ପୁରୀରେ ହତ୍ୟାକାଣ୍ଡ । ପଥର ଛେଚି, ଛେଚି ନିର୍ମମ ଭାବେ ହତ୍ୟା । ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ବନ୍ଧୁଙ୍କ ସହ ଦୋକାନରୁ ଫେରୁଥିଲେ ସୁଦର୍ଶନ । ଏହି ସମୟରେ ଖଣ୍ଡିଆ ବନ୍ଧ ଗାଁର ସୁଦର୍ଶନ ସାହୁଙ୍କ କେହି ହତ୍ୟା କରିଛି । କିଏ ହତ୍ୟା କରିଛି, ଏନେଇ ଅସ୍ପଷ୍ଟ ରହିଛି । ହେଲେ ସୁଦର୍ଶନଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସୂଚନା […]
ଶ୍ରୀମନ୍ଦିରରେ ଆଜି ସର୍ବସାଧାରଣ ଦର୍ଶନ ବନ୍ଦ । ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଛି । ପୁରୀରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । କଡା ସୁରକ୍ଷା ମଧ୍ୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ । ପ୍ରଥମେ ଜଗନ୍ନାଥଙ୍କ ଦର୍ଶନ କରିବେ । ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ଏହା ସହିତ ପୁରୀ ପୌରପାଳିକାର ସମସ୍ତ ସରକାରୀ, ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି […]
ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଉପଦେଷ୍ଟା କମିଟି ଗଠନ କରାଯାଇଥିବା ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା କମିଟି ଗଠନ ହୋଇଛି। ଏହି କମିଟି ଦରମା ଓ ପେନସନ ବୃଦ୍ଧି ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଧାନସଭା ଶୂନ୍ୟକାଳରେ ଉଠିଥିଲା ବିଧାୟକ ମାନଙ୍କର ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ପ୍ରସଙ୍ଗ […]
ଆଜି ନୌସେନା ଦିବସ। ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସ ଅବସରରେ ଯବାନମାନେ ଜଳ, ସ୍ଥଳ ଓ ଆକାଶ ପଥରେ ବିଭିନ୍ନ ଦୁଃସାହସିକ ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ । କରାଚି ଉପରେ ଆକ୍ରମଣ ସ୍ମୃତିରେ ଆଜିର ଦିବସକୁ ପାଳନ କରୁଛି ନୌସେନା । ତେବେ ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗରେ ଯୁଦ୍ଧକୌଶଳ ଦେଖାଇବେ ନୌସେନାର ୧୫ଟି ଯୁଦ୍ଧ ଜାହାଜ ଓ ୪୦ଟି ଏୟାରକ୍ରାଫ୍ଟ। ଓଡ଼ିଶାରେ ପ୍ରଥମଥର ଅନୁଷ୍ଠିତ ହେବାକୁ ଯାଉଥିବା […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟର ଆଳୁର ଅଭାବ ଓ ବଜାର ଦର ନିୟନ୍ତ୍ରଣ ଲାଗି ଓଡ଼ିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ବନ୍ଦ ଲାଗି ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାପରେ ୬ ଦିନ ଧରି ଓଡ଼ିଶାରେ ଆଳୁର ଅଭାବ ଓ ବଜାର ଦର ପ୍ରଭାବିତ ହୋଇଛି । ତେବେ ଗତକାଲି ଆନ୍ଦୋଳନରୁ ଓହରିଲେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ। କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଲେ। ଶୀତଳଭଣ୍ଡାର କର୍ମଚାରୀ ମଧ୍ୟ ଆନ୍ଦୋଳନରୁ […]
ମେଷ : ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ହାତକୁ ନେଇଥିବା ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ସୁଭଫଳ ମିଳିବ ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ ଶତ୍ରୁତା କରିଥିବା ଲୋକ ଠାରୁ ଦୂରେଇ ରୁହନ୍ତୁ ବୃଷ : ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ […]
ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ରଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସୋଶାଲ ମିଡ଼ିଆ ଏକ୍ସରେ କୃତଜ୍ଞତା ଜଣାଇବା ସହ ବିସ୍ତୃତ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ।ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ‘ଏକ୍ସ’ରେ ଲେଖିଛନ୍ତି ଯେ, ‘ଓଡ଼ିଶାରେ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର ମିଳିଛି । ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । […]
ଆତଙ୍କ ସୃଷ୍ଟି କରିଛନ୍ତି ସାଇବର ଲୁଟେରା। ଆଖି ପିଛୁଳାକେ ଖାଲି କରିଦେଉଛନ୍ତି ବ୍ଯାଙ୍କ ଆକାଉଣ୍ଟ। ସେହିପରି ସାଂଘାତିକ ହେଲାଣି ଡିଜିଟାଲ ଆରେଷ୍ଟ। ପୋଲିସ, ଇଡି, ସିବିଆଇ ଅଧିକାରୀ କହି ଲୁଟ କରୁଛନ୍ତି ସାଇବର ଅପରାଧୀ । କଟକ ଶ୍ରୀ ବିହାର କଲୋନୀ ଅଞ୍ଚଳର ବିଶ୍ଵଦୀପ୍ ଚାକିରୀ ଆଶାରେ ଟାଇମ୍ସ ଜବ୍ ରେ ପ୍ରଥମେ ଚାକିରୀ ଆବେଦନ କରିଥିଲେ । ଦୁଇଟି ସୋପାନ ଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ଏହାପରେ ଉକ୍ତ କଂପନୀର ଅଧିକାରୀ ମାନେ […]
ଓଡ଼ିଶାରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଜୀବନ ହରାଇଛନ୍ତି ୩୪ କଲରାପତରିଆ ଏବଂ ତିନି ମହାବଳ ବାଘ। ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ | ତେବେ ତଥ୍ୟାନୁସାରେ, ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୪ କଲରାପତରିଆ ବାଘଙ୍କ ଜୀବନ ଯାଇଛି । ଏହାମଧ୍ୟରୁ ୧୭ଟି ବାଘଙ୍କର ଶିକାରରେ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୩ଟି ଆଉ […]
ପାଇପ୍ ଭିତରେ କଟୁଥିଲା ଜୀବନ। ଉପରେ କଲର୍ଭଟ୍ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ସୁନ୍ଦରଗଡ଼ ଲହୁଣିପଡ଼ା ଥାନା ରେଙ୍ଗାଲବେଢା ଗାଁରେ ଏହି ଅଭାବନୀୟ ଖବର ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ରେଙ୍ଗାଲବେଢା ଗାଁର ଯୋହନ କାଣ୍ଡୁଲାନା ଏମିତି ଗତ ୨ ମାସ ହେଲା କଲଭର୍ଟରେ ରହୁଥିଲେ। ଟେନସା – ବାରସୁଆଁ ରାସ୍ତାର କଲଭର୍ଟ ତଳେ […]
ଗତ ୩ ବର୍ଷରେ ଯାଇଛି ୨୩୩ ଦାଦନଙ୍କ ଜୀବନ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି, ବିଗତ ଦିନରେ ବଢିଛି ଦାଦନ ସମସ୍ୟା।ସର୍ବଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହରାଇଛନ୍ତି । ଓଡିଶାରେ ଲାଗି ରହିଥିବା ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ମାସରେ ବିଧାନସଭାରେ ଯେଉଁ କମ୍ପାନୀକୁ କଳା ତାଲିକା ଭୁକ୍ତ ହୋଇଥିବା ସୂଚନା ଦେଇଥିଲେ, ସେହି କମ୍ପାନୀକୁ ରାଜ୍ୟ ସରକାର ଅକ୍ଟୋବର ମାସରେ ୩୦୦ କୋଟି ଟଙ୍କାର କାମ ଦେଇଛନ୍ତି, ଯାହା ବିଜେପି ସରକାରଙ୍କ ଦୁର୍ନୀତିକୁ ପଦାକୁ ଆଣୁଛି ବୋଲି ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି କହିଛନ୍ତି । ଦୁଃଖ ଓ ପରିତାପର ବିଷୟ ଯେ, […]
