author

ରାସ୍ତା କଡ଼ରୁ ବୃଦ୍ଧଙ୍କୁ ଉଦ୍ଧାର କରି ସେଲଟର ହୋମରେ ଥଇଥାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛକୁଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜଣେ ଅଜଣା ବୃଦ୍ଧଙ୍କୁ ଓଡଗାଁ ଛକ ଷ୍ଟେଟ ବ୍ୟାଙ୍କ ରୋଡ଼ରୁ ଉଦ୍ଧାର କରି ତ୍ରିନାଥ ଛକ ସ୍ଥିତ ସେଲଟର ହୋମରେ ଥଇଥାନ ବ୍ୟବସ୍ଥା କରିଛନ୍ତି। ସୂଚନାଯୋଗ୍ୟ ଯେ  ନୟାଗଡ଼ ସିଜେଏମ ଏହି ରାସ୍ତା ଦେଇ ଯାଉଥିବା ବେଳେ ଅସହାୟ ଅବସ୍ଥାରେ ସମ୍ପୃକ୍ତ ବୃଦ୍ଧଙ୍କୁ ଦେଖି ତୁରନ୍ତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ନଜରକୁ […]

ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କଲେ ନବୀନ ।

ଟାକୁଆ ଜାଉ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣାରେ ଟାର୍ଗେଟ କଲେ ନବୀନ । ରାଜ୍ୟ ସରକାରଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାଲୋଚନା କରିଛନ୍ତି ା ଆମର ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରିଦେଲେ । ଆମ ସରକାରଙ୍କ ବିକାଶମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି, ଏହା ବହୁତ ଦୁଃଖର କଥା […]

ବଦଳିବ ‘ରିଲିଫ କୋଡର’ ନାଁ- ସୁରେଶ ପୂଜାରୀ

ରାଜସ୍ୱ ବିଭାଗରୁ ହଟିଲା ବର୍ଷ ବର୍ଷ ଧରି ଚଳି ଆସୁଥିବା ପୁରୁଣା ନାଁ ରିଲିଫ । ଏହା ବଦଳରେ ହେବ ନୂଆ ନାଁ । ଯେଉଁଥିରେ ନିଜ ଅଧିକାର ମିଳିବ । ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରିଲିଫ ବଦଳରେ ନୂଆ ନାଁ ଅଧିକାର ରଖାଯିବ । ବାତ୍ୟା , ବନ୍ୟା , ମରୁଡିରେ ଯେଉଁ ରିଲିଫ ମିଳେ ତାର ପରିଭାଷା ବଦଳିଯିବ । ରାଜସ୍ୱ ବିଭାଗ ସମୀକ୍ଷା ବୈଠକରେ ଏଭଳି ନିଷ୍ପତ୍ତି […]

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ

ରାୟଗଡା ତା: ୭.୧୧.୨୦୨୪ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନି ଓ ଉଦଯାପନୀ ଉତ୍ସବରେ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ପାରୁଲ ପଟାୱରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ: ମମତା ସାହୁ, ଜିଲ୍ଲା ଶିକ୍ଷା ଓ […]

ଝାଡ଼ଖଣ୍ଡ ନିର୍ବାଚନ : ପ୍ରଚାର କରିବେ ଓଡ଼ିଶା ମନ୍ତ୍ରୀ । 

ଝାଡ଼ଖଣ୍ଡ ନିର୍ବାଚନ ପାଇଁ ପ୍ରଚାର କରିବେ ଓଡ଼ିଶା ମନ୍ତ୍ରୀ । ଆସନ୍ତାକାଲିଠୁ ୩ ଦିନିଆ ଗସ୍ତରେ ଝାଡ଼ଖଣ୍ଡ ଯିବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ବିଜେପି ପାଇଁ ପ୍ରଚାର କରିବେ ନଗର ଉନ୍ନୟନ ମନ୍ତ୍ରୀ । ୮୨ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ୨ଟି ପର୍ଯ୍ୟାୟରେ ମତଦାନ ହେବ। ନଭେମ୍ଵର ୧୩ ଓ ୨୦ରେ ହେବ ଭୋଟ । ଗଣତି ହେବ ନଭେମ୍ବର ୨୩ ତାରିଖରେ। ତେବେ ୮, ୯ ଓ ୧୦ ତାରିଖରେ ଝାଡ଼ଖଣ୍ଡର ବିଭିନ୍ନ […]

ଉଭୟ ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା

ହାଇକୋର୍ଟରେ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ଉପର ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି ।ସବୁବର୍ଷ ଭଳି ଏବର୍ଷ ମଧ୍ୟ ଉଭୟ ଉପର ଓ ତଳ ପଡିଆରେ ହେବ ବାଲିଯାତ୍ରା । କିନ୍ତୁ ଆସନ୍ତା ବର୍ଷ ଉପର ପରିବର୍ତ୍ତେ କେବଳ ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ଜିଲ୍ଲା ପ୍ରଶାସନ । ଏଥର ରାସ୍ତା କଡ […]

ଗ୍ରାହକଙ୍କ ପାଇଁ ଖୁସି ଖବର । ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ଶସ୍ତା

ଆମେରିକା ନିର୍ବାଚନ ଫଳାଫଳ ଆସିବା ପରେ ଗୁରୁବାର ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ବଜାରରେ ସୁନା ମୂଲ୍ୟରେ ୧୫୦୦ ଟଙ୍କା ହ୍ରାସ ପାଇଛି। ପୂର୍ବରୁ ଭୁବନେଶ୍ବରରେ ୨୨ କ୍ୟାରେଟ ଦର ୭୩, ୮୦୦ ଥିଲା ବେଳେ ଗୁରୁବାର ୧୦ ଗ୍ରାମ୍‌କୁ ଦର ୭୨, ୩୦୦ ଟଙ୍କା ହୋଇଛି।୨୨ କ୍ୟାରେଟ୍‌ ଦାମ୍‌ ବେଙ୍ଗାଲୁରୁରେ ୭୨,୦୫୦ ଟଙ୍କା ଓ ୨୪ କ୍ୟାରେଟ୍‌ ଦାମ୍‌ ୭୮,୬୧୦ଟଙ୍କା ।ଚେନ୍ନାଇରେ ୨୨ କ୍ୟାରେଟ୍‌ ଦାମ୍‌ ୭୨,୧୫୦ ଟଙ୍କା ଓ […]

ସବୁ ବ୍ଲକ୍‌ରେ ଆରମ୍ଭ ହେବ ଗ୍ରାମ ନ୍ୟାୟାଳୟ

ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଗ୍ରାମ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇପାରିବ । ଗ୍ରାମ ନ୍ୟାୟାଳୟରେ ମଧ୍ୟସ୍ତତା ମାଧ୍ୟମରେ ମାମଲା ସମାଧାନ କରିବାରେ ସହାୟକ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ଏହା ସହିତ ରାଜ୍ୟରେ ଅଦରକାରୀ ଆଇନ ଚିହ୍ନଟ ପାଇଁ […]

ଗିରଫ ହେଲେ କୋଟିପତି ଇଡକୋ ବାବୁ

ଗିରଫ ହେଲେ ଇଡ୍‌କୋ ଜୁନିୟର ମ୍ୟାନେଜର। ଭିଜିଲାନ୍ସ ଜାଲରେ ଫସିଥିବା ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ ଗୁରୁବାର ଗିରଫ ହୋଇଛନ୍ତି। ଗତକାଲି ବିଜୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେ ବିଜୟ କୁମାର ଉଦୟସିଂହଙ୍କର ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ଘରର ଗେଟରେ ପ୍ରବେଶ କରିବା ମୁସ୍କିଲ । କାରଣ ସବୁ ଏଠି ଚାଲେ ସେନସରରେ । ରିମୋଟରେ ଗେଟ୍ […]

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ।

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ଜିଲ୍ଲା ଅଧିକାରୀ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ । ଏହି କାମ କେଉଁ କମ୍ପାନୀ ନେବ, ସେଥିପାଇଁ ଗୋଟିଏ ଟେଣ୍ଡର କରାଯିବ। ଏଥିପାଇଁ ଟିକିଏ ଡେରି ହେଉଛି। ହେଲେ ଜାନୁଆରୀ ମାସରୁ ଚାଉଳ ସହ ଗହମ […]

ପିଡିଓଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ

ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍‌କୁ ଯାଇ ଚପଲରେ ମାଡ଼ ମାରିଛନ୍ତି। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ମହିଳା […]

ଆସନ୍ତା ୧୪ ଓ ୧୫ରେ ଢେଙ୍କାନାଳରେ ହେବ ହାତୀ ଗଣନା

ବନ ବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରରେ ହେବ ହାତୀ ଗଣନା । ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ବର ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଢେଙ୍କାନାଳ । ହାତୀ ଗଣନା ପାଇଁ ଜିଲ୍ଲାରେ ସମସ୍ତ ୮ଟି ରେଞ୍ଜର , ଫରେଷ୍ଟ ଗାର୍ଡ , ଡେପୁଟି ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର […]