ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅବଢ଼ା ଯୋଜନାରେ ୬୫୮ କୋଟି ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅବଢ଼ା ଯୋଜନା ଅଧୀନରେ ପୁରୀରେ କାର୍ଯ୍ୟକାରୀ ହେଉଥିବା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପାଇଁ ୬୫୮.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।ସୂଚନାଯୋଗ୍ୟ ଯେ, ପୁରୀରେ ଅବଢା (Augmentation Basic Amenities and Development of Heritage and Architecture) ଯୋଜନାରେ ଜଗନ୍ନାଥ ବଲ୍ଲଭ ପିଲ୍‌ଗ୍ରିମ୍ ସେଣ୍ଟର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ଏବଂ ଏହା ସହିତ ମୁସା ନଦୀର ସଂପ୍ରସାରଣ ଆଦି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ପ୍ରାରମ୍ଭିକ ବଜେଟ ଅନୁଯାୟୀ ଏଥିପାଇଁ ୫୫୭.୧୯ ଟଙ୍କା ମଞ୍ଜୁର ହୋଇଥିଲା । ତେବେ ଏହି ପ୍ରକଳ୍ପରେ ଆଉ ଅଧିକ ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।ମୁଖ୍ୟମନ୍ତ୍ରୀ ଏହି ଆବଶ୍ୟକତାକୁ ଅନୁଭବ କରି ପ୍ରକଳ୍ପ ମୂଲ୍ୟ ବୃଦ୍ଧି କରି ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ୬୫୮,୦୩,୭୦,୦୦୦ ଟଙ୍କା ମଞ୍ଜୁର କରିଛନ୍ତି। ଏହା ଦ୍ୱାରା ପ୍ରକଳ୍ପ ମୂଲ୍ୟରେ ୧୦୦,୮୩,୮୫,୦୦୦ ଟଙ୍କା ବୃଦ୍ଧି ପାଇଛି।

ଅଧିକ ପଢନ୍ତୁ