ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ରଣପୁର ବ୍ଲକ ଅଡିସନ କଳିଙ୍ଗ ଲୋଟସ ସେଣ୍ଟ୍ରାଲ ଏକାଡେମୀ,ରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାକୁ ରଣପୁର ବ୍ଲକ ଶିକ୍ଷାଧିକାରିଣୀ ବନଲତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଏକାଡେମୀ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ଗଦାଧର ବେଉରା, ଅଧ୍ୟକ୍ଷ ପ୍ରାଣନାଥ […]
ମେଷ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍ ଖୋଜ ଖବର ପାଇପାରନ୍ତି। ବୃଷ ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଛି। ଶନିବାର ହ୍ବାଟସ ଆପରେ ମୁମ୍ବାଇ ପୋଲିସ ଏହି ବାର୍ତ୍ତା ଗ୍ରହଣ କରିଛି। ଏହି ବାର୍ତ୍ତା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଯାଞ୍ଚରୁ ଏଭଳି ମ୍ୟାସେଜ୍ ରାଜସ୍ଥାନର ଅଜମେରରୁ ପଠାଯାଇଛି। ପୋଲିସ ସୂଚନା ଅନୁସାରେ ମୁମ୍ବାଇ ଟ୍ରାଫିକ ପୋଲିସ ହେଲପ୍ ଲାଇନ ହ୍ୱାଟସଆପ ନମ୍ବରରେ କିଛି ଘଣ୍ଟା ତଳେ ଏହି ମ୍ୟାସେଜ ଆସିଥିଲା। ଏପରି ମ୍ୟାସେଜ କରିଥିବା ସନ୍ଦିଗ୍ଧର ସନ୍ଧାନ ନିମନ୍ତେ ଏକ ପୋଲିସ ଟିମକୁ […]
ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ। ରବିବାର ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ। ସୂଚନାମୁତାବକ ୨୦୨୪ ସାଧାରଣ ନିର୍ବାଚନରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା […]
ଗତ ୩ ମାସ ମଧ୍ୟରେ ଭୁବନେଶ୍ୱର AIIMSର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍ଆଇଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୩୧ ଜଣ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମିଛ ଅଭିଯୋଗରେ ୫ ଆଦିବାସୀ ଗିରଫ। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି।ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ […]
ଯବାନଙ୍କୁ ମିଳିଲା ବଡ଼ ସଫଳତା। ସର୍ଚ୍ଚ ଅପରେସନ୍ ବେଳେ ଘଞ୍ଚ ଜଙ୍ଗଲରେ ଠାବ ହେଲା ବନ୍ଧୁକ କାରଖାନା। ଛତିଶଗଡ଼ର ନାରାୟଣପୁର ଜିଲ୍ଲା କୋହକମେଟା ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ କରିଛି ବିଏସଏଫ। ଘଞ୍ଚ ଜଙ୍ଗଲ ଭିତରେ ବିଭିନ୍ନ ସରଞ୍ଜାମ ଯୋଗାଡ଼ କରି ଅସ୍ତ୍ରଶସ୍ତ୍ର ତିଆରି କରୁଥିଲେ ମାଓବାଦୀ ।ଯବାନମାନେ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ, ସୋଲାର ପ୍ୟାନେଲ ଭଳି ଅନେକ ସାମଗ୍ରୀ ଜବତ କରିଥିଲେ। […]
ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ ବାଲି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍ଆଇ କୋର କମିଟି। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଭୂମିପୂଜା ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍ଫର୍ମ, ଆଇରନ୍ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ […]
ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି । ବିଧି ଅନୁସାରେ ଗତକାଲି ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ ।କିନ୍ତୁ ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ହୋଇନାହିଁ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୂଜାପଣ୍ଡା। ଅଧିବାସ ପୂଜା ନୀତି କରାଇନଦେବାରୁ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବା ଦିନରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏଭଳି […]
ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହୋଇଛି ସେ ନେଇ ବିଧାନସଭାରେ ଆସିଲା ବିସ୍ତୁତ ତଥ୍ୟ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି । ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ […]
ଖୁବଶୀଘ୍ର ଦୂରଦର୍ଶନରେ ପ୍ରସାରିତ ହେବ ସାନ୍ତାଳି ଖବର । ଆସନ୍ତା ସପ୍ତାହ ସୁଦ୍ଧା ସାନ୍ତାଳୀ ନ୍ୟୁଜ ପଢା ଆରମ୍ଭ ହେବ । ବାଙ୍ଗିରିପୋଷିରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳୀ ଭାଷାରେ ନ୍ୟୁଜ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା। କଳିଙ୍ଗ ଟିଭି ଓଡ଼ିଶାର ପ୍ରଥମ ଏକମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଯେଉଁ ଥିରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଆସୁଅଛି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ୍ […]
ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ ଯୋଗାଣ କରୁଛନ୍ତି।୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି ।ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ […]
ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍ ମ୍ୟାପ୍ ଉପରେ ନିର୍ଭର କରି ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବା ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ, ବିହାରର ଏକ ପରିବାର ବିହାରରୁ ଗୋଆ ଯାଉଥିଲେ । ହେଲେ ଗୁଗଲ ମ୍ୟାପର ଭୁଲ୍ ନେଭିଗେସନ୍ ହେତୁ କର୍ଣ୍ଣାଟକ ର ବେଲାଗାଭି ଜିଲ୍ଲାର ଖାନପୁର ଅଞ୍ଚଳର ଜଙ୍ଗଲରେ ସେମାନଙ୍କୁ ରାତି କଟାଇବାକୁ ପଡ଼ିଥିଲା ।ଯେତେବେଳେ ସେମାନେ ମ୍ୟାପର ବ୍ୟବହାର କରିଥିଲେ ସେମାନଙ୍କୁ ଶିରୋଲି […]
