author

ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ

ନକ୍ସଲ ପ୍ରସଙ୍ଗ ନେଇ ପୁଲିସ୍ ଡିଜି ୱାଇବି ଖୁରାନିଆଙ୍କ ବଡ଼ ମନ୍ତବ୍ୟ ଆସିଛି। ସେ କହିଛନ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବେ। ନକ୍ସଲ ପ୍ରସଙ୍ଗ ନେଇ ବୈଠକ ପରେ ପୁଲିସ୍ ଡିଜିଙ୍କ ଏଭଳି ପ୍ରତିକ୍ରିୟା ଆସିଛି। ପୋଲିସ ଡିଜି ୱାଇ ବି ଖୁରାନିଆ କହିଛନ୍ତି, “ଆଶା କରୁଛୁ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ ହେବ । ଏହି ଲକ୍ଷ୍ୟ ସେଥିରେ ସଫଳ ହେବ । କାରଣ ନକ୍ସଲ ମୂଳପୋଛ ପାଇଁ […]

ଆଜିର ରାଶିଫଳ(୪ ସେପ୍ଟେମ୍ବର,୨୦୨୪)

ମେଷ**ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ,  କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।*  ବୃଷ*ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି  ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।* ମିଥୁନ*ଆଜି ନୂତନ […]

ସାମାନ୍ୟ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା

ସାମାନ୍ୟ ଫ୍ରିଜ୍ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି| ବାଲେଶ୍ୱର ସୋରୋ ଖଇରା ଥାନା ଅଧୀନ ନହଙ୍ଗ ପଞ୍ଚାୟତ ସେରପୁର ଗ୍ରାମର ସୁଦାମ ସେଠୀଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ ଆଜି ଲିଭି ଯାଇଛି।ଏନେଇ ଲକ୍ଷ୍ମୀର ବାପା ତାର ଶାଶୁ, ସ୍ୱାମୀ ଓ ଦୁଇ ନଣନ୍ଦଙ୍କ ନାମରେ ଯୌତୁକ ଲାଗି ହତ୍ୟା ଅଭିଯୋଗ ଆଣି ଥିବାବେଳେ ଖଇରା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାମୁତାବକ ଲକ୍ଷ୍ମୀପ୍ରିୟା ସେଠୀଙ୍କ ବିବାହ ଖଇରା ବ୍ଲକ ଗଡ଼ପୋଖରୀ ପଞ୍ଚାୟତ […]

ଲାଗୁ ହେବ ପେଶା ଆଇନ !

ରାଜ୍ୟରେ ଖୁବ୍‌ ଶୀଘ୍ର ଲାଗୁ ହେବ ପେସା ଆଇନ । ଗୃହରେ ଏ ନେଇ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ଆଦିବାସୀ ଅଞ୍ଚଳର ସରପଞ୍ଚ ମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ବି ବଳବତ୍ତର ଅଛି । ଆମ ସରକାର ପେସା ଆଇନ ଆଣିବ । ୧୦୦% କ୍ଷମତା ପାଇବେ ସରପଞ୍ଚ । ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି […]

ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ

ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ।୧୦୮ ଧକ୍କାରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା। ବିଳମ୍ବିତ ରାତିରେ ଉଦଳା ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଂ କରୁଥିଲେ। ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ […]

ରାଜ୍ୟ ବିଜେପି ଅଫିସରୁ ଧକ୍କା ଦେଇ ସୁନୀତି ମୁଣ୍ଡଙ୍କୁ ବାହାର କରିଛନ୍ତି ବିଜେପି କର୍ମୀ ।

ଭାଜପାରୁ ନିଲମ୍ବିତ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ମଙ୍ଗଳବାର ପାର୍ଟି ଅଫିସ ଆସିଥିବା ବେଳେ ତାଙ୍କୁ ଧକ୍କା ମାରି ଘଉଡ଼ାଇ ଦେଇଛନ୍ତି ମହିଳା ନେତ୍ରୀ। ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମହିଳା କର୍ମୀମାନେ ତାଙ୍କୁ ବିରୋଧ କରି ଘଉଡ଼ାଇଥିବା ସୂଚନା ମିଳିଛି। ଏହାପରେ ପ୍ରତିକ୍ରିୟା ଦେଇଛନ୍ତି ସୁନୀତି ମୁଣ୍ଡ । ସେ କହିଛନ୍ତି, “ମୁଁ ଦଳରେ ନାହିଁ ବୋଲି କିଏ କହିଲା । ଏଇଟା ମୋ ଘର । ମୋ ଘରକୁ ମୁଁ […]

ଜବରଦଖଲକାରୀଙ୍କ କବଜାରେ ସହରାଞ୍ଚଳର ମୂଲ୍ୟବାନ ଜମି

ଜବରଦଖଲକାରୀ ମାଡି ବସିଛନ୍ତି ରାଜଧାନୀର ମୂଲ୍ୟବାନ୍‌ ଜମି । ରାଜଧାନୀର ପ୍ରାୟ ୩୦ ଏକର ଜମି ଜବରଦଖଲକାରୀଙ୍କ କବଜାରେ ରହିଛି । ଜବରଦଖଲକାରୀମାନେ ମୂଲ୍ୟବାନ ଜମିକୁ ନିଜ ଅକ୍ତିଆରକୁ ନେଇଯାଇଛନ୍ତି। ସହରାଞ୍ଚଳର କୋଟିକୋଟି ଟଙ୍କାର ମୂଲ୍ୟବାନ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି ବୋଲି ବିଧାନସଭାରେ ଲିଖିତ ଭାବେ ଉତ୍ତର ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। କିନ୍ତୁ ବାସ୍ତବରେ ଏହା ଅଧିକ ହୋଇପାରେ।ସାମପୁର ମୌଜାରେ ସର୍ବାଧିକ ୨୭ ଏକର ଜମି ଜବରଦଖଲ […]

ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା

କଡା ଆଇନ୍ ଓ ସଚେତନତା ସତ୍ତ୍ୱେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା । ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ । ଶିଶୁ ଶ୍ରମିକ କମାଇବାକୁ ୯ଟି ବିଭାଗ ସମନ୍ୱୟରେ ରାଜ୍ୟ ସରକାର ଏକ ଖସଡ଼ା ତିଆରି କରିଛନ୍ତି । ଶିଶୁ ଓ କିଶୋର ଶ୍ରମ ଆଇନ ୧୯୮୬କୁ କଠୋର ଭାବେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ […]

କଟକରେ ରହିବ ଅବକାରୀ କମିଶନର ଅଫିସ । 

କଟକରେ ରହିବ ଅବକାରୀ କମିଶନର ଅଫିସ । ଭୁବନେଶ୍ବର ସ୍ଥାନାନ୍ତର ହେବା ଏକ ଗୁଜବ ମାତ୍ର । ଏକଥା ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କଟକ କୃଷକ ବଜାରରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ ଜରୁରୀ କାମ ପଡିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର […]

ଓଡିଶା ଆସିବେ ସେଣ୍ଟ୍ରାଲ ଟିମ୍, ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳ ବୁଲି କରିବେ ତର୍ଜମା

ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆସନ୍ତାକାଲି ଓଡ଼ିଶାକୁ ସେଂଟ୍ରାଲ ଟିମ୍‌ ଆସିବେ। ଏହି ଟିମ୍‌ର ସଦସ୍ୟମାନେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ପୁରୀ ଜିଲ୍ଲାର ପିପିଲି ଅଂଚଳ ବୁଲିବା ସହ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ନିଆଯାଇଥିବା ପଦକ୍ଷେପ ନେଇ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଛି । କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ଏହା ସହ […]

ସଙ୍ଗୀତଧାରା’ ପକ୍ଷରୁ ଆରମ୍ଭ ହେବ ଭକ୍ତିସଙ୍ଗୀତ ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ପୂର୍ବ ବର୍ଷର ଅପୂର୍ବ ସଫଳତା ପରେ ଚଳିତ ବର୍ଷ ପୁନର୍ବାର ଆରମ୍ଭ ହେବ ଜିଲ୍ଲାସ୍ତରୀୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା। ଜିଲ୍ଲାର ଲୁକ୍କାୟିତ ସଙ୍ଗୀତ ପ୍ରତିଭା ତଥା କଣ୍ଠଶିଳ୍ପୀ ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ଭକ୍ତି ସଙ୍ଗୀତ ପ୍ରତିଯୋଗିତା ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି । ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସଙ୍ଗୀତାନୁଷ୍ଠାନ ‘ସଙ୍ଗୀତଧାରା’ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୧୪ରୁ ୨୪ବର୍ଷ ବୟସର ଉଭୟ […]

ଡେବ୍ରିଗଡରେ ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ

ଡେବ୍ରିଗଡ ଅଭୟାରଣ୍ୟରେ ଅନେକ ବର୍ଷ ଧରି ଘେରାବନ୍ଦୀରେ ଥିବା ହାତୀ ଖରସେଲ୍‌ର ମୃତ୍ୟୁ ହୋଇଛି । ବୟସାଧିକ କାରଣରୁ ଖରସେଲର ମୃତ୍ୟୁ ହୋଇଥିବା କହିଛନ୍ତି ଡେବ୍ରିଗଡ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାଶ । ଖରସେଲ୍‌ର ବୟସ ୬୫ ବର୍ଷରୁ ଅଧିକ ଥିଲା । ପ୍ରାୟ ୫ରୁ ୬ ମାସ ହେବ ହାତୀର ଗତିବିଧି ମନ୍ଥର ହୋଇଯାଇଥିଲା । ଖାଦ୍ୟ ମଧ୍ୟ ଠିକରେ ଗ୍ରହଣ କରୁନଥିଲା । ଖରସେଲକୁ ବଲାଙ୍ଗୀର ଜଙ୍ଗଲରୁ ଟ୍ରାଙ୍କୁଲାଇଜ କରି ଡେବ୍ରିଗଡକୁ ଅଣାଯାଇଥିଲା ।