କୋରାପୁଟ, ଜୟପୁର, ନନ୍ଦପୁର ଅଞ୍ଚଳରେ ଗୁଜରାଟ କମ୍ପାନୀ କାମ ନେଇଛି । ସେ କମ୍ପାନୀ କାହା କଥା ମାନୁନାହିଁ , ୩ ବର୍ଷ ହେଲାଣି କାମରେ କୌଣସି ଅଗ୍ରଗତି ହେଉନାହିଁ । ଯେଉଁଥିପାଇଁ ଲୋକମାନେ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି । ଏହାବାଦ୍ ୧୬ଟି ନିର୍ମାଣ କାମ ପୁରା ହୋଇଛି । ଏହାପରେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ଟି କାମ ସଂପୂର୍ଣ୍ଣ ହେବ । ବାକି ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ଟି […]
ବାଙ୍କୀ- ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥରରେ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ବେଶରେ ଯାଇ ଧରିଲେ ବୈଦେଶ୍ବର ଥାନା ଅଧିକାରୀ । ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ପୂର୍ବରୁ ନଭେମ୍ବର ୨୮ରେ ମଧ୍ଯ ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଥିଲା । ଏହି ଘଟଣାରେ ୪ ଯୁବତୀଙ୍କୁ ଉଠାଇ ନେଇଥିଲା […]
ଗୁଜରାଟର ସୁରଟରେ ଜଣେ ବିଜେପି ନେତ୍ରୀ ଆତ୍ମହତ୍ୟା କରିଛନ୍ତି। ଦୀପିକା ପଟେଲ ସୁରଟର ୱାର୍ଡର ନମ୍ବର ୩୦ରେ ବିଜେପି ମହିଳା ମୋର୍ଚ୍ଚା ପାଇଁ କାମ କରୁଥିଲେ। ଦୀପିକାଙ୍କ ସ୍ୱାମୀ ଜଣେ ଚାଷୀ। ତାଙ୍କର ୩ ଜଣ ଛୋଟ ପିଲା ମଧ୍ୟ ରହିଛନ୍ତି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିଛି ଓ କେଉଁ ପରିସ୍ଥିତିରେ ଦୀପିକା ଜୀବନ ହାରିଲେ, ତା’ର ଯାଞ୍ଚ ଆରମ୍ଭ କରିଛି।ପୋଲିସ୍ ଅଧିକାରୀ କହିଛନ୍ତି, “ଦୀପିକା ରବିବାର ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ସ୍ଥାନୀୟ […]
ଭିମସାରକୁ ୭ ଦିନର ମହଲତ ଦେଲା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସାତ ଦିନ ଭିତରେ ଫାଇନ ସହ ନିୟମ ମାନିବାକୁ ତାଗିଦ୍ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଚରମବାଣି । ପ୍ରଦୂଷଣ ନିୟମର ସାଂଘାତିକ ଉଲଂଘନ ଅଭିଯୋଗ ହେବା ପରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ବୁର୍ଲା ଭିମ୍ସାରକୁ ୧୧ ଲକ୍ଷ ଟଙ୍କା ଫାଇନ୍ କରିଥିଲା। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନ ନେବାରୁ ରାଜ୍ୟ ପ୍ରଦୂଷଣ ବୋର୍ଡ ଭିମସାର କର୍ତ୍ତୃପକ୍ଷଙ୍କ କଡ଼ା ଭର୍ସନା […]
ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ସମେତ ୪ ରାଜ୍ୟରେ ଖାଲି ପଡ଼ିଥିବା ୬ଟି ଆସନ ହେବ ଉପନିର୍ବାଚନ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି |ଏଥିପାଇଁ ନାମାଙ୍କନ ପତ୍ରର ଶେଷ ତାରିଖ ଡିସେମ୍ବର ୧୦ ତାରିଖ ରହିଛି। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ।ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ […]
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡିଶା ସମେତ ଭିନ୍ନ ରାଜ୍ୟକୁ ୪ ଦିନ ଧରି ଆଳୁ ରପ୍ତାନି ଉପରେ ଅଙ୍କୁଶ ଲଗାଇଥିବାବେଳେ ଆଳୁର ସଙ୍କଟ ଘନୀଭୂତ ହେବାରେ ଲାଗିଛି। ଆଳୁର ଅଭାବ ଯୋଗୁ ଓଡିଶା ହାଟ ବଜାରରେ ଆଳୁର ମୂଲ୍ୟବୃଦ୍ଧି ଘଟିଛି l ବଙ୍ଗୀୟ ଆଳୁ ବ୍ୟବସାୟୀମାନେ ସେମାନଙ୍କର ଶୀତଳ ଭଣ୍ଡାରରୁ ଆଳୁ ବିକ୍ରି କରି ନ ପାରି କ୍ଷତି ଆଶଙ୍କାରେ ସେଠାକାର ସରକାରଙ୍କୁ ଘେରିଛନ୍ତି lଆଜିଠୁ ପଶ୍ଚିମବଙ୍ଗରେ ଆଳୁ ଯୋଗାଣ ବନ୍ଦ। ମନ୍ତ୍ରୀଙ୍କ ସହ ଆଲୋଚନା […]
ଚଳିତବର୍ଷ ଜାଡରୁ ମିଳିବ ତ୍ରାହି । ରାଜ୍ୟରେ ଶୀତ ଲହରୀ ଆଦୌ ରହିବନି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ବାକି ଅଞ୍ଚଳରେ ବି ରାତି ତାପମାତ୍ରା ବିଶେଷ ଖସିବନି । ଆସନ୍ତା ତିନି ମାସ ଯାଏ ରାତି ତାପମାତ୍ରା ଭଳି ଦିନ ; ରହିବ । ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ଦିନ ତାପମାତ୍ରା ଅଧିକ ରହିବ । ସେହିଭଳି […]
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସରକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢାଉ । ଜୟପୁର ବ୍ଲକର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର ବିଶ୍ୱନାଥ ପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ସୂଚନା ଥାଉକି, ଏହି ଚଢାଉରେ ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ଗଞ୍ଜାମ ଏବଂ ଭୁବନେଶ୍ଵରର ୬ଟି ସ୍ଥାନରେ ରେଡ୍ ଚାଲିଛି। ବିଶ୍ଵନାଥଙ୍କ ଜୟପୁର ସ୍ଥିତ ତିନି ମହଲା […]
ରାଜଧାନୀର ଲିଙ୍ଗିପୁରରେ ଘଟିଛି ଲଜ୍ଜାଜନକ ଘଟଣା । ଏଠାରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବା ବେଳେ ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଦୁଷ୍କର୍ମ କରିଥିବା ଅଭିଯୁକ୍ତର ନାଁ ଗୌର ନାୟକ। ସେ ସ୍ଥାନୀୟ ଅଞ୍ଚଳରେ ଦିନ ମଜୁରିଆ ଭାବରେ କାମ କରୁଥିଲା। ଏମିତିରେ ଯୁବତୀଙ୍କ ଉପରେ ତା’ର କୁଦୃଷ୍ଟି ପଡ଼ିଥିଲା। ଆଉ ସୋମବାର ଭିନ୍ନକ୍ଷମ ଯୁବତୀଙ୍କୁ ଘରେ କେହି ନଥିବା ଦେଖି […]
ଓଭର ବ୍ରିଜ ଉପରୁ ତଳକୁ ଖସିଲା ଲକ୍ଷ୍ମୀ ବସ। ବସରେ ଯାତ୍ରୀ ନ ଥିବାରୁ ଟଳିଲା ବଡ଼ ଅଘଟଣ। ବ୍ରିଜ ତଳେ ଫାଣ୍ଡି ଛକରେ ଦୋକାନ ବଜାର ବନ୍ଦ୍ ହୋଇସାରି ଥିବାରୁ ସୌଭାଗ୍ୟ ବଶତଃ କାହାରି ମୃତ୍ୟୁ ହୋଇନାହିଁ । ସୂଚନା ଯେ, ଲକ୍ଷ୍ମୀ ବସ ନଂ ଓଡି-୦୧ଏଡବ୍ଲୁ ୨୬୩୨ ଟି ଚାନ୍ଦିପୁରରୁ ବାଲେଶ୍ୱର ଆସିଥିଲା। ଫକୀରମୋହନ ଗୋଲାଇରୁ ବସ ଷ୍ଟାଣ୍ଡ ଯାଉଥିବା ସମୟ ରେ ଫାଣ୍ଡି ଛକ ଓଭରବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଥିଲା । […]
ମେଷଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି । ବୃଷଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ […]
ନୂଆଗାଁ -( ପୁଷ୍ପଲତା ପ୍ରଧାନ): ଶିକ୍ଷକ ଭବନ ପରିସରରେ ନୟାଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ବେଣୁଧର ପଣ୍ଡା, ରାଜ୍ୟ ଉପସଭାପତି ହୃଷିକେଶ ମହାନ୍ତି, ନୟାଗଡ଼ ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ଖଟେଇ, ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, […]
