କଂଗ୍ରେସର ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । […]
ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ । ପୁରୀରୁ ରାଉରକେଲା ଆସୁଥିବା ବନ୍ଦେ ଭାରତ ଟ୍ରେନ ଆଜି ଅପରାହ୍ନରେ କଲୁଙ୍ଗା ଷ୍ଟେସନ ଦେଇ ଆସୁଥିବା ବେଳେ ପଥର ମାଡ଼ ହୋଇଛି । ତେବେ ଏହି ଆକ୍ରମଣରେ ୨ଟି ବଗିର କାଚ ଭାଙ୍ଗି ଚୁରମାର ହୋଇଯାଇଛି । ହେଲେ ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନ ରହିଛି । ହେଲେ କିଏ ଏବଂ କାହିଁକି ଢେଲା ମାଡ଼ କରିଛି ତାର […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜାତୀୟ ସ୍ତରରେ ଅନୁଷ୍ଠିତ ୪ର୍ଥ ସର୍ବଭାରତୀୟ ମୁଟ କୋର୍ଟ ବା ଛାୟା ଅଦାଲତ ପ୍ରତିଯୋଗିତାରେ ନୟାଗଡ଼ ମାଟିର ପୁଅ ସତ୍ୟ ନାରାୟଣ ରଥ ବାଜିମାତ କରି ଚାମ୍ପିୟାନସ ଟ୍ରଫି ହାସଲ କରିଛନ୍ତି। ତାଙ୍କର ଏହି ବିରଳ କୃତିତ୍ୱରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ସୂଚନା ଯୋଗ୍ୟ ଯେ ଶ୍ରୀମାନ ରଥ ବର୍ତ୍ତମାନ ଆଇଆଇଟି ଖାଡ଼ଗପୁର ଅଧିନସ୍ଥ ରାଜୀବ ଗାନ୍ଧୀ ସ୍କୁଲ ଅଫ ଇଣ୍ଟେଲେକଚୁଆଲ ଲ’ କଲେଜରେ ଆଇନ ବିଷୟରେ ଅଧ୍ୟୟନ କରୁଛନ୍ତି। […]
ବୋହୁ ନେଇଗଲା ପୋଷା କୁକୁର । କୋର୍ଟରେ ପହଞ୍ଚିଲା ମାମଲା । ଏଭଳି ଭିତ୍ତିହିନ ଅଭିଯୋଗ ପାଇଁ ଏବେ ତଣ୍ଡ ଗଣିବେ ଅଭିଯୋଗକାରୀ । ସେପଟେ ହାଇକୋର୍ଟରେ କେସ ଚାଲିଲା ସତ। ହେଲେ ଓଲଟା ଶାଶୁଙ୍କ ଉପରେ ଜୋରିମାନା ଲଗାଇଦେଲେ ହାଇକୋର୍ଟ। ତେବେ କାହିଁକି? ଶାଶୂ ତ କେସ୍ କରିଥିଲେ ତାହାଲେ ହାଇକୋର୍ଟ ଓଲଟା ତାଙ୍କ ଉପରେ ଜୋରିମାନା କାହିଁକି ଲଗାଇଲେ?ସୂଚନା ଅନୁସାରେ, କଟକର ଜଣେ ମହିଳା ତାଙ୍କ ଯୌତୁକ ସାମଗ୍ରୀ ସହ ଘରର ପୋଷା କୁକୁରକୁ […]
ମୁସଲମାନଙ୍କ ପର୍ବ ଇଦରେ ଭାରତୀୟ ଜନତା ପାର୍ଟିର ନିଆରା ଅଭିଯାନ। ଗରିବ ଲୋକଙ୍କୁ ବିଜେପି ବାଣ୍ଟିବ ଉପହାର। ବିଜେପିର ସଂଖ୍ୟାଲଘୁ ସୌଗାତ୍-ଇ-ମୋଦି ଅଭିଯାନ ଚଳାଇ ୩୨ ଲକ୍ଷ ଗରିବ ମୁସଲମାନଙ୍କୁ ଗିଫ୍ଟ ଦେବ। ଏହି ଅଭିଯାନ ଦିଲ୍ଲୀ ନିଜାମୁଦ୍ଧିନ୍ରୁ ଆରମ୍ଭ ହେବ। ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ […]
ଓଡିଶା ଭିଜିଲାନ୍ସ ଅଧିକାରୀମାନେ ବୁଧବାର ଦିନ ସୁନ୍ଦରଗଡ଼ର କୁତ୍ରା ତହସିଲର ଅମିନଙ୍କୁ ୬୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି।ଜମି ପଟ୍ଟା କରାଇ ଦେବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି । ତେବେ ପଟ୍ଟା କରାଇ ଦେବାକୁ ଅମିନ ଜଣକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଏତେ ଟଙ୍କା ଦେଇ ପାରିବେନି ବୋଲି ଅଭିଯୋଗକାରୀ କହିଥିଲେ । ପରେ ୬ ହଜାର ଟଙ୍କାରେ କଥା ଫାଇନାଲ ହୋଇଥିଲା । ବୁଧବାର ଲାଞ୍ଚ ନେବା […]
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ‘ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଔପଚାରିକ ଭାବେ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ତା’ ପୂର୍ବରୁ ଏହାକୁ କିଣିବା ପାଇଁ ବିଦେଶୀ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ଦିନକରେ ଲୋକେ ୧ ହଜାର ଗୋଲ୍ଡ କାର୍ଡ କିଣିନେଇଛନ୍ତି । ଆମେରିକାର ବାଣିଜ୍ୟ ସଚିବ ହାୱର୍ଡ ଲୁଟ୍ନିକ୍ ଏହି ସୂଚନା ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଗୋଲ୍ଡ କାର୍ଡ ଯୋଜନା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇ ନାହିଁ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତୀକ ଧାରଣା ଦିଆ ଯାଇଥିଲା। ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧିକାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଜିଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ […]
ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଇଚି। ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ […]
ଡେରାଡୁନର ଭାରତୀୟ ସାମରିକ ଏକାଡେମୀ (ଆଇଏମଏ)ରେ ୯୨ ବର୍ଷରେ ପ୍ରଥମଥର ପାଇଁ ଏକ ପରିବର୍ତ୍ତନ ହେବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଜୁଲାଇ ୨୦୨୫ରେ ମହିଳା ଅଫିସର କ୍ୟାଡେଟମାନଙ୍କୁ ସାମିଲ କରାଯିବ।ଉଲ୍ଲେଖଯୋଗ୍ୟ, ଆଇଏମ୍ଏ ଦେଶର ଏକମାତ୍ର ସୈନ୍ୟ ଏକାଡେମୀ, ଯେଉଁଠି ଆଜି ଯାଏ ମହିଳାଙ୍କୁ ଟ୍ରେନିଂ ଦିଆଯାଉ ନଥିଲା । ୨୦୨୫ ଜୁଲାଇରେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ଖଡଗବାସଲାରୁ ମହିଳାଙ୍କ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍ ଗ୍ରାଜୁଏଟ୍ ହେବ । ଏହାପରେ ମହିଳା ଅଧିକାରୀଙ୍କୁ ତିନି […]
ବୁର୍ଲା ଭିସୁଟ ପ୍ରଫେସର ନିଲମ୍ବିତ । ହ୍ୟୁମାନିଟିଜ୍ ବିଭାଗର ସହଯୋଗୀ ପ୍ରଫେସର ଡ. ଜୟପ୍ରକାଶ ପରମଗୁରୁଙ୍କୁ ନିଲମ୍ବନ କରିଛନ୍ତି କୁଳପତି । କ୍ଲାସ ନ କରି ନିଶାସକ୍ତ ଅବସ୍ଥାରେ କାର୍ଯ୍ୟାଳୟକୁ ଆସିବା, ନିଶାଶକ୍ତ ଅବସ୍ଥାରେ କ୍ଲାସ ରୁମରେ ଶୋଇବା ଅଭିଯୋଗରେ ନିଲମ୍ବିତ କରାଯାଇଥିବା ପତ୍ରରେ ଦର୍ଶାଯାଇଛି । ଏହି ନିଲମ୍ବନ ସମୟରେ ସେ ପାଠ ପଢାଇ ପାରିବେ ନାହି। ମୁଖ୍ୟ କାର୍ଯ୍ୟାଳୟକୁ ଆସି ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ବାୟୋମେଟ୍ରିକ୍ଟରେ ଦିନକୁ ଦୁଇଥର ଉପସ୍ଥାନ ପକାଇବାକୁ ନିର୍ଦେଶ […]
ଚାନ୍ଦିପୁରରେ ଆଜି କ୍ଷେପଣାସ୍ତ୍ର ପରୀକ୍ଷଣ। ଏଥିଲାଗି ସ୍ଥାନାନ୍ତର ହେବେ ୬ ଗାଁର ଲୋକେ। ୬ଟି ଗାଁର ପ୍ରାୟ ୩୨୦୦ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଚାନ୍ଦିପୁର ଆଇଟିଆର ଏଲସି-୩ କ୍ଷେପଣାସ୍ତ୍ର ଘାଟିରୁ ହେବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।ଆଶ୍ରୟସ୍ଥଳୀ ଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ପାଇଁ ୧୦୦ରୁ ଉର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ […]
