ବର୍ତ୍ତମାନ ଖୋର୍ଦ୍ଧାରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରତି ଗ୍ରାମସଭାରେ ପ୍ରସ୍ତୁତ ହେବ ଏହି ଯୋଜନା ତାଲିକା ।ଓଡ଼ିଶା ସରକାରଙ୍କ ପକ୍ଷରୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇଛି । ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ପ୍ରତି ଗାଁରେ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ […]
ଯଦି ଆପଣ ମଧ୍ୟ ପ୍ରତି ମାସରେ ATMରୁ ନଗଦ ଟଙ୍କା ଉଠାନ୍ତି କିମ୍ବା ଡିଜିଟାଲ ପେମେଣ୍ଟ ବ୍ୟବହାର କରିବା ପରିବର୍ତ୍ତେ ନଗଦ ପେମେଣ୍ଟ କରନ୍ତି, ତେବେ ଏହି ଖବର ଆପଣଙ୍କୁ ତାଜୁବ କରିପାରେ। ତେବେ ପାଞ୍ଚଟି ମାଗଣା ସୀମା ସମାପ୍ତ ହେବା ପରେ ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI) ସର୍ବାଧିକ ନଗଦ କାରବାର ଶୁଳ୍କକୁ ପ୍ରତି କାରବାର ପାଇଁ ବର୍ତ୍ତମାନର ୨୧ ଟଙ୍କାରୁ ୨୨ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଛି।ଏହା ବ୍ୟତୀତ, NPCI ନଗଦ […]
ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଯେଉଁମାନେ ଏହି ଟୁଲ ବ୍ୟବହାର କରୁଛନ୍ତି ସେମାନେ ଅଫିସର ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଆପ୍ରେ ଦାଖଲ […]
ଆଇଏଏସ୍ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ । ଏବେ ବାବୁମାନଙ୍କ ପାଳି। ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ୟ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ବରିଷ୍ଠ […]
ଦିଲ୍ଲୀରେ ଏଥର କିଏ ସରକାର ଗଢ଼ିବ? ବିଜେପି, କଂଗ୍ରେସ ନା ଆପ୍? ଆମ୍ ଆଦ୍ମି ପାର୍ଟି (ଆପ୍) ୧୦ ବର୍ଷ ହେଲା ଶାସନ କରିଆସୁଛି । ଏହା ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ଥିଲା । ଏଥର ବିଜେପି କ୍ଷମତାସୀନ ହେବା ନେଇ ଆଶା ରଖିଛି ।ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି |ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ |ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ପହଞ୍ଚତ୍ ମହାକୁମ୍ଭ ମେଳା ପରିଦର୍ଶନ କରିବା ସହ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମହାକୁମ୍ଭରେ ଦଳାଚକଟା ଅଘଟଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ମୋଦି ବୁଡ଼ ପକାଇବାକୁ ଯାଉଥିବା ବେଶ ଗୁରୁତ୍ବପୂର୍ଣ୍ଣ । ସେହିପରି ମହାକୁମ୍ଭ ମେଳାରେ ସକାଳ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ସମୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ରହିଛି । ସଙ୍ଗମରେ ବୁଡ଼ […]
ଖୋଲିଲା କାଉଣ୍ଟର। ଅଫ୍ଲାଇନ୍ ବିକ୍ରି ପାଇଁ ଆରମ୍ଭ ହେଲେ ଟିକେଟ୍ ବିକ୍ରି। ବାରବାଟୀ ବ୍ୟାଟେଲ ପାଇଁ ବଢୁଛି କ୍ରେଜ। ଭାରତ-ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜିଠାରୁ ବିକ୍ରି ହେଉଛି ଅଫଲାଇନ ଟିକେଟ।ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି ହେବ । ସାଧାରଣ ଦର୍ଶକଙ୍କ ପାଇଁ ମୋଟ ୧୧ ହଜାର ୮୦ ଟିକେଟ ରହିଛି । ଜଣେ ବ୍ୟକ୍ତି ସର୍ବାଧିକ ଦୁଇଟି ଟିକେଟ କିଣିପାରିବେ । ପରିଚୟ ପତ୍ର ଦେଖାଇ ଦର୍ଶକ କିଣିବେ ଟିକେଟ। ଟିକେଟ […]
ରାଜ୍ୟରେ ପୋଲିସ ମଧ୍ୟ ଚୋରଙ୍କ କବଳରୁ ରକ୍ଷା ପାଇ ନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି।ସୂଚନା ଅନୁସାରେ ମହିଳା ଇନ୍ସପେକ୍ଟର ଜଣଙ୍କ ଭଦ୍ରକ କଚେରୀ ବଜାରରୁ ପରିବା କିଣୁଥିଲେ । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ସୁନା ଚେନ୍ ଝାମ୍ପିନେଇଥିଲେ । ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିଛନ୍ତି ଲୋକେ । ମାତ୍ର ଅନ୍ୟ […]
ବାଜା ବଜାଇ ରୋଷଣୀରେ ଆସିଲା ବର । ବିବାହ ମଣ୍ଡପରେ ବର ଯାଇ ବସିଲା । ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । […]
ମେଷ – ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। […]
ଓଡ଼ିଶାର ଅନୁଗୁଳ ଜିଲ୍ଲାର ଏକ ଘରୋଇ ସ୍କୁଲର ଦୁଇ ମହିଳା କର୍ମଚାରୀ ସ୍କୁଲର ଜଣେ ବରିଷ୍ଠ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ପୋଲିସ ଅଭିଯୋଗରେ ଏକ ଅଭିଯୋଗ ଦାଖଲ କରାଯାଇଛି । ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲାର ପଞ୍ଚମହଲା ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇଜଣ ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଅନୁଗୁଳ ସଦର ଥାନାରେ ଏକ ଅଭିଯୋଗ ଦାଖଲ […]
ଯୁକ୍ତ ୨ ପରୀକ୍ଷା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ । ଏହା ୨୭ ତାରିଖ ପଯ୍ୟନ୍ତ ଚାଲିବ । ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ୩ ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେବେ । ଏଥିପାଇଁ ୧ ହଜାର ୨୭୬ କେନ୍ଦ୍ରରେ ପରୀକ୍ଷା ହେବ । ୨୨ଟି ସିଟିଂରେ ହେବ ପରୀକ୍ଷା । ସିସିଟିଭିଠୁ ଆରମ୍ଭ କରି ପିଲାଙ୍କ ପାଣି ପିଇବା ପଯ୍ୟନ୍ତ ସବୁ ବ୍ୟବସ୍ଥା କରାଯିବ । ପୂର୍ୱାହ୍ନ […]
