ବକେୟା ଦରମା ପ୍ରସଙ୍ଗ ନେଇ ମିଶନ ଶକ୍ତି ମହିଳାଙ୍କ ଧାରଣାରେ ବିଜେଡି ନେତାଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ । ଗତକାଲି ଏହି ପ୍ରସଙ୍ଗରେ ବିଧାନସଭା ଗୃହରେ ଚର୍ଚ୍ଚା ହୋଇଛି । ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ମହିଳାଙ୍କ ସ୍ବାର୍ଥ ରକ୍ଷା […]
ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।ଆରବିଆଇରେ ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ବି ବିବାଦରୁ ଅଛୁଆଁ ନଥିଲା । ତାଙ୍କ ପୂର୍ବରୁ ଉର୍ଜିତ୍ ପଟେଲ, ଆରବିଆଇ ଏବଂ ସରକାରଙ୍କ ମଧ୍ୟରେ ବଢୁଥିବା ବ୍ୟକ୍ତିଗତ କାରଣକୁ ଦର୍ଶାଇ ଇସ୍ତଫା ଦେଇଥିଲେ । ଦାସଙ୍କ […]
ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଆଜି ଅନୁଷ୍ଠିତ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅନ୍ୟପଟେ ରତ୍ନଭଣ୍ଡାର ମରାମତି ପାଇଁ ପ୍ରତିଦିନ ୫ରୁ ୬ ଘଣ୍ଟା ଆବଶ୍ୟକ ଥିବା ବେଳେ କେଉଁ ସମୟରେ ଓ କେଉଁ ନୀତି ପରେ ମରାମତି କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ଜୁଲାଇ […]
ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି । ଏଥିପାଇଁ ଉତ୍ସବ ଆୟୋଜନ ସ୍ଥଳ ଜନତା ମଇଦାନରେ ଭୂମିପୂଜନ କରାଯାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୩ରୁ ଆରମ୍ଭ ହୋଇଥିବା ଏହି ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର […]
ମଙ୍ଗଳବାର ସକାଳେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା। ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ ବୋଲି ପୂର୍ବାନୁମାନ ରହିଛି । ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ଜଣାପଡିଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଏବଂ ଭଦ୍ରକ ରେ କୋହଲା ପାଗ ।୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ […]
ରାଜ୍ୟରେ ରେଳ ଭିତ୍ତିଭୂମି ସୁଦୃଢ କରିବାକୁ ୫୦୯ କୋଟି ମଞ୍ଜୁରୀ କରିଛି ମନ୍ତ୍ରଣାଳୟ। କଟକ ଓ ରାୟଗଡ଼ାରେ ଫ୍ଲାଏଓଭର ପାଇଁ ମନ୍ତ୍ରାଳୟ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ ହେବ । କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ହେବ । ଏହି ଭିତ୍ତିଭୂମି କ୍ରସ୍ ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂରକାରୀ ଏକକାଳୀନ ଟ୍ରେନ୍ […]
ମେଷ : ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ। ବୃଷ : ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ଯ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ଯ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ […]
ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ ଭାବରେ ପରିଚାଳନା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁସାରେ, ଆୟୋଜିତ ହେବାକୁ ଥିବା ଏହି ଚାମ୍ପିୟନସିପରେ […]
କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି। ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଦସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ […]
କଟକ ଜିଲ୍ଲା ବାଙ୍କୀଗଡ଼ ନିକଟସ୍ଥ ସୁନଦେଇ ପାହାଡ ବାଲିଘାଟ ବୁଦା ନିକଟରେ କୁଁଆ କୁଁଆ ଡାକ ଶୁଣି ଥିଲେ ହରିରାଜ୍ ପୁର ଗ୍ରାମର ସ୍ଵାମୀ ପରିତ୍ୟକ୍ତା ଜଣେ ମହିଳା। ତାଙ୍କ ନାଁ ହେଉଛି ବର୍ଷା ଭୋଇ। ବ୍ରହ୍ମପୁରା ଗ୍ରାମର ନିଜର ସମ୍ପର୍କୀୟଙ୍କ ଘରୁ ସେହି ବାଟେ ବାଙ୍କୀ ଆସୁଥିବା ବେଳେ କୁଆଁ କୁଆଁ ଡାକ ତାକୁ ଅଟକାଇ ଦେଇଥିଲା। ସଙ୍ଗେ ସଙ୍ଗେ ଯାଇ ଶିଶୁ ପୁତ୍ର ଟିକୁ ଦେଖିବା ବେଳକୁ ଶୀତରେ ଥୁରୁ ଥୂରୁ ହୋଇ କାନ୍ଦୁଥିବାର […]
ପାଟଣାଗଡ( ଜଗଦିଶ ଭୋଇ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଉଡାର ଠାରେ ବିଶ୍ଵ କୃଷି ବନୀକରଣ ଦ୍ଵାରା ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବେଲପଡ଼ା ବ୍ଲକ ର ବାଗଉଡ଼ାର ,ଯୁବା, ପଣ୍ଡାରିଜୋର୍ , ବିଲେଇମରା, ସେମେଲପାଳି ର ସତାଧିକା ଚାଷୀ ଯୋଗ ଦେଇଥିଲେ l ଏହି ତାଲିମ୍ ଶିବିରକୁ ଡ ଶିବ କୁମାର ଧାନି ଏବଂ ଡ଼ ଅନିଲ ହସନ୍ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ […]
ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍ଷ୍ଟେବଲ ସ୍ତ୍ରୀଙ୍କୁ କନ୍ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସମରା ଗାଁର ଜ୍ୟୋତି ପଧାନ ଓ ତାଙ୍କ ପତ୍ନୀ ନୁପୁର ବିଶ୍ୱାଳ ବଲାଙ୍ଗିର ରିଜର୍ଭରେ ପୁଲିସ୍ରେ କନ୍ଷ୍ଟେବଳ ଭାବେ କାମ କରନ୍ତି। ପ୍ରତିଦିନ ପରି ରବିବାର ଅପରାହ୍ନ ପ୍ରାୟ ୪ରୁ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ଉଭୟ ବାଇକ୍ରେ ଗାଁକୁ ଫେରୁଥିଲେ। […]
