ଆଜି ଖଡ଼ିଛୁଆଁ ଦିବସ। ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବରଙ୍ଗପୁରରେ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ସାମିଲ ହେବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଓଡିଆ ପକ୍ଷ ପାଇଁ ଏଥର ୧୪ ଦିନରେ ୧୪ କାର୍ଯ୍ୟକ୍ରମ ରଖିଛନ୍ତି ସରକାର। ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପିଲାମାନେ ଖଡିଛୁଇଁ ପାଠପଢା ଆରମ୍ଭ କରିବେ । ଅନ୍ୟପଟେ ଆଜି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ଲାଗୁ ହେବ ଜାତୀୟ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ପଦଯାତ୍ରା ପାଇଁ ପୁଣି ଚର୍ଚ୍ଚାରେ ରହିଛନ୍ତି । ଜାମନଗରରୁ ଆରମ୍ଭ କରି ଦ୍ବାରିକା ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ୧୪୦କିଲୋମିଟରର ଥିଲା । ଯାହା ତାଙ୍କୁ ୫ଦିନ ସମୟ ଲାଗିଥିଲା ବୋଲି କହିଛନ୍ତି ଅନନ୍ତ ଅମ୍ବାନୀ । ପଦଯାତ୍ରା ସମୟରେ ପ୍ରତ୍ୟେକ ମନ୍ଦିରରେ ଦର୍ଶନ କରନ୍ତି ବୋଲି ସେ କହିଛନ୍ତି ।ଅନନ୍ତ ଅମ୍ବାନୀ କଡ଼ା ସୁରକ୍ଷା ମଧ୍ୟରେ ରାତିରେ ବୁଲୁଛନ୍ତି। ଅନନ୍ତ […]
ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏପ୍ରିଲ ୨୧ରେ ସମ୍ବଲପୁରରେ ହେବ ଅଭିଯୋଗ ଶୁଣାଣି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ସମ୍ବଲପୁର ମହାନଗର ନିଗମ ନୂତନ କୋଠାରେ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ଜଣ ମନ୍ତ୍ରୀ, ୧୦ ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିବେ । ୧୦ଟି ଜିଲ୍ଲାର ଜନସାଧାରଣ ଜଣାଇବେ ଅଭିଯୋଗ । ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର […]
କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ମହାନଦୀ ମୁହାଣରେ ମଙ୍ଗଳବାର ୪ ମତ୍ସ୍ୟଜୀବୀ ଭାସିଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଖବର ଲେଖା ହେବା ସୁଦ୍ଧା ଜଣେ ନିଖୋଜ ଥିବା ଜଣାପଡ଼ିଛି। ଗୋଟିଏ ଡଙ୍ଗାରୀ ମହାନଦୀ ମଧ୍ୟକୁ ମାଛ ମାରିବାକୁ ଯାଇଥିବାବେଳେ ଅଘଟଣ ଘଟିଛି।
ଓଡ଼ିଶା ଆଜି ଏକ ମଜଭୁତ ଭିତ୍ତିଭୂମି ଉପରେ ଆଗକୁ ବଢିଛି। ଓଡ଼ିଶାର ବିକାଶକୁ କେହି ରୋକିପାରିବେ ନାହିଁ। କିଛି ବର୍ଷ ପରେ ଆମେ ସ୍ବତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଏସିଆର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏହି ଲକ୍ଷ୍ୟ ନିଶ୍ଚୟ ପୂର୍ଣ୍ଣ ହେବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ୨୦୦୦ରୁ ୨୦୨୪ ଥିଲା ଓଡ଼ିଶା […]
ଆସନ୍ତାକାଲି ଅର୍ଥାତ୍ ବୁଧବାରଠାରୁ +୨ ଖାତାଦେଖା ଆରମ୍ଭ ହେବ। ତେବେ ମେ’ ୧୫ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଆଜି ଉତ୍କଳ ଦିବସ ପାଳନ ଅବସରରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ନୟାଗଡ଼ ପରିସରରେ ଥିବା ମଧୁସୂଦନ ଦାସ, ଗୋପବନ୍ଧୁ ଦାସ,ଓ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା ତରଫରୁ ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ ଓ ସଭାପତି ଵସରିନ ବିବିଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ଅର୍ପଣ କରାଗଲା। ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉତ୍କଳ ସଙ୍ଗୀତ ଅତି ସୁନ୍ଦର ଭାବରେ ଗାନ କରିଥିଲେ। ଉତ୍କ କାର୍ଯ୍ୟରେ ଶରତ କୁମାର ଆଚାର୍ଯ୍ୟ […]
ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ ଲକ୍ଷ ଲୋକ ଉପକୃତ ହେବେ।ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ।ସୂଚନାଯୋଗ୍ୟ, ଏହା କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ଅବସରରେ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଟାଉନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିରଞ୍ଜନ ଷଡ଼ଙ୍ଗୀଙ୍କୁ ଅଵସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଛି। ଏଥିରେ ମୁଖ୍ୟ ଅତିଥି ରୁପେ ନୟାଗଡ଼ ଜିଲା ସାମ୍ବାଦିକ ସଙ୍ଘର ସଭାପତି ପ୍ରମୋଦ ପଟ୍ଟନାୟକ ଯୋଗ ଦେଇ ଅବସର ନେଇଥିବା ପ୍ରଧାନଶିକ୍ଷକଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି ପ୍ରଦୀପ କୁମାର ପଣ୍ଡା , ବିପିନ ବିହାରୀ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ଶର୍ମିଷ୍ଠା ସାମନ୍ତରାୟ ଓ ଉପ ସଭାପତି ଜିତୁନ ମହାପାତ୍ର, […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଅକ୍ସଫୋର୍ଡ ଟ୍ୟୁଟୋରିଆଲ୍ ସଭାଗୃହରେ ଉତ୍କଳ ଦିବସ ୨୦୨୫ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ଯୁବ କଣ୍ଠଶିଳ୍ପୀ ଅମ୍ରିତା ରଥ,ସ୍ନେହା ପ୍ରିୟଦର୍ଶିନୀ, ଇପ୍ସିତା ପ୍ରିୟଦର୍ଶିନୀ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ। ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ଅଧ୍ଯକ୍ଷା ବସିରନ୍ ବିବିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ର ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ଇତିହାସ ଏବଂ […]
ରାୟଗଡା/୧/୪/୨୫: ରାୟଗଡା ଜିଲ୍ଳା ସଦର ମହକୁମା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ସକାଳ ୭ଟା ସମୟରେ ସ୍ଥାନୀୟ ଗଜପତି ଛକରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରେ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ ଚନ୍ଦ୍ର ଜେନା, ପୌର ଅଧ୍ୟକ୍ଷ ଶ୍ରୀ ପି ମହେଶ ପଟ୍ଟନାୟକ, ଉପନିର୍ଦ୍ଦେଶକ ତଥା […]
