ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୪ ମହଲା କୋଠା, ଅନେକ ଫସିଥିବା ଆଶଙ୍କା

ପୁଣି ଦିଲ୍ଲୀରେ ଭୁଶୁଡିଲା କୋଠା । ନ୍ୟୁ ସୀମାପୁରୀ ଇଲାକାରେ ଥିବା ଇଦଗାହ ମାଛ ମାର୍କେଟ ନିକଟ ଏକ 5 ମହଲା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ଏହି ଖବର ପ୍ରଚାର ହେବା ପରେ ପରେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି । ଅଗ୍ନିଶମ ବିଭାଗକୁ ଅପରାହ୍ନ 3.15ରେ କୋଠା ଭୁଶୁଡି ଯିବା ନେଇ ଖବର ମିଳିଥିଲା । ଫୋନ ପାଇବା ପରେ ଦିଲ୍ଲା ଅଗ୍ନିଶମ ସେବାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାସ୍ଥଳରେ ଜୋରଦାର ଉଦ୍ଧାର ଅଭିଯାନ ଚାଲିଛି ।ଭଗ୍ନାବଶେଷ ତଳେ କେହି ଫସି ରହିଛନ୍ତି କି ନାହିଁ, ସେନେଇ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଏପର୍ଯ୍ୟନ୍ତ କେତେ ଲୋକ ଆହତ ହୋଇଛନ୍ତି କିମ୍ବା ଫସିଛନ୍ତି, ତାହାର ସ୍ପଷ୍ଟ ସୂଚନା ମିଳିନାହିଁ । କୋଠାଟି କେଉଁ କାରଣରୁ ଭୁଶୁଡ଼ିଲା, ତାହା ମଧ୍ୟ ତୁରନ୍ତ ସ୍ପଷ୍ଟ ହୋଇନାହିଁ ।

ଅଧିକ ପଢନ୍ତୁ