ଆଜି ଭାରତୀୟ ବାୟୁସେନା ଦିବସ । ୯୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ସହ ଯୁଦ୍ଧ ଓ ଜରୁରୀ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ବାୟୁସେନା । ଏୟାର ମାର୍ଶଲ ସୁବ୍ରତୋ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ । ସ୍ୱାଧୀନତା ପରେ, ୧ ଏପ୍ରିଲ ୧୯୫୪ ରେ, ସୁବ୍ରତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଛି ।ଗତ ୯୪ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ନିଜର ଶକ୍ତି, ଦକ୍ଷତା ଓ ଆଧୁନିକ ଯୁଦ୍ଧ କୌଶଳ ଦ୍ୱାରା ବିଶ୍ୱର ଅନ୍ୟତମ ପ୍ରମୁଖ ବାୟୁସେନା ଭାବେ ସ୍ଥାନ ହାସଲ କରିଛି । ୧୯୪୭-୪୮ର କଶ୍ମୀର ଯୁଦ୍ଧଠାରୁ ଆରମ୍ଭ କରି ୧୯୬୫ ଓ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ଏବଂ ୧୯୯୯ର କାରଗିଲ୍ ଯୁଦ୍ଧ ପର୍ଯ୍ୟନ୍ତ ଭାରତୀୟ ବାୟୁସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।
