author

ଆଜି ହେଉଛି ମାର୍ଚ୍ଚ ୩୧। ଆଉ ମିଳିବନି ସୁଭଦ୍ରା ଟଙ୍କା !

ସରିଗଲା ସମୟ, ଆଉ କରିପାରିବେନି ଆବେଦନ। ଆଜି ଥିଲା ଶେଷ ତାରିଖ। ସୁଭଦ୍ରା ଯୋଜନାରେ ଆସିସାରିଛି ୨ୟ କିସ୍ତି ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ଆସିବ ୩ୟ ପର୍ଯ୍ୟାୟ ସୁଭଦ୍ରା କିସ୍ତି । ପୂର୍ବରୁ ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ୫ ହଜାର ଟଙ୍କା ଲେଖାଏ ପଠାଇସାରିଛନ୍ତି ରାଜ୍ୟ ସରକାର । ମହିଳା ଦିବସରେ ଅର୍ଥାତ ମାର୍ଚ୍ଚ ୮ ତାରିଖରେ ଖାତାକୁ ଆସିଥିଲା ସୁଭଦ୍ରା ଯୋଜନା ଟଙ୍କା ।ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ […]

ମିଆଁମାର ଭୂକମ୍ପ, ମୃତ୍ୟୁକୁ ପରାସ୍ତ କରି ଜୀବନ ଫେରିପାଇଛନ୍ତି ଦୁଇ ଶିଶୁ

ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୁଣି ଥରେ ସତ ବୋଲି ପ୍ରମାଣିତ ହୋଇଛି। ଆଉ ଏହାକୁ ସତ ପ୍ରମାଣିତ କରିଛନ୍ତି ମିଆଁମାର ଭୂକମ୍ପରେ ମାଟିତଳେ ଜୀବିତ ଥିବା ୨ ଶିଶୁ।ପ୍ରଥମରେ ଧ୍ବଂସାବଶେଷ ତଳୁ ଜଣେ ନବଜାତକ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଭୂକମ୍ପ ଝଟକା ପରେ ଜଣେ ମହିଳା ଜଣକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଘର ଭାଙ୍ଗି ପଡ଼ିବା ଯୋଗୁଁ କାନ୍ଥ ତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଛି […]

ସରିଲା ଟ୍ରାକ୍ ମରାମତି, ଖୁବ ଶୀଘ୍ର ହେବ ରେଳ ଚଳାଚଳ

ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରାକ୍‌ ମରାମତି କାମ । ସକାଳ ୭ଟା ୧୫ ସୁଦ୍ଧା ମରାମତି କାମ ସରିଥିବା ନେଇ ସୂଚନା ମିଳିଛି । ଖୁବ୍‌ଶୀଘ୍ର ଟ୍ରେନ୍‌ ଚଳାଚଳ ହେବା ନେଇ ସୂଚନା ଦେଇଛି ରେଲୱେ ବିଭାଗ । ସୂଚନାଥାଉକି, ରବିବାର ପୂର୍ବାହ୍ଣ ୧୧ଟା ରେ ବେଙ୍ଗାଲୁରୁରୁ ଗୌହାଟୀ ଯାଉଥିବା କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ମଙ୍ଗୁଳି ରେଳଷ୍ଟେସନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୧୬ ଜଣ […]

ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି, ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଚୈତ୍ର ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉ ମାନଙ୍କର ଖସାପଡା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ରତ୍ନସିଂହାସନ ଉପରେ ଚଢ଼ି ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନିତି ସମ୍ପାଦନ କରିବେ । ଖସାପଡା ନୀତି ଶ୍ରୀଜିଉ ମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ ।ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି […]

ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ

ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି ।ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା […]

ଆଜିର ରାଶିଫଳ(୩୧ ମାର୍ଚ୍ଚ, ୨୦୨୫)

ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]

ରାୟଗଡା ଜିଲ୍ଲାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ

ରାୟଗଡା ତା ୩୦-୩-୨୦୨୫ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟ ପଡିଆ ଠାରେ ରବିବାର ଦିନ ଅନ୍ତୋଦୟ ଗୃହ ଯୋଜନା ନାମକ ନୂତନ ଯୋଜନାର ଶୁଭାରମ୍ଭ ହୋଇଛି। ଏହା ସହିତ କଳାହାଣ୍ଡିରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ଏହି ଯୋଜନାର ସିଧାପ୍ରସାରଣ କରାଯାଇଥିଲା । ଜିଲ୍ଲାପାଳ ପାରୁଲ ପଟାୱରୀ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭାରମ୍ଭ କରିଥିଲେ । କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ଼ା ବିଧାୟକ ଶ୍ରୀଯୁକ୍ତ ଆପାଲାସ୍ଵାମୀ କାଡ୍ରାକା, […]

ରାୟଗଡ଼ ସହର ମଧ୍ୟ ଦେଇ ୨୪ ଘଣ୍ଟା ଭାରି ଯାନ ଚଳାଚଳ ଚିନ୍ତାର କାରଣ।

ରାୟଗଡ଼ – ରାୟଗଡ଼ ସହର ମଧ୍ୟ ଦେଇ ଦିନରାତି ୨୪ ଘଣ୍ଟା ଭାରି ଯାନ ଚଳାଚଳ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରତ୍ୟେକ ଦିନ ରାୟଗଡ଼ ସହରକୁ ୧୦ ଗୋଟି ବ୍ଲକଏବଂ ଆଖପାଖ ଗ୍ରାମାଞ୍ଚଳରୁ ଲୋକେ ନିଜ ନିଜର ଜରୁରି କାମରେ ରାୟଗଡ଼ ଓ ବଜାରକୁ ଆସି ଥାଆନ୍ତି। କିନ୍ତୁ, ୨୪ ଘଣ୍ଟିଆ ଭାରି ଯାନ ଚଳାଚଳ ଯୋଗୁଁ ଟ୍ରାଫିକ ଜାମରେ ଫସି ରହିବା , ଯାତାୟାତରେ ବାଟ ନ ମିଳିବା ଦ୍ଵାରା ନାହିଁ […]

ଆଜିର ରାଶିଫଳ(୩୦ ମାର୍ଚ୍ଚ, ୨୦୨୫)

ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]

ବିଳମ୍ବ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ଶ୍ରୀ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଗୃହରେ ଆଇନ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି । ଏହାର ଉତ୍ତରରେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ, ‘ବର୍ତ୍ତମାନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନାହିଁ । ଧାଡି ଦର୍ଶନ ବ୍ୟବସ୍ଥା ନିମନ୍ତେ ତିଆରି କରାଯାଇଥିବା କାଠର ରାମ ଏବଂ ବାରିକେଡ ସଂସ୍ଥାପନ କରିବା ପାଇଁ ନାଟମଣ୍ଡପରେ ଥିବା ହୁଣ୍ଡିର ସ୍ଥାନାନ୍ତରର ଆବଶ୍ୟକ‌ତା ଅଛି । ହୁଣ୍ଡି ସ୍ଥାନାନ୍ତର ନିମନ୍ତେ ଶ୍ରୀମନ୍ଦିର […]

ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ ହେବ: ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା ବେଳେ ବର୍ତ୍ତମାନ ଶେଷ ହୋଇଛି । ବୈଠକ ପରେ କଣ ନିଷ୍ପତ୍ତି ହେଲା ସେନେଇ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଘୋଷଣା କରିଛନ୍ତି ।ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯିବ। ପୁରୁଣା ଆଇନରେ ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହେବ। ଡଃ ପାଢ଼ୀ କହିଛନ୍ତି, ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି ଏବଂ […]

ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କଲା କଂଗ୍ରେସ ଟିମ୍

ବିଧାନସଭାରୁ ସମସ୍ତ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗରେ ଆଜି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସର ଏକ ଟିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ବିଧାୟକ ଏଵଂ ବରିଷ୍ଠ କଂଗ୍ରେସ ନେତାମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଅନୁଧ୍ୟାନ କରିବେ। ଆମର ବିଶ୍ବାସ ସେ ନ୍ୟାୟ ଦେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏବଂ ଲଢେଇ ଜାରି ରହିବ ବୋଲି ରାଜ୍ୟ ପିସିସି ସଭାପତି ଭକ୍ତ […]