author

ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର ।

ଝାରସୁଗୁଡ଼ା ଜମେରା ୟୁଜି ଏମଇ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ଶିଶୁ ଗୁରୁତର । ଗୁରୁତରଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପଚା ଅଣ୍ଡା ତରକାରୀ ଖାଇ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ଶନିବାର ସକାଳୁଆ ସ୍କୁଲ ଥିବାରୁ ପୂର୍ବାହ୍ନ ସମୟରେ ପ୍ରାୟ ୬୦ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା। ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ […]

୨୪ ଘଣ୍ଟାରେ ଆଳୁ ସମସ୍ୟା ଦୂର ନହେଲେ ଧାରଣା ଦିଆଯିବ

ଆଳୁ ସମସ୍ୟା ନେଇ ସରକାରଙ୍କ ୨୪ଘଣ୍ଟାର ମହଲତ ଦେଇଛି ନାଗରିକ ସୁରକ୍ଷା ମଞ୍ଚ। ଆସନ୍ତା ୨୪ଘଣ୍ଟାରେ ସଙ୍କଟ ଦୂର ନହେଲେ ମୁଖ୍ୟମନ୍ତ୍ରୀ ବାସଭବନ ଆଗରେ ଧାରଣାରେ ବସିବାକୁ ଚେତାବନୀ ଦିଆଯାଇଛି। ମାସେ ହେଲାଣି ଆଳୁ ସଙ୍କଟ ଲାଗି ରହିଛି। ଶହେ ଟଙ୍କା ତିନି କିଲୋ ଆଳୁ ଗୋଟିଏ ଦିନ ସରକାର ଚୁପ ବସିଛନ୍ତି। ଆଳୁ ପ୍ରତ୍ୟେକ ସାଧାରଣ ଲୋକଙ୍କ ଆବଶ୍ୟକତା। ଏବେ ଅଫିସର କୁଆଡେ ଗଲେ ପ୍ରଶ୍ନ କରିଛନ୍ତି ନାଗରିକ ସୁରକ୍ଷା ମଞ୍ଚର ସଭାପତି।ସେପଟେ, ଆଳୁ ପ୍ରସଙ୍ଗକୁ […]

ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ, ଇଟାମାଟି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଉଦଯାପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍ ପିସ୍ ଆଣ୍ଡ ଡେଭଲପମେଣ୍ଟ ” ଇଟାମାଟି,  ଏବଂ ମାସିକ ହାସ୍ୟ ବ୍ୟଙ୍ଗ ପତ୍ରିକା “ବ୍ୟଙ୍ଗ କଲମ” ନୟାଗଡ଼ଙ୍କ ଆନୁକୂଲ୍ୟରେ ଜିଲ୍ଲା ବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଉଦଯାପନ ଦିବସରେ ନୟାଗଡ଼ ବ୍ଲକ୍ ଅନ୍ତର୍ଗତ ପଣ୍ଡୁସର ଓ ବିରୁଡା ଗ୍ରାମ ପଞ୍ଚାୟତରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି  ।  ଏହି ଦୁଇ  ପଞ୍ଚାୟତର ସୁନାଲଟି, ବାଘେରା , ମର୍ଦ୍ଦରାଜପୁର, ବରକୋଳି ପାଟଣା, ପାଣ୍ଡେରୀ ପାଟଣା, ବିରୁଡ଼ା […]

ମନ୍ତ୍ରୀ ପହଞ୍ଚିବାର ୨୦ମିନିଟ୍ ପରେ ଆସିଲେ ତହସିଲଦାର

ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି। ଖବର ପାଇଁ ମନ୍ତ୍ରୀ ପହଞ୍ଚିବାର ୨୦ ମିନିଟ ପରେ ତହସିଲଦାର ପହଞ୍ଚି ମନ୍ତ୍ରୀଙ୍କ ଆଗରେ ହାଜର ହୋଇ ଛିଡା ହେଲେ । ସେ ଭିତରେ ତହସିଲଦାରଙ୍କ ବିରୁଦ୍ଧରେ ଗୁଡାଏ ଅଭିଯୋଗ ମନ୍ତ୍ରୀ ସାଧାରଣ ଲୋକଙ୍କ ଠାରୁ […]

ପାକିସ୍ତାନରେ ପହଞ୍ଚିଲା ଏମ୍‌ପକ୍ସ, ଭାରତ ପାଇଁ ଚିନ୍ତା

କେନ୍ଦ୍ରୀୟ ଏବଂ ପୂର୍ବ ଆଫ୍ରିକାରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମାମଲାଗୁଡ଼ିକର ବୃଦ୍ଧିକୁ ଦୃଷ୍ଟିରେ ରଖି ଡବ୍ଲୁଏଚ୍‌ଓ ଏହି ସଂକ୍ରାମକ ରୋଗକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହି ରୋଗ ସାରା ବିଶ୍ଵରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଜରୁରୀ ପରିସ୍ଥିତି ସୃଷ୍ଟି କରିବ​‌ ବୋଲି ଡବ୍ଲୁଏଚଓ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାର ଦିନକ ପରେ ପାକିସ୍ତାନରେ ଏହି ସଂକ୍ରାମକ ରୋଗ ଦେଖିବାକୁ ମିଳିଛି। ପାକିସ୍ତାନର ୩ ଜଣ ନାଗରିକ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ […]

ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର

ରାଜ୍ୟ କଂଗ୍ରେସର ଷ୍ଟିଅରିଂ କମିଟି ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏଆଇସିସି ସବୁ କଥା ଚିନ୍ତା କରି ନିଷ୍ପତ୍ତି ନେଇଛନ୍ତି। ଷ୍ଟିଅରିଂ କମିଟିରେ ଅନେକ ବରିଷ୍ଠ ନେତାଙ୍କ ନାଁ ନାହିଁ, ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରୁଛି କି, ଏହା ଉତ୍ତରେସେ କହିଛନ୍ତି, ଏଠି କୌଣସି ନେତାଙ୍କୁ କୋଣଠେସା କରାଯାଇନାହିଁ। ଯିଏ କାମ କରିବ ସେ ପଦ ପଦବୀରେ ନଥାଇ ଯିଏ ବି କାମ କରୁଛି, ତାକୁ ପଦ ପଦବୀରେ ରହିବାର […]

ବଡ଼ଦେଉଳର ବଡ଼ଠାକୁରଙ୍କ ପାଇଁ ତିଆରି ଚାଲିଛି ରାଖି।

ବଡ଼ଦେଉଳର ବଡ଼ଠାକୁରଙ୍କ ପାଇଁ ତିଆରି ଚାଲିଛି ରାଖି। ଗହ୍ମା ପୁନେଇରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ପିନ୍ଧାଇବେ ରାଖି। ଚାରିଟି ବଡ଼ ରାଖି ସମେତ ମହାପ୍ରଭୁ ଶ୍ରୀଜଗନ୍ନାଥ ହଳଦିଆ ଓ ନାଲି ରଙ୍ଗର ଗୁଆମାଳ ଏବଂ ଶ୍ରୀବଳଭଦ୍ର ନେଳି ଓ ବାଇଗଣି ରଙ୍ଗର ଗୁଆମାଳ ପରିଧାନ କରିଥାଆନ୍ତି। ଏହାବ୍ୟତୀତ ସେଇ ବାସୁଙ୍ଗାପାଟରେ ୧୫ଟି ଛୋଟ ରାଖି ପ୍ରସ୍ତୁତ କରିଥାଆନ୍ତି। ପାର୍ଶ୍ବ ଦେବଦେବୀମାନେ ଏହି ରାଖି ପରିଧାନ କରିଥାନ୍ତି। ରାଖି ଓଲାଗି ହେବା ପରେ ଗୋଟିଏ […]

୨୫ରେ ଶଙ୍ଖ ଭବନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବ ବିଜେଡି

ବିଧାନସଭାରେ ନୂଆ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବୟକଟ କରିଛି ବିଜେଡି। କାହିଁକି ବୟକଟ କଲେ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।ବିଧାନସଭାର ବିଧି ଓ ବ୍ୟବସ୍ଥାକୁ ଭଙ୍ଗ କରୁଛି ଶାସକ ଦଳ। ଗୃହର ନିଜସ୍ୱ ନିୟକ ରହିଛି ଓ ଏହାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ। ଉଦଘାଟନ କିଏ କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ନେଇ ଆପତ୍ତି ଉଠାଇଥିଲା ବିଜେଡି। ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ କିମ୍ବା […]

କାର୍ଯ୍ୟଭାର ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି

ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। । ଶ୍ରୀମନ୍ଦିରର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ପୁରୀ ଏସ୍‌ପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସ୍ୱାଗତ ଜଣାଇଥିଲେ । ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଭକ୍ତଙ୍କ […]

ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର । ପୁଣି ରାସନକାର୍ଡରେ ଚାଉଳ ସହ ମିଳିବ ଗହମ ।

ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ପୁଣି ଥରେ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି […]

ଆତ୍ମହତ୍ୟା କରୁଥିଲେ ଯୁବତୀ, ଚୁଟିକୁ ଧରି ଜୀବନ ବଞ୍ଚାଇ ଦେଲେ ଟ୍ୟାକ୍ସି ଡ୍ରାଇଭର

ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର।କୁହାଯାଉଛି ଯେ ଶୁକ୍ରବାର ସା ୭ଟାରେ ଜଣେ ମହିଳା ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଥିବା ଅଟଳ ବ୍ରିଜରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ମହିଳା ଅଟଳ ବ୍ରିଜ ଉପରକୁ ଯାଇ ଫ୍ଲାଏଓଭରରୁ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ।ତେବେ ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ମହିଳାଙ୍କୁ ଧରିଥିଲେ। ଏହି ସମୟରେ ଅଟଳ ସେତୁରେ […]

ଚାଇନା ଗେମିଂ ଆପ୍‌ରେ ଭାରତରୁ ୪ଶହ କୋଟି ଟଙ୍କା ଠକେଇ । 

ଧରାପଡ଼ିଲା ବଡ଼ଧରଣର ଅନଲାଇନ୍ ବେଟିଂ ଓ ଜାଲିଆତି । ମାମଲାରେ ୪ଜଣଙ୍କୁ ଗିରଫ କରିଛି କୋଲକାତା ଇଡି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ଯଥା ଅରୁଣ ସାହୁ ଓ ଆଲୋକ ସାହୁଙ୍କୁ ଗିରଫ କରାଯାଇଛି। FIEWIN ଆପ୍ ଜରିଆରେ ଚୀନକୁ ଟଙ୍କା ଯାଇଥିବା ଜଣାପଡ଼ିଛି । ଠକେଇର ମାଷ୍ଟରମାଇଣ୍ଡ ଚୀନରୁ ନିୟନ୍ତ୍ରଣ କରୁଥିଲା ।ମନି ଲଣ୍ଡରିଂ ଆକ୍ଟରେ ଏମାନଙ୍କୁ ଗିରଫ କରିଛି ED । ଏହି ମାମଲାରେ ଗିରଫ ହୋଇଥିବା ଅରୁଣ ସାହୁ ଓ ଆଲୋକ ସାହୁ […]