author

‘ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା

ସୁଭଦ୍ରା ଯୋଜନା ନେଇ ଆଜି ଆଉ ଏକ ବୟାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ମହିଳା ।ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ମୋଟ୍ କୋଟିଏ ୬୫ ହଜାର ୮୭୭ ହିତାଧିକାରୀଙ୍କୁ ପ୍ରଥମ କିସ୍ତିରେ ୫୦୩୨ କୋଟି ୯୩ ଲକ୍ଷ ୮୫ ହଜାର ଟଙ୍କା ପାଇଛନ୍ତି । ସେହିଭଳି ଦ୍ଵିତୀୟ କିସ୍ତି ପାଇଛନ୍ତି ୯୮ ଲକ୍ଷ ୮୨ ହଜାର […]

ମଦରୁ କେତେ ଟଙ୍କା ପାଉଛନ୍ତି ରାଜ୍ୟ ସରକାର ?

ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିବୃତି । ପୂର୍ବ ସରକାରରେ ମଦ ପିଇ ପ୍ରାଣ ହରାଇଥିଲେ ୫୨ ଜଣ । ଏହାବ୍ୟତୀତ ୨୦୨୪ରୁ ଏବେ ଯାଏଁ ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬. ୧୪ କୋଟି ଟଙ୍କା ।ସେହିପରି ୨୦୨୪ ରୁ ଅଦ୍ୟାବଧି ମଦରୁ ରାଜସ୍ୱ ଆଦାୟର ପରିମାଣ ହେଉଛି ୭୭୫୬.୧୪ କୋଟି ଟଙ୍କା । ୨୦୧୪ ରେ ମଦରୁ ୨୦୩୮.୭୯ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି । ଠିକ୍‌ ସେହିପରି ରାଜ୍ୟରେ […]

ଲଭ୍ , ସେକ୍ସ ଓ ଧୋକା ଅଭିଯୋଗରେ SI ଗିରଫ ।

ପୋଲିସ ବାବୁଙ୍କ ନାଁରେ ଲଭ୍‌-ସେକ୍ସ-ଧୋକା ଅଭିଯୋଗ । ଏସ୍‌ଆଇ ବିଜୟ ସାହୁଙ୍କୁ ଗିରଫ କଲା ପୋଲିସ । ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ପୁଲିସ ଏସଆଇ ।ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି […]

ଭୁଲ୍‌ରେ ବି କାହାଠାରୁ ଉଧାର ମାଗି ବ୍ୟବହାର କରନ୍ତୁ ନାହିଁ ଏସବୁ ଜିନିଷ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଅଛି। ବାସ୍ତୁ ଶାସ୍ତ୍ର ଅନୁସାରେ କାରବାରରେ କେଉଁ ଜିନିଷଗୁଡ଼ିକ ଏଡାଇବା ଉଚିତ। ତାହା ଜାଣି ରଖନ୍ତୁ | ଲୁଣକୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଅନ୍ୟ କାହା ଦ୍ୱାରା ବ୍ୟବହୃତ ଲୁଣ ଘରକୁ ନକାରାତ୍ମକ ଶକ୍ତି ଆଣିପାରେ, ଯାହା ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ।ଘଣ୍ଟା ସମୟର ପ୍ରତୀକ, ଏବଂ ସମୟ ମଧ୍ୟ ଟଙ୍କା ସହିତ ଜଡିତ। ତେଣୁ କାହାଠାରୁ ଧାର ନିଆଯାଇଥିବା ଘଣ୍ଟା କିମ୍ବା ଅନ୍ୟ […]

ନାହାନ୍ତି ମହିଳା କମିଶନ : ପଡି ରହିଛି ୨୮୬୯ ଟି ମାମଲା

ରାଜ୍ୟରେ ବଢୁଛି ଅସହାୟ, ସ୍ବାମୀ ପରିତ୍ୟକ୍ତାଙ୍କ ସଂଖ୍ୟା । ଏନେଇ ଗୃହରେ ବିଧାୟକ ସନାତନ ମହାକୁଡଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ୨୦୨୪-୨୫ ବର୍ଷରେ ୨୮୬୯ ଟି ମାମଲା ପେଣ୍ଡିଂ ରହିଛି ।ଚଳିତ ବର୍ଷ ୧୧,୫୯୮ ଅସହାୟ, ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ବଲାଙ୍ଗୀରରେ ସର୍ବାଧିକ ୩୭୨୯ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଅଛନ୍ତି । ସେମାନଙ୍କ ବିକାଶ ପାଇଁ ଧନ୍ଦାମୂଳକ ତାଲିମ ଦିଆଯାଉଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ […]

ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି , କିଙ୍ଗ୍ ସ୍ନେକ୍ ଓ କଇଁଛ ଜବତ

ଭୁବନେଶ୍ବର ବିମାନ ବନ୍ଦରରୁ ବହୁରୂପୀ ଏଣ୍ଡୁଅ, ଗୋଧି , କିଙ୍ଗ୍ ସ୍ନେକ୍ ଓ କଇଁଛ ଜବତ କରିଛି କଷ୍ଟମ ବିଭାଗ । ବିସ୍କୁଟ ଡ଼ବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ କଇଁଛ, ଗୋଧି ଓ ଏଣ୍ଡୁଅ ଉଦ୍ଧାର କରାଯାଇଛି । ବ୍ୟାଙ୍କକ୍‌ରୁ ଚେନ୍ନାଇ ଭାୟା ଭୁବନେଶ୍ୱର ଦେଇ ହେଉଥିଲା ଚାଲାଣ । ଚେନ୍ନାଇର ଜଣେ ଯୁବକଙ୍କୁ ଅଟକ ରଖି କଷ୍ଟମ ବିଭାଗର ପଚରାଉଚରା ଜାରି ରହିଛି । ସିଟି ଫରେଷ୍ଟର ଟିମ୍ ଜରିଆରେ […]

ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ହିଁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ

ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଏପ୍ରିଲ ୧୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବା ସହ ଭାଜପାର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।ସବୁଠୁ ବଡ଼ କଥା ହେଲା, ନଡ୍ଡାଙ୍କ ଗସ୍ତ ପରେ ରାଜ୍ୟ ଭାଜପା ସଭାପତିଙ୍କ ନାଁ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଏପ୍ରିଲ ୧୪ ତାରିଖରେ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା […]

ଆହୁରି ୨ଦିନ ପ୍ରବଳ ଖରା। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ।

ପ୍ରବଳ ଖରାରେ ସିଝୁଛି ଓଡ଼ିଶା। ରାଜ୍ୟରେ ଅସମ୍ଭାଳ ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ। ଆହୁରି ୨ଦିନ ପ୍ରବଳ ଖରା। ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିପାରେ। ବିଭିନ୍ନ ମଡେଲ୍‌ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ପଶିବ ଆସନ୍ତା ସପ୍ତାହରେ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । […]

ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ ।

ମ୍ୟାନମାର୍‌ରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ, ଭାରତ ତୁରନ୍ତ ମାନବୀୟ ସହାୟତା ଭାବରେ ୧୫ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ପଠାଇଛି। ଭାରତୀୟ ବାୟୁସେନା (IAF)ର C-୧୩ ଓ ଜେ ବିମାନ ହିଣ୍ଡନ ବାୟୁସେନା ଷ୍ଟେଶନରୁ ଉଡ଼ାଣ ଭରି ରିଲିଫ୍‌ ସାମଗ୍ରୀ ଧରି ମ୍ୟାନ୍‌ମାର୍‌ରେ ପହଞ୍ଚିଥିଲା। ପର୍ଯ୍ୟାପ୍ତ ପରିମାଣରେ ତମ୍ବୁ ସାଙ୍ଗକୁ କମ୍ବଳ, ଖାଦ୍ୟ, ଜଳ ବିଶୋଧକ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ଏବଂ ଅତ୍ୟାବଶ୍ୟକ ଔଷଧିୟ ସାମଗ୍ରୀ ପଠାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

ଏନ୍‌କାଉଣ୍ଟରରେ ଟଳିଲେ ୧୬ ରୁ ଅଧିକ ମାଓବାଦୀ

ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି।ଖବର ଅନୁଯାୟୀ, ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିଲେ । ଏନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆର୍‌ଜି ଓ ସିଆର୍‌ପିଏଫ୍‌ ବାହିନୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ୍‌ ଆରମ୍ଙ ହୋଇଥିଲା । ଦୀର୍ଘ ୪ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ମାଓବାଦୀମାନେ ଘଟଣାସ୍ଥଳରୁ […]

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ !

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ।୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ । କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜା କାର୍ତ୍ତିକେୟନ୍ । ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ । […]

୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଫରେଷ୍ଟର ଗିରଫ

୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ। ଧରାପଡି ଛେଚା ଖାଇଲେ ଫରେଷ୍ଟର। ଶେଷରେ ବନ୍ଧା ହୋଇ ଜେଲ ଗଲେ। ରାୟଗଡ଼ା ଜିଲ୍ଲା ଗୁଣପୁର ପଦ୍ମପୁର ଅଞ୍ଚଳରେ ଘଟିଛି ଏପରି ଅମାନବୀୟ ଘଟଣା । ନରସିଂହ ଶତପଥୀ ଗୁଡ଼ାରି ରେଞ୍ଜ ଅଧିନସ୍ଥ କେନ୍ଦୁଗୁଡ଼ା ସେକ୍ସନର ଫରେଷ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ ଶୁକ୍ରବାର ନରସିଂହଙ୍କ ପଡ଼ିଶା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ଦୁଷ୍କର୍ମ […]