author

ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି।

ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେଇଥିଲେ ଏବଂ ବର୍ତ୍ତମାନ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି। […]

ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷର କଟା ଆଙ୍ଗୁଳି

ଖରାଦିନେ ଆଇସକ୍ରିମ ସଭିଁଙ୍କୁ ପସନ୍ଦ। ତେବେ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କହିଛନ୍ତି, ସେ ଏକ ଆଇସ୍‌କ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ପାଇଛନ୍ତି। ମହିଳା ଜଣକ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ […]

ଏଥର ୨ ଦିନ ହୋଇପାରେ ଶ୍ରୀଗୁଣ୍ଡିଚା ଯାତ୍ରା

୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଚଳିତ ବର୍ଷ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ୧୯୭୧ ମସିହାରେ […]

ଆଜିର ରାଶିଫଳ(୧୩ ଜୁନ,୨୦୨୪)

*🌹ମେଷ🌹👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ  ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ । ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ମିଳିବ।* *🌹ବୃଷ🌹👉ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‌ ବୁଝାମଣା ବଶତଃ କ୍ଷୁବ୍ଧ ହୋଇ ସ୍ତ୍ରୀ ମୁହଁ […]

ଦେବସ୍ନାନ ପୂର୍ଣ୍ଣିମାରେ ଭଜନ ସମାରୋହ

ନୟାଗଡ଼,(ଓଡ଼ିଶା ଦର୍ପଣ): ନବକଳେବର ରଥ ଚକ ସ୍ଥାପନ କମିଟି,ସଙ୍ଗୀତଧାରା ଏବଂ ଶ୍ରୀସୃଜନର ମିଳିତ ଆନୁକୂଲ୍ୟରେ ଚଳିତ ଜୁନ ୨୨ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।  ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳ ପଡ଼ିଆ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ […]

୧୯୯୯ ପରେ ପୁଣି ଫେରିଲା ଉପମୁଖ୍ୟମନ୍ତ୍ରୀ ପଦବୀ

ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ମଙ୍ଗଳବାର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଛି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ବୁଧବାର ଶପଥ ଗ୍ରହଣ କରିବେ।ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ଶ୍ରୀ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା […]

ଆଜିର ରାଶିଫଳ(୧୧ଜୁନ,୨୦୨୪)

ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ।  ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।*  ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର […]

ଘରୁ ଉଦ୍ଧାର ହେଲା ଅଭିନେତ୍ରୀଙ୍କ ପଚାଶଢ଼ା ମୃତଦେହ

ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ କାଜୋଲଙ୍କ ସହିତ ୱେବସିରିଜ‌ ‘ଦ ଟ୍ରାଏଲ’ରେ କାମ କରି ସାରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବତନ ଏୟାର ହଷ୍ଟେସ ନୁର ମାଲାବିକା ଦାସଙ୍କର ମୃତଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଛି।କୁହାଯାଉଛି କି, ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।ସୂଚନାମୁତାବକ, ପଡ଼ିଶାଲୋକ ଅଭିନେତ୍ରୀ ନୁରୁଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ନିକଟରେ ଖବର ଦେଇଥିଲେ। ଏହାପରେ ପୁଲିସ ଜୁନ ୬ ତାରିଖରେ ନୁର […]

ଶ୍ରୀ ସୃଜନ ପକ୍ଷରୁ ଭଜନ ‘ରଜ ପାନ ଭାଙ୍ଗିଲି’ ଲୋକାର୍ପିତ

ନୟାଗଡ଼,(ଓଡ଼ିଶା ଦର୍ପଣ):’ଶ୍ରୀସୃଜନ’,ନୟାଗଡ଼ ଦ୍ବାରା ପ୍ରସ୍ତୁତ ଏକ ଭଜନ,”ରଜ ପାନଭାଙ୍ଗିଲି” ,ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ,ନୟାଗଡ଼ ପୁରୁଣା ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଲୋକାର୍ପିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଡ. ବିଜୟ କୁମାର  ଚୌଧୁରୀ,ସୁରଗନ୍ଧର୍ବ ନବକିଶୋର ମିଶ୍ର,  ସମାଜସେବୀ ପ୍ରମୋଦ ପଟ୍ଟନାୟକ,  ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, କଣ୍ଠ ଶିଳ୍ପୀ ପ୍ରଶାନ୍ତ ଦାସ, କାଦମ୍ବିନୀ ମହାପାତ୍ର, ମଧୁସ୍ମିତା ବେହେରା, ଅନନ୍ୟା, ବିଜୟାନନ୍ଦ ମହାପାତ୍ର, ଦିଲ୍ଲୀପ ସାହୁ, ଆନନ୍ଦ ଦାସ, ପ୍ରଦୀପ୍ତ ଡାକୁଆ, ଲକ୍ଷ୍ମୀଧର […]

ଆଜିର ରାଶିଫଳ(୧୦ ଜୁନ,୨୦୨୪)

ମେଷ*ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।* ବୃଷ**ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।*  *ମିଥୁନ**ଆଜି […]

ଆଜିର ରାଶିଫଳ(୯ ଜୁନ,୨୦୨୪)

ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇଥିବା ଦ୍ରବ୍ୟ ଫେରି ପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।* ବୃଷ- ହସଖୁସିରେ ସମୟ ବିତାଇବେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ।*  […]

ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକ

ରାମୋଜୀ ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ୩ଟା ୪୫ ସମୟରେ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ।ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ […]