author

ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ

ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ ନକଲି ଔଷଧ ମଧ୍ୟ ମିଳୁଥିବା ଜଣା ପଡିଛି।ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉତ୍ତର । ରାଜ୍ୟରେ ୩ ବର୍ଷରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ ହୋଇଛି । ମନ୍ତ୍ରୀଙ୍କ କହିବା ଅନୁସାରେ, ଗତ ୩ ବର୍ଷରେ ୧୩ ହଜାର ୫୨ଟି ନମୂନା ପରୀକ୍ଷଣ କରାଯାଇଥିଲା । ସେଥି ମଧ୍ୟରୁ ୮୪ଟି ମେଡିସନ୍ […]

କଣ୍ଟିଲୋରେ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ତାଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଜ୍ୟପାଳ ଡକ୍ଟର ହରିବାବୁ କାମ୍ଭମପତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟରରେ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ସିଧାସଳଖ ନୟାଗଡ଼ ଜିଲ୍ଲାର କାଣ୍ଟିଲୋ ଯାଇଛନ୍ତି। ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ। ସେଠାରେ ସେ ରାତ୍ରିଯାପନ କରିବେ।ମଙ୍ଗଳବାର ସକାଳ […]

ଚିଟଫଣ୍ଡ ଟଙ୍କା ଫେରସ୍ତ ନେଇ ନିର୍ଦେଶାବଳୀ ପ୍ରସ୍ତୁତ ଚାଲିଛି।

ଚିଟ୍‌ ଫଣ୍ଡ କ୍ଷତିଗ୍ରସ୍ତ ଫେରି ପାଇବେ ଟଙ୍କା ଏ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟା ସରଳୀକରଣ କରିବାକୁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ପର୍ଯ୍ୟନ୍ତ ୯୬ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫କୋଟି ୯୫ଲକ୍ଷ ଟଙ୍କା ଫେରସ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ […]

ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଲା ଅସଲି ପୋଲିସ ।

ନକଲି ପୋଲିସ ସବ୍‌-ଇନସ୍‌ପେକ୍ଟର ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା । ମାନସ ନକଲି ପୋଲିସ ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା ।ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଛି । ସହିଦନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ତାଙ୍କୁ ପୋଲିସ ଧରିଥିବା ଜଣାପଡିଛି । ତାଙ୍କ ନିକଟରୁ […]

ଜଗା ଦର୍ଶନ କଲେ ଅନୁଭବ-ଜାଗୃତି

ଜାଗୃତି ଶୁକ୍ଳାଙ୍କ ସହ ଜୀବନର ଦ୍ଵିତୀୟ ଇନିଂସ ଆରମ୍ଭ କରିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି।ଦ୍ଵିତୀୟ ବିବାହ ପରେ ଅନେକ ଭଲପାଇବା ସହ ଦର୍ଶକଙ୍କ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଅନୁଭବ। ଅନେକ ଏହି ବିବାହକୁ ଗ୍ରହଣ କରିଥିବା ବେଳେ ଅନେକ ବର୍ଷାଙ୍କ ସହ ବିବାହ ବିଚ୍ଛେଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ତେବେ ଏହା ମଧ୍ୟରେ ଜଗା ଦର୍ଶନ କଲେ ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗ୍ରତି। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ […]

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ଆହତ

ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିସ୍ଫୋରଣରେ ପିକଅପ୍ ଡ୍ରାଇଭର୍ ସମେତ ୨ ଯବାନ ଆହତ। କୁମ୍ବିଂ ଅପରେସନ୍ ସାରି ଫେରୁଥିବା ବେଳେ ବିସ୍ଫୋରଣ ।ନକ୍ସଲ ଅପରେସନରୁ ଫେରୁଥିବା ସମୟରେ, ଗୋର୍ଲା ନାଲା ନିକଟସ୍ଥ ମୁଖ୍ୟ ରାସ୍ତାରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣର ଶିକାର ହୋଇଥିଲା ଯବାନ ଭର୍ତ୍ତି ଏସଟିଏଫ ଗାଡି। ଏଏସ୍ପି ଚନ୍ଦ୍ରକାନ୍ତ ଗୋବର୍ଣ୍ଣ କହିଛନ୍ତି ଯେ ବିସ୍ଫୋରଣ ଯୋଗୁଁ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଯବାନ ସାମାନ୍ୟ ଆହତ ହୋଇଛନ୍ତି।

ବରଗଡରେ ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା ସନ୍ଦେହ

ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ବୁର୍ଲା ନିକଟ ହୀରାକୁଦ ଜଳଭଣ୍ଡାର ଫିସରି ପଏଣ୍ଟ ଜଙ୍ଗଲରୁ ଜଣେ ନାବାଳିକାଙ୍କ କ୍ଷତବିକ୍ଷତ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । । ନାବାଳିକା ଫେରାର ହୋଇଯିବା ନେଇ ଟାଉନ ଥାନାରେ ଗତ ୨୦ ତାରିଖରେ ପରିବାର ଲୋକେ ଅଭିଯୋଗ କରିଥିଲେ । ହେଲେ ଗତକାଲି ୨୩ ତାରିଖ ରବିବାର ଦିନ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ନାବାଳିକା ଜଣକୁ କଟୁରୀରେ ହାଣି ହତ୍ୟା କରାଯାଇଛି […]

୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ OERC ।

ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ OERC । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ OERC । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ ।ଗତ ମାର୍ଚ୍ଚ ୧ରେ ବସିଥିଲା ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ଏଥିରେ ଦର ବୃଦ୍ଧି ନେଇ କମ୍ପାନୀମାନେ ଦେଇଥିବା ପ୍ରସ୍ତାବ ଉପରେ […]

ପିଆଜ ରପ୍ତାନି ଶୁଳ୍କ ହଟାଗଲା ! ଜାଣନ୍ତୁ ସରକାରଙ୍କ କ’ଣ ରହିଛି ପ୍ଲାନ

ଆଗାମୀ ଗ୍ରୀଷ୍ମ ଋତୁରେ ମହଙ୍ଗା ହୋଇପାରେ ପିଆଜ! ଗ୍ରୀଷ୍ମ ଋତୁରେ ପିଆଜର ଚାହିଦା ବୃଦ୍ଧି ପାଏ, ତେଣୁ ଏହାର ଯୋଗାଣ ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଗୁରୁତ୍ୱପୂର୍ଣ୍ଣ। ପିଆଜ ଉପରେ ଥିବା ୨୦ ପ୍ରତିଶତ ରପ୍ତାନି ଶୁଳ୍କକୁ ଶନିବାର କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ଏହାଦ୍ବାରା ପିଆଜ ଚାଷୀ ଓ ରପ୍ତାନିକାରୀ ଆଶ୍ବସ୍ତି ପାଇବେ। କାରଣ ଦେଶରେ ପିଆଜ ମହଜୁଦ ପରିମାଣ ବଢ଼ିବା ଓ ଦର ହ୍ରାସ ପାଇଥିବାରୁ ରପ୍ତାନି ଶୁଳ୍କ ହଟାଇବା ପାଇଁ ଚାଷୀ ଓ […]

ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ବାର ଜେଲରେ ଜେରା କରିପାରେ କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟାକାଣ୍ଡ ମାମଲା। ଝାରସୁଗୁଡାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍। ୫ ଦିନର ମାରାଥନ୍ ଛାନଭିନ୍ ପରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ଝାରସୁଗୁଡା ଛାଡିଛି । ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ୧୪ରୁ ୧୫ ଜଣଙ୍କର ବୟାନ ରେକର୍ଡ କରିସାରିଛି। ଏ ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ। ପ୍ରଥମେ ନବ ଦାସଙ୍କ ଘରକୁ ଯାଇ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ବିମାନବନ୍ଦର କର୍ମଚାରୀ, […]

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ମାର୍ଚ୍ଚ ୨୬ରେ ଶପଥ ଗ୍ରହଣ କରିବେ।

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ମାର୍ଚ୍ଚ ୨୬ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଶପଥ ଗ୍ରହଣ କରିବେ। ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇବେ ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି।ସୂଚନାନୁଯାୟୀ, ଏହି ଶପଥ ଉତ୍ସବ ହାଇକୋର୍ଟ ପରିସରରେ ପୂର୍ବାହ୍ଣ ୧୦ଟାରେ ହେବ । ଏହି ସମାରୋହରେ ଉପସ୍ଥିତ ରହିବେ ହାଇକୋର୍ଟର ସମସ୍ତ ବିଚାରପତି ।ସୂଚନାମୁତାବକ ଜଷ୍ଟିସ୍‌ ହରୀଶ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି। ସେ […]

ଆଜି ନୟାଗଡ଼ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ପହଞ୍ଚିବେ । ଏଠାରୁ ହେଲିକପ୍ଟରରେ ନୟାଗଡ଼ ଅଭିମୁଖେ ଯିବେ । ସେଠାରେ କାଳିଆପଲ୍ଲୀରେ ବିଶ୍ଵାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗ ଦେବେ । ଏହାସହ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବେ । ସୋମବାର ସନ୍ଧ୍ୟା ୬ ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ ଓ […]