ସ୍କୁଲ ପିଲାଙ୍କ ମାନସିକ ଏବଂ ବୌଦ୍ଧିକ ଚିନ୍ତାର ବିକାଶ ପାଇଁ ପୋଷଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଜିଠୁ ସ୍କୁଲରେ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦିଆଯିବ । ଏଥିସହିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଓଡ଼ିଶା ଦିବସରେ ଏହାର ଶୁଭାରମ୍ଭ ନେଇ ଘୋଷଣା କରାଯାଇଛି ।ସପ୍ତାହକୁ ଅତିରିକ୍ତ ଗୋଟିଏ ଲେଖାଏଁ ଅଣ୍ଡା ପିଲାଙ୍କୁ ଦିଆଯିବ ।ଏହି ଯୋଜନାରେ ରାଜ୍ୟର ୧୦ […]
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ ଜୀବନ ହାରିଛନ୍ତି ଆଉ ଜଣେ କିଟ୍ ଛାତ୍ର। ମୃତ ଛାତ୍ରଙ୍କ ନାମ ଅର୍ଣ୍ଣବ ମୁଖାର୍ଜୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାଯାଇଛି। ସେ କିଟ୍ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷ ବିଟେକ୍ ଛାତ୍ର ଏବଂ କିଟ୍ ହଷ୍ଟେଲରେ ରହୁଥିଲେ।ଅର୍ଣ୍ଣବ କିଟ୍ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ତେବେ ଏବେ ପ୍ରଶ୍ନ ଉଠୁଛି ହଷ୍ଟେଲ୍ରୁ ସେ କାହିଁକି ମଞ୍ଚେଶ୍ୱର ଆସିଥିଲେ। ସେଠାରେ କେଉଁ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଅବସର ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷା ବିଷୟରେ ମୁହଁ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଜଣେ ଯୋଗୀ। ରାଜନୀତି ମୋ ପାଇଁ ପୂର୍ଣ୍ଣକାଳୀନ ଚାକିରି ନୁହେଁ। ମୁଁ ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ।ନିଜର ଭବିଷ୍ୟତର ରାଜନୈତିକ ସମ୍ଭାବନାକୁ ସଂପର୍କରେ ସେ ଆହୁରି କହିଛନ୍ତି ଯେ, “ଯେପର୍ଯ୍ୟନ୍ତ ଆମେ ଏଠାରେ ଅଛୁ, ଆମେ କାମ କରୁଛୁ। ଏଥିପାଇଁ ମଧ୍ୟ […]
ରାୟଗଡ଼ା : ରାୟଗଡା ପୋଲିସର ପାତରଅନ୍ତର ନୀତିକୁ ନେଇ ଜିଲା ଟ୍ରକ ମାଲିକ ସଂଘର ପ୍ରତିବାଦ ଓ ଥାନା ସାମ୍ନାରେ ଧାରଣା, ରାସ୍ତାରେ ଅଟକିଛି ଅନେକେ ଟ୍ରକ୍, ଆନ୍ଦ୍ରା କୁ ଯିବା ରାସ୍ତା ଅବରୋଧ।ରାୟଗଡାର ଟ୍ରକ ମାଲିକ ସଂଘର ସଭାପତି ଭେଙ୍କେଟେଶ୍ବର ରାଓ ଓରଫ୍ କୋଣ୍ଡା ବାବୁଙ୍କ ଡ୍ରାଇଭରକୁ ରାୟଗଡା ଟାଉନ୍ ଥାନା ପୁଲିସ ଏକ ମାମଲାରେ ଗିରଫ କରିଛି। ଗିରଫ୍ ଡ୍ରାଇଭର ହେଲେ ପି.ଗୈରୀଶଙ୍କର। ଏହାର ପ୍ରତିବାଦରେ ଶତାଧିକ ଲୋକେ ଟାଉନ୍ ଥାନାକୁ ଘେରାଉ କରିଛନ୍ତି। […]
ଦେଶର କୋଟି କୋଟି ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖରାପ ଖବର । ଆଜି ଅର୍ଥାତ୍ ୧ ଏପ୍ରିଲରୁ ୯୦୦ ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ୧.୭୪ ପ୍ରତିଶତ ବୃଦ୍ଧି ପାଇବ । ଏହା ସହିତ ସାଧାରଣ ଲୋକଙ୍କ ଔଷଧ ଖର୍ଚ୍ଚ ବୃଦ୍ଧି ପାଇବ ଏବଂ ସଞ୍ଚୟ ହ୍ରାସ ପାଇବ । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଏହି ସମସ୍ତ ୯୦୦ରୁ ଅଧିକ ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ୧.୭୪ ପ୍ରତିଶତ ପର୍ଯ୍ୟନ୍ତ […]
ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା । ସାମ୍ବାଦିକ ସମ୍ମିଳନୀ ସୁନୀତା କହିଛନ୍ତି, ଭାରତ ଏକ ସୁନ୍ଦର ରାଷ୍ଟ୍ର। ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି ।ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲି […]
ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ କମିଶନର ଏସ ଦେବଦତ୍ତ ସିଂ । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା । ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ୧୯୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନ […]
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତରେ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପହଞ୍ଚିବାରେ ସକ୍ଷମ ଏହି ଟ୍ରେନରେ ଗୋଟିଏ ପାସେଞ୍ଜର କୋଚ୍ ଏବଂ ହାଇଡ୍ରୋଜେନ୍ ଷ୍ଟୋରେଜ୍ ପାଇଁ ସମର୍ପିତ ଦୁଇଟି ଅତିରିକ୍ତ […]
ଆଜିଠାରୁ ଦେଶବ୍ୟାପୀ କମର୍ସିଆଲ ଗ୍ୟାସ ଦର କମିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ କରିଛନ୍ତି। ଦିଲ୍ଲୀରେ ୪୧ ଟଙ୍କା କମିଲା କମର୍ସିଆଲ ଗ୍ୟାସ୍ ଦର। ଆଜିଠାରୁ ନୂତନ ଗ୍ୟାସ ଦର ୧୭୬୨ ଟଙ୍କା ଲାଗୁ।ବିଶ୍ୱ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଦ୍ୱାରା ପ୍ରଭାବିତ ହୋଇ ଏଲପିଜି ମୂଲ୍ୟ ନିୟମିତ ଭାବରେ ସଂଶୋଧନ କରାଯାଏ। ବାଣିଜ୍ୟିକ ଏଲପିଜି […]
ପ୍ରବଚନ ବେଳେ ଚାଲିଗଲା ଜୀବନ । ଅଧ୍ୟାପକ ତଥା ରାମଚରିତ ମାନସ ପ୍ରବଚକ ଗୋପାଳ ପ୍ରସାଦ ବେଜଙ୍କର ମୃତ୍ୟୁ ହୋଇଯାଇଛି । ଭଦ୍ରକ ଜିଲ୍ଲା ସାହାଡ଼ା ପଞ୍ଚାୟତରୁ ଆସିଛି ଏପରି ଦୁଃଖଦ ଖବର । ସୂଚନାମୁତାବକ ଉକ୍ତ ଗ୍ରାମର ପାବନ ପୀଠରେ ସୋମବାର ସାରେ ବାସୁଦେବପୁର ଅଢୁଆଁ ପଞ୍ଚାୟତ ଧାତପୁରର ପ୍ରବଚକ ଗୋପାଳ ପ୍ରସାଦ ବେଜ(୬୦) ପ୍ରବଚନ ଦେଉଥିବା ବେଳେ ପ୍ରବଳ କାଶ ହେବା ସହ ଧଇଁସଇଁ ହୋଇ ଟଳି ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ […]
ଆଜିଠୁ ଲାଗୁ ହେବ ନୂଆ ଟାକ୍ସ ପଲିସି। ଏନେଇ ପୂର୍ବରୁ ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂତନ ବିତ୍ତୀୟ ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ […]
ଆଜିକୁ ଠିକ୍ ୮୯ ବର୍ଷ ତଳେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଜନ୍ମଲାଭ କରିଥିଲା। ଏହା ଆଧୁନିକ ଓଡ଼ିଶା ଇତିହାସର ସବୁଠାରୁ ସ୍ମରଣୀୟ ଘଟଣା। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ।ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର […]
