ଗାଁ ଦାଣ୍ଡରେ ବିଷାକ୍ତ ସାପ ସହ ଖେଳ । ତମ୍ପ ସାପକୁ ବେକରେ ଗୁଡାଇ ଉତ୍ପାତ କରୁଛି ମଦ୍ୟପ ଯୁବକ । ସାପକୁ ବେକରେ ପକେଇ ଘୁରେଇ ଘୁରେଇ ବୁଲୁଛି ଗାଁ ଦାଣ୍ଡରେ । ଆଉ ସାପଟି ହାତକୁ କାମୁଡି ଧରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରଗ୍ସ ଖାଇବା ଯୋଗୁ ତାଙ୍କ ଶରୀରରେ ସାପ ବିଷ କାମ କରୁ ନି। ଏହି ଯୁବକ ୨୪ ଘଣ୍ଟା ନିଶାରେ ରୁହେ। ନିଶା ଖାଇ ଗାଁ ଗହଳି […]
ଭାରତ ଦୀର୍ଘ ଦିନରୁ ଦୁର୍ନୀତି ବିରୋଧରେ ଲଢ଼େଇ କରୁଛି। ଦୁନିଆର ଦୁର୍ନୀତିଗ୍ରସ୍ତ ଦେଶ ମଧ୍ୟରେ ଭାରତର ସ୍ଥାନ କେଉଁଠି ଅଛି। ଏ ସମ୍ପର୍କିତ ଏକ ରିପୋର୍ଟ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲରେ ପ୍ରକାଶ ପାଇଛି। ଏହି ସୂଚକାଙ୍କରେ ବିଶ୍ୱର ସବୁଠୁ ଭ୍ରଷ୍ଟ ଓ ସବୁଠୁ ସଚ୍ଚୋଟ ଦେଶଙ୍କ ରାଙ୍କିଙ୍ଗ କରାଯାଏ। ସିପିଆଇ ୧୮୦ ଦେଶ ଓ କ୍ଷେତ୍ରଙ୍କ ସାର୍ବଜନିକ ଅନୁଷ୍ଠାନରେ ଭ୍ରଷ୍ଟାଚାରର କଥିତ ସ୍ତରର ଆଧାରରେ ରାଙ୍କିଙ୍ଗ କରିଥାଏ। ଦେଶମାନଙ୍କୁ ଶୁନରୁ ୧୦୦ ପର୍ଯ୍ୟନ୍ତ ନମ୍ବର ଦିଆଯାଏ। ଏଣୁ ସବୁଠୁ […]
ବାହାଘର ଚାଲିଥିବା ବେଳେ ପଶିଆସିଲା ବାଘ । ବାହାଘର ଛାଡି ଦୌଡିଲେ ଲୋକ । ଉତ୍ତରପ୍ରଦେଶ ଲକ୍ଷ୍ନୌର ବୁଦ୍ଧେଶ୍ବର ଏମଏମ ଲନରେ ବିବାହ ଚାଲିଥିବା ବେଳେ ବାହାଘରକୁ ପଶିଆସିଥିଲା ବାଘ । ବନ କର୍ମଚାରୀ ବାଘକୁ ଧରିବା ପାଇଁ ଆସି ନାକେଦମ୍ ହୋଇଛନ୍ତି ବୁଦ୍ଧେଶ୍ୱର ଅଞ୍ଚଳରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ଏକ ଚିତାବାଘ ସେଠାରେ ପଶିଯିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଜୀବନ ବଞ୍ଚାଇବା ପାଇଁ ବିବାହ ବନ୍ଦ କରିବାକୁ ପଡ଼ିଥିଲା ଏବଂ ବର-କନ୍ୟା ଘଣ୍ଟା […]
ମହାକୁମ୍ଭମେଳା ପାଇଁ ଅଯୋଧ୍ୟାକୁ ପୁଣି ଗଡ଼ିଲା OSRTC ବସ୍। ଫେବ୍ରୁଆରୀ ୫ରୁ ବସ୍ ସେବା ଆରମ୍ଭ ହୋଇଥିବା ଓଏସ୍ଆର୍ଟିସି ପକ୍ଷରୁ ସୂଚନା ଦିଆଯାଇଛି।ସୂଚନାନୁଯାୟୀ ମୌନୀ ଅମାବାସ୍ୟାରେ ଅମୃତ ସ୍ନାନ ପୂର୍ବରୁ ପ୍ରବଳ ଜନ ସମାଗମ ହେତୁ ମହାକୁମ୍ଭ ମେଳାରେ ବଡ ଅଘଟଣ ଘଟିଥିଲା। ପ୍ରୟାଗରାଜ ସଙ୍ଗମ ସ୍ଥଳ ନିକଟରେ ଦଳାଚକଟା ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ କରିଥିଲେ । ସେଥି ପାଇଁ ମହାକୁମ୍ଭକୁ ଓଡ଼ିଶାରୁ ଓଏସଆରଟିସିର ସ୍ୱତନ୍ତ୍ର ବସ୍ ସେବା […]
ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଖୋଦ୍ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ସନାତନ କହିଛନ୍ତି, ନବୀନ ଆମ ଦଳର ମୁଖିଆ, ତେଣୁ ସେ ପଚାରିପାରିବେ । କାଲି ବିଧାୟକ ଦଳ ବୈଠକକୁ କାହିଁକି ଯାଇନଥିଲି ବୋଲି […]
ବିହାରରେ ଓଲଟିଲା ଓଡ଼ିଶା ବସ୍ । ବିହାର ମୁହାନିଆରେ ଓଲଟିଲା ଓଡ଼ିଶା ବସ୍ ।ଯାତ୍ରୀବାହୀ ବସ୍ ଓଲଟିବା ଯୋଗୁ ୩୫ ଯାତ୍ରୀ ଆହତ ହୋଇଥିବାବେଳେ ୩ ଗୁରୁତର ଥିବା ଜଣାପଡ଼ିଛି ।ଉତ୍ତର ପ୍ରଦେଶ ପ୍ରୟାଗରାଜ ମହାକୁମ୍ଭ ଯାଉଥିବାବେଳେ ଘଟିଲା ଏହି ଦୁର୍ଘଟଣା । ସୂଚନାମୁତାବ, ଭୋଗରାଇରୁ ୭୦ ଯାତ୍ରୀ ମହାକୁମ୍ଭ ମେଳା ଯାଉଥିଲେ । ଉଭୟ ଆହତ ଓ ଗୁରୁତରମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ବସ୍ରେ ମହିଳା, ପୁରୁଷ ସହ ୧୦ ଜଣ […]
ଓଲିଉଡ୍ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବାପା ଧୀରେ ଧୀରେ ସୁସ୍ଥ ହେଉଥିବା କହିଛନ୍ତି ବାବୁସାନ । ସେହିପରି ଅଭିନେତା ଅନୁଭବ ମହାନ୍ତି ମଧ୍ୟ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ଏଥିସହିତ ବାବୁସାନଙ୍କ ସହ କଥା ହୋଇଛନ୍ତି ।ଉତ୍ତମ ଏବେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଅଛନ୍ତି। […]
ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆଜି ଆରମ୍ଭ ହୋଇଛି । ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ସ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି କି, ରାଜ୍ୟ ସରକାର ୨୦୨୭ ସୁଦ୍ଧା ରାଜ୍ୟର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାର ଯୋଜନା କରିଛନ୍ତି । ଏନେଇ ଜାତୀୟ ଗ୍ରାମୀଣ ଜୀବୀକା ମିଶନ ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ଜୀବୀକା ମିଶନ ଅଧିନରେ ରହିଛି ଲକ୍ଷପତି ଦିଦି ଅଭିଯାନ । ଏହାର […]
ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣ ଦେଉଛନ୍ତି । ଏହାରି ମଧ୍ୟରେ ସେ କହିଛନ୍ତି ଯେ, ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ୨ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ତେବେ ଏହି ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଜାରି କରିଛନ୍ତି । ଏଥିରେ ବିଭିନ୍ନ ଯୋଜନା ବାବଦରେ ଉଲ୍ଲେଖ […]
କୋଟିପତି ରେମୁଣା ତହସିଲଦାର ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ କୋଟିପତି ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଗିରଫ କଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କ ଘରୁ ଅଚଳାଚଳ ସମ୍ପତ୍ତି ଠାବ ହୋଇଥିଲା । ଭୁବନେଶ୍ବରରେ ଅଢ଼େଇ କୋଟିର ଫ୍ଲାଟ ସହ ବାଲେଶ୍ବରରେ ଏକ ଫ୍ଳାଟ୍ ଠାବ ହୋଇଥିଲା । ଦୁଇଟି ପ୍ଳଟ, ୯୩୭ ଗ୍ରାମ ସୁନା, ଏବଂ ପାଖାପାଖି ୧କୋଟି ୧୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା । […]
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପାଇଁ ଶିଳ୍ପପତି ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଦାଖଲ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଏବଂ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ନେତା ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଓସିଏ ସଭାପତି ପଦବୀ ଖାଲି ପଡ଼ିଛି।୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି […]
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମହାତ୍ମା ଗାନ୍ଧୀ (ନୂଆ) ସିରିଜର ୫୦ ଟଙ୍କିଆ ନୋଟ୍ ସହ ଏହି ନୋଟ୍ ଗୁଡ଼ିକର ଡିଜାଇନ୍ ସବୁ ଦୃଷ୍ଟିରୁ ସମାନ।ପୂର୍ବରୁ ଜାରି ହୋଇଥିବା ମହାତ୍ମା […]
