କାଳବୈଶାଖୀର ତାଣ୍ଡବ ପରେ ରାଜ୍ୟରେ ବଦଳିବ ପାଗ । ଆସନ୍ତା ୩ ଦିନରେ ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିଯିବ ।ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପାମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା ।ସେହିଭଳି ରାତି […]
ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍ ମଙ୍ଗଳବାର ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋର ସ୍ଥିତ ବାସଭବନ, ଅଫିସ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ାଉ ଜାରି ରହିଛି।ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଫାଇଲ ପତ୍ର ଯାଞ୍ଚ କରୁଛି। ଅନ୍ୟପକ୍ଷେ ସୋର ତାଙ୍କର ୩ଟି ଘର ରହିଥିବା ଜଣାପଡିଛି। ଯାହାକୁ ସେ ଭଡ଼ା […]
କାର୍ଯ୍ୟରେ ସନ୍ଦେହ ଜନକ ରହୁଥିବା, ସଚ୍ଚୋଟତା ବା ସାଧୁତାର ଅଭାବ ଥିବା କିମ୍ବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ପ୍ରକୃତ ଅବସର ଗ୍ରହଣ ସମୟ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ଆଜି ସମସ୍ତ […]
ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ ଦେଇଥିଲେ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଯୋଗ୍ୟ, ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ ଲାଗି ଭିତରକାଠରେ ରକ୍ତ ଛିଟା ପଡ଼ିଥିଲା। ଫଳରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା।
ମେଷ : ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ : ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ […]
lରାୟଗଡ:-ତା.୨୪/୦୩/୨୦୨୫- ରାୟଗଡ଼ା ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ଵ ଜଳ ଦିବସ ଗତ ତା ୨୨/୦୩/୨୦୨୫ ରିଖରେ ପାଳନ କରାଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥଭାବେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼ା, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ,ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଜନ, ରାୟଗଡ଼ା ଶ୍ରୀ ଦୁସି ସୁଧାକର କୁମାର, ନିର୍ବାହୀ ଯନ୍ତ୍ରୀ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ସଫେଇ ବ୍ୟବସ୍ଥା, ଶ୍ରୀ ଗୋପାଳ ଚନ୍ଦ୍ର ନାୟକ, ନିର୍ବାହୀ ଯନ୍ତ୍ରୀ, ବିଦ୍ୟୁତ୍, ଶ୍ରୀ ସୁଶାନ୍ତ […]
ଏପ୍ରିଲରୁ ମହଙ୍ଗା ହେବାକୁ ଯାଉଛି ଗାଡ଼ି । ମାରୁତୁ ସୁଜୁକି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ ହ୍ୟୁଣ୍ଡାଇ ଭଳି କମ୍ପାନିଗୁଡ଼ିକ ଦର ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି । କଞ୍ଚାମାଲ ଏବଂ ପରିଚାଳନା ଖର୍ଚ୍ଚ ବୃଦ୍ଧିକୁ ନଜରରେ ରଖି କମ୍ପାନି ଗୁଡ଼ିକ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ମାରୁତି ସୁଜୁକି ଏହାର ସମ୍ପୂର୍ଣ୍ଣ ଲାଇନ-ଅପ୍ର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି । ମାରୁତି ସୁଜୁକି କାରର ମୂଲ୍ୟ କେତେ ବୃଦ୍ଧି ପାଇବ ସେ […]
କେନ୍ଦ୍ର ସରକାରଙ୍କ ଦ୍ୱାରା ଅଷ୍ଟମ ବେତନ କମିଶନ ଗଠନକୁ ଅନୁମୋଦନ ମିଳିବା ପରଠାରୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଆଶାବାଦୀ ଯେ, ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ, ସେମାନଙ୍କ ଦରମା ଯଥେଷ୍ଟ ବୃଦ୍ଧି ପାଇବ।ତଥାପି, କିଛି ବିଭାଗ ଅଛି ଯାହା ଅଷ୍ଟମ ବେତନ କମିଶନ ଅଧୀନରେ ଆସିବ ନାହିଁ । ଅର୍ଥାତ୍ ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ ମଧ୍ୟ ସେମାନଙ୍କର ଦରମା ବୃଦ୍ଧି […]
ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ୧୫ ବର୍ଷ ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ ବିଦେଶକୁ ପଠାଯାଇଥିଲା ।ଏହା ପୂର୍ବରୁ ଢେଙ୍କାନାଳ ଆମ୍ବ ଦୁବାଇ ପଠାଯାଇଥିଲା। ଦୁବାଇ ମାର୍କେଟରେ ଢେଙ୍କାନାଳ ଆମ୍ବର ଚାହିଦା ବଢ଼ିଛି। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ […]
ନିରଞ୍ଜନ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ । ଆଉ ନିର୍ବାଚନ ଲଢ଼ିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ ।ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ । ଯୁବପିଢ଼ିଙ୍କୁ ଆଗକୁ ରାସ୍ତା ଛାଡ଼ିବା ଦରକାର ବୋଲି ନିରଞ୍ଜନ କହିଛନ୍ତି ।ଭଣ୍ଡାରୀପୋଖରୀରୁ କିଏ ଲଢ଼ିବ ପ୍ରଶ୍ନରେ ରଖିଲେ ମତ। ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି ବୋଲି ସେ କହିଛନ୍ତି । ଗତକାଲି ଗୋଟିଏ ମଞ୍ଚରେ ବସିଥିଲେ ନିରଞ୍ଜନ ପଟ୍ଟନାୟକ ଏଵଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । […]
ବୃଦ୍ଧି ହେଲା ସାଂସଦମାନଙ୍କ ଦରମା । ଏବେ ସାଂସଦମାନେ ପ୍ରତି ମାସରେ ୧ ଲକ୍ଷ ୨୪ ହଜାର ଟଙ୍କା ଦରମା ପାଇବେ, ଯାହା ପୂର୍ବରୁ ୧ ଲକ୍ଷ ଟଙ୍କା ଥିଲା ଦରମା । ଏହା ବ୍ୟତୀତ ଦୈନିକ ଭତ୍ତା ମଧ୍ୟ ଦୁଇ ହଜାରରୁ ଅଢ଼େଇ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବତନ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି କରାଯାଇଛି, ଯାହା ଏବେ ମାସିକ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହେବ। […]
ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ସାଧରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ । ଡିଜିଟାଲ ପେମେଣ୍ଟରେ ୪ ପ୍ରତିଶତ ରିହାତି ମିଳିବ । ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି । ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରିଛି ନିଗମ । ଯେଉଁ […]
