ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀ ବସ । ରିହାତି ଦରରେ ତୀର୍ଥକ୍ଷେତ୍ରରେ ବୁଲିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଆହୁରି କହିଛନ୍ତି […]
ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ଦ୍ବିତୀୟ ବାଘୁଣୀ । ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯିବ ବାଘୁଣୀ । ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ କରାଯାଇଥିବା ଯୋଜନା ମୁତାବକ ମହାରାଷ୍ଟ୍ରରୁ ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଅଭିମୁଖେ ଗସ୍ତ କରିଥିବା ନେଇ ସୂଚନା ମିଳିଛି ।ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର […]
ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ଗତ ମାସ ୨୭ ତାରିଖରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ଭାଜପାର ଏକ ସଦସ୍ୟତା ଗ୍ରହଣ ଅଭିଯାନରେ ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗରେ ବୁଧବାର ତାଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ଯେ, ଫିଲ୍ମର ସଂଳାପ ଆଇନ ଶୃଙ୍ଖଳା ଉପରେ ପ୍ରଭାବ ପକାଇଥିବା ଭଳି ମନ୍ତବ୍ୟ ଦିଆଯାଇଛି । ୨୭ ଅକ୍ଟୋବରରେ ଯେତେବେଳେ ଗୃହମନ୍ତ୍ରୀ ଅମିତ […]
ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାଙ୍କ ନାଁ ଅମ୍ରିତାଂଶୁ ସାମନ୍ତରା।ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ବକ୍ସିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅମ୍ରିତ୍ରାଂଶୁ ସାମନ୍ତରାୟ ସମ୍ପୃକ୍ତ ଥିବା ନେଇ ପୁରୀ ପୋଲିସ ସୂଚନା ଦେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେବାୟତଙ୍କୁ […]
ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ଦିବ୍ୟାଭାରତୀଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏମିତିକି ଯୁବକ ଜଣକ ଦିବ୍ୟାଭାରତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲା। ହେଲେ ବିବାହ ପାଇଁ ସ୍ପଷ୍ଟ ମନା କରିବାରୁ ପ୍ରତିଶୋଧ […]
ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏବେ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଶୁଖିଲା ପାଗ ରହିଥିବା ବେଳେ ଆଗକୁ କୁହୁଡି ସହିତ ଥଣ୍ତା ପଡ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ମୋଟ ୬୭୯୪ଟି ସ୍କୁଲ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ […]
ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।ଏହି ଯୋଜନା ପାଇଁ ୬୩,୬୦୦ କୋଟିର ଏକ […]
ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍ଏମ୍ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ […]
ମେଷ : ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟ ର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ । ବୃଷ : ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ […]
ଗତ ଅକ୍ଟୋବର ମାସରୁ ରାସନ କାର୍ଡରେ ଖାଉଟିଙ୍କୁ ଗହମ ବଣ୍ଟନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏମିତି କି କିଛି ଡିଲର ପଏଣ୍ଟକୁ ଗହମ ପହଁଚି ଥିବା ମନ୍ତ୍ରୀ କହିଥିଲେ । ହେଲେ ଅଚାନକ ଭାବରେ ଗହମ ବଣ୍ଟନ ନକରିବାକୁ କହିଛି ଯୋଗାଣ ବିଭାଗ ।ବିଧିବଦ୍ଧ ଭାବେ କୌଣସି ନିର୍ଦ୍ଦେଶନାମା ଜାରି କରିନଥିଲେ ବି ମୋବାଇଲ ମେସେଜ୍ ଜରିଆରେ ଡିଲରମାନଙ୍କୁ ଗହମ ନ ବାଣ୍ଟିବାକୁ କୁହାଯାଇଛି । ଯଦିଓ କେବେ ଯାଏଁ ଗହମ ମିଳିବ ନାହିଁ […]
ଆମର ଅଧିକାଂଶ ଚାଷୀ କ୍ଷୁଦ୍ର, ମଧ୍ୟମ ଅଥବା ଭୂମିହୀନ ବର୍ଗର ଅଟନ୍ତି। କୃଷକମାନଙ୍କ ରୋଜଗାର ବୃଦ୍ଧି ପାଇଁ ସେମାନଙ୍କ ଆର୍ଥିକ ସ୍ବଚ୍ଛଳତା ସକାଶେ ପଶୁ ପାଳନ ସବୁଠାରୁ ପ୍ରକୃଷ୍ଟ ମାଧ୍ୟମ। କୃଷି କାର୍ଯ୍ୟ ସହିତ ଗାଇ, ଛେଳି, ମେଣ୍ଢା ଓ ମାଛ ଚାଷ ଆଦି କାର୍ଯ୍ୟରେ ସମ୍ପୃକ୍ତ ରହିଲେ ସେମାନେ ସ୍ବାବଲମ୍ବୀ ହୋଇପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓଡିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୨୩ତମ ସାଧାରଣ ଅଧିବେଶନ ଅବସରରେ […]
