author

୨୦୨୬-୨୭ରୁ ନୂଆ ସିଲାବସ୍ ଲାଗୁ ହେବ

ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍‌ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍‌ । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ପାଠ୍ୟକ୍ରମ । ଶନିବାର ଏ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ପ୍ରଥମେ ଏନଇପି ଲାଗୁ ପରେ ସିଲାବସ୍‌ ପରିବର୍ତ୍ତନ ପାଇଁ କମିଟି ହୋଇଛି । ନୂଆ ସିଲାବସ୍ ପରିବର୍ତ୍ତନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ପାଠ୍ୟ ଖସଡା ବଦଳିବ । ଭାଷା, ସଂସ୍କୃତି, […]

୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ।

୨୦୨୫ ମାର୍ଚ୍ଚ ୨୨ ଶନିବାର ବିଶ୍ୱ ଆର୍ଥ ଆଓ୍ବାର ପାଳନ କରାଯିବ। ବିଶ୍ୱର ବିଭିନ୍ନ ଭାଗରେ ଜନସାଧାରଣ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରାତି ୮ଟା ୩୦ରୁ ୯ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ବିଦ୍ୟୁତ୍‌ ଲାଇଟ୍‌ଗୁଡ଼ିକୁ ବନ୍ଦ କରିବେ। ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ ଫଣ୍ଡ ଫର୍‌ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍‌ ରହିଛି “The Power of Nature”।ବର୍ତ୍ତମାନ ବିଶ୍ୱର ୧୯୦ରୁ […]

ଜାଣନ୍ତୁ ଆଜି କେଉଁ ସହରରେ କଣ ରହିଛି ସୁନା ଦର

ଗୋଲ୍ଡ କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି । ଆଜି ପୁଣି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ୧୦ ଗ୍ରାମ ପିଛା ୮୯ ହଜାର ୭୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୨ ହଜାର ୩୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୯ ହଜାର ୭୮୦ ଟଙ୍କା […]

ଯାଜପୁର ଜାରକା ଆର୍‌ଡି ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀଙ୍କ ଘରେ ମାରାଥନ୍‌ ରେଡ୍‌

ବ୍ୟବସାୟରେ ଲାଞ୍ଚ ଟଙ୍କା ଲଗାଉଥିଲେ ସରକାରୀ ବାବୁ । ଯାଜପୁର ଜାରକା ଆର୍‌ଡି ଡିଭିଜନର କନିଷ୍ଠ ଯନ୍ତ୍ରୀ ଭୀମସେନ ମହାରଣାଙ୍କ ଘରେ ଚଢ଼ାଉ ବେଳେ ଏସବୁ କାରନାମା ପଦାକୁ ଆସିଛି । ଭୁବନେଶ୍ୱର ସଦର ବାଲିଅନ୍ତା ଥାନା ବେଣ୍ଟପୁର ଗାଁରେ ଭୀମସେନଙ୍କ ଘର । ତାଙ୍କର ଆଲିସାନ ଘର ସାଙ୍ଗକୁ ସିଲିଂ ଦେଖି ଭିଜିଲାନ୍ସ ଟେରା ।ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ । ଜଣେ […]

IFS ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ସରକାର ଆଜି (୨୧ ମାର୍ଚ୍ଚ) ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କର ଏକ ବଡ଼ ଧରଣର ବଦଳି କରିଛନ୍ତି। ଏହି ସମ୍ପର୍କରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି।ବିଜ୍ଞପ୍ତି ଅନୁଯାୟୀ, ୧୯୯୩ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ଉମା ନନ୍ଦୁରୀଙ୍କୁ ପିସିସିଏଫ୍‌(କେଏଲ୍‌) ଭାବେ ନିଯୁକ୍ତ କରାଯାଇଥିବା ବେଳେ ଉକ୍ତ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଫିସର ପ୍ରେମକୁମାର ଝା’ଙ୍କୁ ପିସିସିଏଫ୍‌(ବନ୍ୟପ୍ରାଣୀ) ଏବଂ ସିଡବ୍ଲ୍ୟୁଏଲ୍‌ଡବ୍ଲ୍ୟୁ ସହିତ ଓଡ଼ିଶା ବନନିଗମ ପରିଚାଳନା ନିର୍ଦ୍ଦେଶକ, ଡ. କେ. ମୃଗସେନ୍‌ଙ୍କୁ ପିସିସିଏଫ୍‌-ହପ୍‌ର […]

୨ ଦିନ ବନ୍ଦ ରହିବ ଶିମିଳିପାଳ

ପ୍ରବଳ ବର୍ଷା ଓ କାଳ ବୈଶାଖୀର ଆଶଙ୍କା ଥିବାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ। ଆଜି ୨୨ ଓ ଆସନ୍ତାକାଲି ୨୩ ତାରିଖ ଶିମିଳିପାଳ ଜାତୀୟ ଉଦ୍ୟାନ ୨ ଦିନ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏହି ସୂଚନା ଦେଇଛନ୍ତି। ଏମିତିରେ ଦୁଇ ତିନି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। […]

ରାମ ନବମୀ ଏବଂ ଇଦ୍ ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତ

ଆଗକୁ ଆସୁଛି ଇଦ୍, ରାମ ନବମୀ, ହନୁମାନ ଜୟନ୍ତୀ। ତେଣୁ ଶାନ୍ତି ଶୃଙ୍ଖଳା ସହ ସବୁ ପର୍ବ ପାଳନ ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ। ଦାଗୀ କ୍ରିମିନାଲଙ୍କୁ ତଡ଼ିପାର କରାଯିବ। ଆସନ୍ତା ୩୧ ତାରିଖରେ ଇଦ-ଉଲ-ଫିତର, ଏପ୍ରିଲ ୬ରେ ଶ୍ରୀରାମ ନବମୀ, ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହା ବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି ।ଏହି ଅବସରରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ମୁଖ୍ୟ […]

ଏହିସବୁ ଜିଲାକୁ କାଳବୈଶାଖୀ ସତର୍କତା

ରାଜ୍ୟରେ ବେଶ୍‌ କିଛିଦିନ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବା ପରେ ଏବେ ପାଗ ବଦଳୁଛି। ରାଜ୍ୟରେ ତାପମାତ୍ରା ହ୍ରାସ ପାଉଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି।ଉତ୍ତର ପଶ୍ଚିମ ଓଡ଼ିଶାର ୯ ଜିଲାରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ।ଏଥିପାଇଁ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, […]

ଆଜିର ରାଶିଫଳ(୨୨ ମାର୍ଚ୍ଚ, ୨୦୨୫)

ମେଷ_ ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି ବୃଷ ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ […]

ଖୁବଶୀଘ୍ର ଓଡ଼ିଶା ଛାଡିବେ ଭି. କାର୍ତ୍ତିକ ପାଣ୍ଡିଆନ । କାରଣ ପାଣ୍ଡିଆନଙ୍କୁ ମିଳିଛି ବଡ଼ ଅଫର ।

ପୁଣି ଚର୍ଚ୍ଚାରେ ପାଣ୍ଡିଆନ । ହଁ, ଭିକେ ପାଣ୍ଡିଆନ । ପୂର୍ବତନ 5T ସଚିବ, ବିଜେଡିରେ ଏକଦା ଅଖଣ୍ଡ କ୍ଷମତାର ଅଧିକାରୀ ଥିବା ପାଣ୍ଡିଆନ ପୁଣି ଚର୍ଚ୍ଚାରେ । ଏଥର ଆଉ ଠିକଣା ନବୀନ ନିବାସ ନୁହେଁ ବରଂ ନୂଆ ଠିକଣା ।କୁହାଯାଉଛି ଯେ ପାଣ୍ଡିଆନଙ୍କୁ ଏକ ଅନ୍ତର୍ଜାତୀୟ ସଂସ୍ଥାରୁ ଅଫର୍‌ ମିଳିଛି। ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ପାଣ୍ଡିଆନ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ସିଏମଓରେ ଯୋଗ ଦେଇଥିଲେ। ୨୦୧୪ ଏବଂ […]

୨୬ ତମ ବିଶ୍ଵ କବିତା ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ୟୁନେସ୍କୋ ଦ୍ଵାରା ୧୯୯୯ ମସିହାରେ ମାର୍ଚ୍ଚ ୨୧ ତାରିଖକୁ ବିଶ୍ଵ କବିତା ଦିବସ ଭାବରେ ଘୋଷଣା କରାଯିବା ପରେ ବିଶ୍ଵ ତମାମ ଏହି ଦିବସଟିକୁ ବିଶ୍ଵ କବିତା ଦିବସ ଭାବରେ ପାଳିତ ହୋଇଆସୁଛି l ନୟାଗଡ଼ର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସମୂହ ଏହି ଦିବସଟିକୁ ନୟାଗଡ଼ର ଖେଳପଡିଆ ମୁକ୍ତାକାଶ ତଳେ ପାଳନ କରୁଥିଲେ l ଦୁଇ ହଜାର ବାଇଶି ମସିହାରେ ଅସୁସ୍ଥ ଥିବା ବିଶିଷ୍ଟ ସାହିତ୍ୟିକ ତଥା ପ୍ରବଚକ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ […]

ସ୍ଥଗିତ ରହିଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ

ବନ୍ଦ ହେବ ନାହିଁ ବ୍ୟାଙ୍କ । ସ୍ଥଗିତ ରହିଲା ୨ ଦିନିଆ ବ୍ୟାଙ୍କ ଧର୍ମଘଟ । ୨୪ ଓ ୨୫ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ ରହିଲା । ଆସନ୍ତା ୨୩ ତାରିଖ ମଧ୍ୟରାତ୍ରରୁ ୨୫ ମଧ୍ୟରାତ୍ରି ପର୍ଯ୍ୟନ୍ତ ୪୮ ଘଣ୍ଟା ପାଇଁ ଏହି ଧର୍ମଘଟ ଡାକରା ଦିଆଯାଇଥିଲା। CLC ସହ ଆଲୋଚନା ପରେ ଧର୍ମଘଟକୁ ସ୍ଥଗିତ ରଖାଯାଇଥିବା ୟୁଏଫ୍‌ୟୁବ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ବ୍ୟାଙ୍କ ସଙ୍ଘର ଦାବିକୁ ଶୁଣିବାକୁ ସରକାର ରାଜି ହୋଇଛନ୍ତି ବୋଲି […]