ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଂଶୋଧନ ତାଲିକା ପ୍ରକାଶ ପାଇଛି। ପୂର୍ବ ତାଲିକାରେ ଜଣେ ମୃତ ଅଧିକାରୀଙ୍କ ନାଁ ରହିଥିଲା। ତାଙ୍କ ସ୍ଥାନରେ ଜଣେ ନୂଆ ଅଧିକାରୀ ସାମିଲ ହୋଇଛନ୍ତି। ସେ ହେଲେ ଇଡ୍କୋ ଲ୍ୟାଣ୍ଡ ଅଫିସର ସୁବ୍ରତ କୁମାର ଜେନା। ତେବେ ତାଲିକାରେ ଥିବା ଅନ୍ୟ ସମସ୍ତ ଅଧିକାରୀ ପୂର୍ବପରି ସ୍ଥାନ ବଜାୟ ରଖିଛନ୍ତି।ସାଧାରଣ ପ୍ରଶାସନ ପକ୍ଷରୁ ପ୍ରକାଶିତ ତାଲିକାରେ ଓଏଏସ୍ ଅଫିସର ସ୍ବର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ […]
ଗାଁ ପୋଖରୀରୁ କୁମ୍ଭୀର ଉଦ୍ଧାର। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଗଜରାଜପୁର ଗାଁରେ ଘଟିଛି ଏହି ଘଟାଣା ।ଖବର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଅନ୍ୟତ୍ର ଛାଡିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।ସୂଚନା ଯୋଗ୍ୟ, ସ୍ଥାନୀୟ ନଦୀରୁ ବର୍ଷା ପାଣିରେ କୁମ୍ଭୀରଟି ପୋଖରୀକୁ ଚାଳିଆସିଥିବା ଅନୁମାନ କରାଯାଉଛି। ଏପରିକି ପୋଖରୀରେ ଆହୁରି କୁମ୍ଭୀର ଥାଇପାରେ ବୋଲି ଲୋକେ ଆଶଙ୍କା ପ୍ରକଟ କରିଛନ୍ତି। ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।ଶନିବାର ସକାଳେ କୁମ୍ଭୀର […]
ଗଣଶିକ୍ଷା ବିଭାଗର ମୋ ସ୍କୁଲ ଅଭିଯାନ ନାଁ ବଦଳିଲା। ୨୦୧୭ରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ନାଁ ବଦଳି ପଞ୍ଚଶଖା ଶିକ୍ଷା ସେତୁ ନୂଆ ଯୋଜନା ହୋଇଛି। ଏନେଇ ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।ତେବେ ବିଜେପି ସରକାର ଆସିବା ପରଠାରୁ ପ୍ରତ୍ୟକ ଯୋଜନା ର ନାମ ପରିବର୍ତନ କରିବାରେ ଲାଗିଛି | ଯେମିତି କାଳିଆ ଯୋଜନାର ନାମ ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଏହାବ୍ୟତୀତ ଆମ ଓଡ଼ିଶା ଓ […]
ଚିଲିକା ମଝିରେ ଯାତ୍ରୀ ନେଇ ଯାଇଥିବା ଡଙ୍ଗା ଫସିଲା । ଉଦ୍ଧାର ପାଇଁ ଆଉ ଏକ ଡଙ୍ଗା ଫସିଥିବା ଡଙ୍ଗା ନିକଟରୁ ଯାଇଥିବାର ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଡଙ୍ଗାରେ ୫୦ରୁ ଊଦ୍ଧର୍ବ ଯାତ୍ରୀ ରହିଥିବା ବେଳେ ୧୫ଟି ବାଇକ୍ ଥିବା ସୂଚନା ମିଳିଛି।ପୁରୀ ସାତପଡାରୁ ଜହ୍ନିକୁଦା ଘାଟ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ମଏଁସା ନିକଟରେ ଫସି ରହିଛି। ଖବର ପାଇ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର […]
୧୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏନେଇ ମୋଦିଙ୍କ ସୁରକ୍ଷା ପାଇଁ ଅଧିକାରୀମାନଙ୍କୁ ଦାୟିତ୍ୱ ସବୁ ବଣ୍ଟନ କରାଯାଇଛି। ଏଥିରେ ଜଣେ ମୃତ ଓଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଥିବା ନେଇ ବିବାଦ ଦେଖାଦେଇଛି।ଓଏଏସ୍ ଅଫିସର ସ୍ୱର୍ଗତ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି। ଭିଡ଼ ନିୟନ୍ତ୍ରଣ ଲାଗି ନିୟୋଜିତ ହେବାକୁ ଥିବା ଅଫିସରଙ୍କ ତାଲିକାରେ ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି। ଗତ ୨୦୨୩ ଜୁଲାଇ ୧୮ ତାରିଖରେ ପ୍ରବୋଧ କୁମାରଙ୍କର ମୃତ୍ୟୁ ଘଟିଥିଲା। […]
ଆସନ୍ତା ୧୭ରେ ମୋଦି ଭୁବନେଶ୍ୱର ଆସିବେ। ଏଥିପାଇଁ ଚଳଚଞ୍ଚଳ ପ୍ରଶାସନିକ କଳ। ତା’ପୁର୍ବରୁ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା SPG ଟିମ୍ ଭୁବନେଶ୍ୱର ପହଞ୍ଚିସାରିଛନ୍ତି।ଗତକାଲି ୮ ଜଣିଆ SPG ଟିମ୍ ସଦସ୍ୟ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଟିମ୍। ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବାଠାରୁ ଜନତା ମୈଦାନ ପର୍ଯ୍ୟନ୍ତ ପୂରା ସୁରକ୍ଷା ଭାର ସମ୍ଭାଳିବ ଏସପିଜି। ସେହିଭଳି ୩ ଦିନ ଯାଏଁ ହେଡ୍ କ୍ୱାର୍ଟର ଛାଡ଼ି ଯାଇପାରିବେନି ସରକାରୀ ବାବୁ। […]
ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ। ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିମି ବେଗରେ ଗତି କରୁଛି। ୪୮ ଘଣ୍ଟାରେ ବାଂଲାଦେଶ ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ। ତେବେ ଉତ୍ତର ଓଡ଼ିଶାରେ ଶନିବାର ପ୍ରବଳ ବର୍ଷା ହୋଇପାରେ । ମୟୂରଭଞ୍ଜ ଜିଲ୍ଲାରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ ମିମି ଯାଏ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ସେହିପରି ବାଲେଶ୍ୱର, […]
*ମେଷ : ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।* *ବୃଷ : ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର […]
ନୂଆଗାଁ:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦମହକୁମାରେ ଥିବା ନୂଆଗାଁ ଉଚ୍ଚ ବିଦ୍ୟାଳୟ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଯୋଗଦେଇ ପ୍ରତିଯୋଗିତା ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରିବା , ଗୁଣାତ୍ମକ ଶିକ୍ଷା ର ବିକାଶ କରିବା ବୋଲି କହିଥିଲେ। ତତ୍ ସହିତ ପ୍ରତ୍ୟକ କ୍ଷେତ୍ରରେ ବିକାଶ ପାଇଁ ଆଗ୍ରହର ଆବଶ୍ୟକତା ଅଛି ବୋଲି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହି ସମୟରେ ସମସ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୭ ତାରିଖରେ ଭୁବନେଶ୍ୱର ଆସି ରାଜ୍ୟ ସରକାରଙ୍କର ଜନକଲ୍ୟାଣକାରୀ “ସୁଭଦ୍ରା”ଯୋଜନାର ଶୁଭାରମ୍ଭ ସହ ଅନ୍ୟ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୧.୩୫ମିନିଟ୍ ସମୟରେ ଭୁବନେଶ୍ୱର […]
ଝାରସୁଗୁଡାର ପୂର୍ବତନ ଉପଜିଲ୍ଲାପାଳଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ । ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା କଲେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ କୋର୍ଟଙ୍କ ରାୟ ।ଅବସରପ୍ରାପ୍ତ ଉପଜିଲ୍ଲାପାଳ ହେଉଛନ୍ତି ପ୍ରଦୀପ କୁମାର ବାରିକ । । ୨୦୧୯ରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । କୋର୍ଟ ପ୍ରଦୀପ କୁମାର ବାରିକଙ୍କୁ ଦୋଷୀ ସାବ୍ୟସ୍ତ କରି ସଜ୍ଜା ଶୁଣାଇଥିବାରୁ ଏବେ ଭିଜିଲାନ୍ସ ପକ୍ଷରୁ ତାଙ୍କର ପେନସନ ବନ୍ଦ କରିବାକୁ […]
ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ପ୍ରତ୍ୟେକ ସହରର ସମସ୍ତ ରାସ୍ତାର ମରାମତି ଓ ଉନ୍ନତୀକରଣ ନିମନ୍ତେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।ଏହା ସମାପ୍ତ ହେବା ପରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର-କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି। […]
