିଲା . ପ୍ରତିଷ୍ଠା ଦିବସ ପ୍ରତ୍ୟକ ବର୍ଷ ଭଳି ଜାନୁଆରୀ ୨୧ ତାରିଖରେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ଫେବୃଆରୀ ୨୮ […]

ଆଜିର ରାଶିଫଳ(୫ ଜାନୁଆରୀ, ୨୦୨୫)

ମେଷବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍‌ ରହିବ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ବୃଷ ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । […]

୨୭ ତମ ମା ବାଗଦେଵୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଢୋଲମରା କୁ ହରାଇ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ଚାମ୍ପିଅନ

ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଅନୁଷ୍ଠିତ ୨୭ ତମ ମା ବାଗଦେବୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଫାଇନାଲ ମ୍ୟାଚ୍ ରେ ମଧ୍ୟଖଣ୍ଡ କ୍ରିକେଟ୍ ଟିମ୍ ପ୍ରଥମେ ଟସ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ୍ ହରାଇ ୧୨୯ ରନ୍ ସଂଗ୍ରହ କରିଥିବା ବେଳେ ଢୋଲମରା କ୍ରିକେଟ୍ ଟିମ୍ ୧୪ ଓଭରରେ ସମସ୍ତ ଉଇକେଟ୍ ହରାଇ ୫୩ ରନ ସଂଗ୍ରହ କରିବାରେ […]

ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା ।

ଶ୍ରୀମନ୍ଦିର ପରିଚାଳନା କମିଟି ନୁହେଁ ବରଂ ମହନ୍ତଙ୍କ ପାଖକୁ ଫେରିବ ମଠର ପରିଚାଳନାଗତ କ୍ଷମତା । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସହ ବିଭିନ୍ନ ମଠ ମହନ୍ତମାନେ ଆଜି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ମଠଗୁଡିକୁ ସେମାନଙ୍କୁ ସେମାନଙ୍କର ପରିଚାଳନା କ୍ଷମତା ପ୍ରଦାନ ନେଇ ନିଜେ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାକୁ ମଠାଧୀଶମାନେ ସ୍ବାଗତ କରିଛନ୍ତି ।ଆଇନ ମନ୍ତ୍ରୀ କହିଛନ୍ତି, ମଠ ସଂସ୍କୃତି ବଞ୍ଚେଇ ରଖିବା ଏବଂ ସମ୍ମାନ ଦେବା ଓଡ଼ିଆ ଜାତିର […]