author

କଇଁଚଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ

ଋଷିକୁଲ୍ୟା ମୁହାଁଣରେ ଏକ ମାସ ପରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩୮ ହଜାର ୭୭୯ ଓ ଦ୍ୱିତୀୟ ଦିନରେ ୩୯ ହଜାର ୫୨୧ ମା’ କଇଁଚ ଅଣ୍ଡାଦାନ କରିଛନ୍ତି। ସମୁଦ୍ରକୂଳ ନିକଟରେ ଅନେକ କଇଁଛ ପହଁରୁଥିବାରୁ ଆଉ କିଛିଦିନ ଗଣ ଅଣ୍ଡାଦାନ ହେବାର ଆଶା କରାଯାଉଛି। ବନ ବିଭାଗ ପକ୍ଷରୁ କଇଁଛଙ୍କ ସୁରକ୍ଷାକୁ କଡାକଡ଼ି କରାଯାଇଛି। ବିଶେଷକରି ପୋଡ଼ମପେଟାଠାରୁ ସିଦ୍ଧାନ୍ତ ନଗର ଓ ସମୁଦ୍ର ମୁହାଁଣଠାରୁ ପୁରୁଣାବନ୍ଧ ମା’ […]

ଆସନ୍ତାକାଲିଠାରୁ ଉପରମୁହାଁ ହେବ ତାତି

ବଦଳିବ ପାଗ । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ବି ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍‌ସିଂହପୁରରେ ବର୍ଷା ହୋଇପାରେ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ୭୧.୨ ମିମି ବର୍ଷା ହୋଇଛି। ନୟାଗଡ଼ରେ ୨୮.୨, କଟକରେ ୨୮, ଭଦ୍ରକରେ ୨୩, ଗୋପାଳପୁରରେ ୧୬.୫, ଚାନ୍ଦବାଲିରେ ୧୬.୬, କେନ୍ଦ୍ରାପଡ଼ାରେ ୧୬.୪, ବୌଦ୍ଧରେ ୧୬, ଭୁବନେଶ୍ୱରରେ […]

ଆଜିର ରାଶିଫଳ(୨୪ ମାର୍ଚ୍ଚ, ୨୦୨୫)

ମେଷ: ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ। ବୃଷ: କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ। ମିଥୁନ: ରୋଜଗାର ବୃଦ୍ଧି ହୋଇପାରେ। […]

ସହିଦ୍ ଭଗତ ସିଂହ ଙ୍କ ବଳିଦାନ ଦିବସ ପାଳନ

ନୟାଗଡ଼,( ଓଡ଼ିଶା ଦର୍ପଣ ):ଭାରତର ଗଣତାନ୍ତ୍ରିକ ଯୁବ ଫେଡରେଶନ (DYFI) ପକ୍ଷରୁ ଦଶପଲ୍ଲା ବ୍ଲକ ଚଢ଼େୟା ପଲ୍ଲୀ ପଞ୍ଚାୟତ ଯୁରଗଣ୍ଡା ଗ୍ରାମ ଠାରେ ସହିଦ୍ ଭଗତ ସିଂହ ଙ୍କ ବଳିଦାନ ଦିବସ ତା.୨୩.୩.୨୫ ରିଖରେ ପାଳନ କରାଯାଇଅଛି।ପ୍ରଥମେ ସହିଦଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କଲାପରେ ଆଲୋଚନା ସଭା ଗୋପବନ୍ଧୁ ଜନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂଗଠନର ବ୍ଲକ କମିଟି ସଂପାଦକ ବିପିନ କୁମାର ବାଜୁ ସ୍ବାଗତ ଭାଷଣ ଦେଲାପରେ , ଆଦିବାସୀ ନେତା ଶ୍ରୀନିବାସ ଜାନି ସମ୍ମାନିତ […]

ଆଜିର ରାଶିଫଳ(୨୩ ମାର୍ଚ୍ଚ, ୨୦୨୫

ମେଷ- କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ- ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ […]

ପୁଣି ବାରବାଟୀରେ ଖେଳାଯାଇପାରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ।

କଟକରେ ଏବର୍ଷ ପୁଣି ଖେଳାଯାଇପାରେ ଅନ୍ତର୍ଜାତୀୟ ମ୍ୟାଚ। ଡିସେମ୍ବର ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଖେଳାଯାଇପାରେ। ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଟିମ୍ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ, ୩ଟି ଦିନିକିଆ ମ୍ୟାଚ ଓ ୫ଟି ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳିବ। ଆଜି କୋଲକାତାରେ ବସିଥିବା ବିସିସିଆଇର ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ନେଇ […]

IPL 2025 Best Moment: ଶାହାରୁଖଙ୍କ ସହ ଝୁମିଲେ ବିରାଟ

କୋଲକାତାର ଇଡେନ ଗାର୍ଡେନରେ IPL ୨୦୨୫ର ଉଦଘାଟନୀ ଉତ୍ସବ ଏକ ଚମତ୍କାର ଢଙ୍ଗରେ ଅନୁଷ୍ଠିତ ହୋଇଥିଲା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ଗାୟକ ଶ୍ରେୟା ଘୋଷାଲ ଏବଂ କରଣ ଔଜଲା ଏବଂ ବଲିଉଡ ଅଭିନେତ୍ରୀ ଦିଶା ପାଟନି କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ଗ୍ଲାମର ବୃଦ୍ଧି କରିଥିଲେ।ଶାହାରୁଖ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରିଙ୍କୁ ସିଂଙ୍କ ସହ ଡ୍ୟାନ୍ସ ମଧ୍ୟ କରିଥିଲେ । ଦିଶା ପାଟନୀ ଓ ପଞ୍ଜାବୀ ଗାୟମ କରଣ ଔଜଲ ମଧ୍ୟ […]

ହଷ୍ଟେଲରେ ବାହାରିଲା ନାଗ ସାପ, ଆଉ ତାପରେ..

ଓୟୁଏଟିରେ କୃଷି ମହାବିଦ୍ୟାଳୟର ହଷ୍ଟେଲ ନଂ ୨ ବା ଗୋଦାବରୀଶ ଛାତ୍ରାବାସରେ ବାହାରିଲା ନାଗ ସାପ। ସୂଚନା ଅନୁସାରେ ଜଣେ ଛାତ୍ର ପରିସ୍ରା କରିବା ପାଇଁ ଗାଧୁଆ ଘର ଭିତରେ ପଶିବା ବେଳକୁ ଏକ ନାଗ ସାପ ପାଣି ନଳା ପାଖରେ ଥିବା ଜାଲି ଭିତରେ ମୁଣ୍ଡ ଭର୍ତ୍ତି କରିଥିବା ଦେଖିବାକୁ ମିଳିଲା। ଏହା ଦେଖି ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ ଛାତ୍ରମାନେ।ଖବର ପାଇ […]

ବିନୋଦ ଶୁକ୍ଳାଙ୍କୁ ମିଳିବ ଜ୍ଞାନପୀଠ ପୁରସ୍କାର

ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ବିନୋଦ ଶୁକ୍ଳାଙ୍କୁ ମିଳିବ ସାହିତ୍ୟ ଜଗତ ତଥା ଦେଶର ସର୍ବୋଚ୍ଚ ସମାନ ଜ୍ଞାନପୀଠ ପୁରସ୍କାର । ଏନେଇ ବିନୋଦ ମନୋନୀତ ହୋଇଛନ୍ତି । ବିନୋଦଙ୍କୁ ୫୯ତମ ଜ୍ଞାନପୀଠ ପୁରସ୍କାର ମିଳିବ । ଯାହା ଛତିଶଗଡର ପ୍ରଥମ ଲେଖକ ଭାବରେ ସମ୍ମାନ ମିଳିବ। ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଅନ୍ତର୍ଭୁକ୍ତ ଏହି ପୁରସ୍କାର ହିନ୍ଦୀ ସାହିତ୍ୟ, ସୃଜନଶୀଳତା ଏବଂ ଭିନ୍ନ ଲେଖା ଲେଖା ଶୈଳୀରେ ସ୍ୱତନ୍ତ୍ରତା ରହିଛି । ତାଙ୍କର ଉଲ୍ଲେଖନୀୟ […]

ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆସନ୍ତା ୨୪ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ସୁରକ୍ଷା ଦୃଷ୍ଟିରୁ ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ । ୨୪ରେ ଅପରାହ୍ଣ ୫ଟା ୨୫ରୁ ସନ୍ଧ୍ୟା ୬ଟା ୫ ଯାଏ କଟକଣା । ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ରାଷ୍ଟ୍ରପତି ମାର୍ଚ୍ଚ ୨୪ ତାରିଖ ଅପରାହ୍ନ ସାଢେ ୧୨ରେ […]

ଆଜିର ଦିନରେ ଘରେ ଘରେ ଶୁଭିଥିଲା ତାଳି ଓ ଥାଳି

ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା, ତା’ପରେ ଦେଶରେ ୬୮ ଦିନର ଲକଡାଉନ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ୨୦୨୦, ୨୨ ମାର୍ଚ୍ଚର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା । କରୋନା ମହାମାରୀକୁ ମାତ୍ ଦେବା ପାଇଁ ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରୁ ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ । ଲକଡାଉନ ପରେ, ଏମିତି ଲାଗୁଥିଲା ଯେପରି ଜୀବନର ଗତି ହୋଇଯାଇଛି ଠପ୍ । […]

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର ।

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ […]