author

ଶିଶୁ କନ୍ୟାଙ୍କୁ ବୋରୱେଲରେ ଫୋପାଡ଼ିଥିବା ମା’ ଓ ବାପାଙ୍କ ପରିଚୟ ମିଳିଲା

ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲରିପାଲିର ଏକ ପରିତ୍ୟକ୍ତ ବୋରୱେଲରୁ ଗତ ଡିସେମ୍ବର ୧୨ ତାରିଖରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଥିଲା।ତେବେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ମା’ଙ୍କ ପରିଚୟ ମିଳିଛି। ସମ୍ବଲପୁର ଏସ୍‌ପି ଏହି ସୂଚନା ଦେଇଛନ୍ତି।ମାଆଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଦିନେ ଦୁଇ ଦିନ ଭିତରେ ସେ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେବେ । ଏହାପରେ ତାଙ୍କୁ ପୋଲିସ ପଚରାଉଚରା କରିବ। […]

ଅଯୋଧ୍ୟାରୁ ଆସିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ

ଅଯୋଧ୍ୟାରୁ ଆସିଲା ନିମନ୍ତ୍ରଣ । ଆସନ୍ତା ୨୨ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଛି | ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି | ତେବେ ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି | ଶ୍ରୀରାମ ଜନ୍ମଭୂମି ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଏହି ନିମନ୍ତ୍ରଣ ପତ୍ର […]

ଶିକ୍ଷକମାନଙ୍କ ସମୃଦ୍ଧି ପ୍ରଶିକ୍ଷଣ ଶିବିର ଆରମ୍ଭ

ନୟାଗଡ଼,୨/୧: ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ବିଦ୍ୟାଳୟ ଶିକ୍ଷଣରେ ମାନ ନିର୍ଦ୍ଧାରଣ ଓ ମୂଲ୍ୟାୟନ ସମ୍ପର୍କିତ ସମୃଦ୍ଧି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରକୁ ଏନଏସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ବିଧିବଦ୍ଧ ଭାବେ ଉଦଘାଟନ କରିଥିଲେ। ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଶିବିରର […]

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ କେନ୍ଦ୍ର ସରକାର କଲେ ଆତଙ୍କବାଦୀ ଘୋଷଣା

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର। ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ୍ ଅନୁସାରେ, ଖଲିସ୍ତାନୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାସ୍‌ନାଲ ସହ ଜଡ଼ିତ ଗୋଲ୍ଡି ବରାରକୁ ଆତଙ୍କବାଦୀ ଘୋଷଣା କରାଯାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଜାରି ବିଜ୍ଞପ୍ତିରେ କୁହାଯାଇଛି, ବ୍ରାରଙ୍କ ପଛରେ ବହୁ ବିଦେଶୀ ଆତଙ୍କବାଦୀ ସଂଗଠନର ସମର୍ଥନ ରହିଛି। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟାକାଣ୍ଡର ସେ ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଥିଲା।ଗୋଲ୍ଡି ବ୍ରାର […]

ପିକନିକ୍ ପାଇଁ ଯାଉଥିବା ଗାଡ଼ି ପାଇଁ ଆବଶ୍ୟକ ସ୍ୱତନ୍ତ୍ର SOP ଅନୁମତି

ଶୀତଋୁତୁ ଆରମ୍ଭ ସହ ଜମିଛି ପିକ୍‌ନିକ୍‌ ଆସର। ରାଜ୍ୟର ବିଭିନ୍ନ ପ୍ରସିଦ୍ଧ ସ୍ଥାନମାନଙ୍କରେ ବଣଭୋଜି ପାଇଁ ମଧ୍ୟ ଲୋକଙ୍କ ଖୁବ୍‌ ଭିଡ଼ ଦେଖିବାକୁ ମିଳିଛି।ତେବେ ପିକନିକ୍‌ ଋତୁରେ ମାତ୍ରାଧିକ ଦୁର୍ଘଟଣା ରୋକିବା ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ମାନକ ସଂଚାଳନ ପ୍ରକ୍ରିୟା(ଏସଓପି)ଜାରି କରାଯାଇଛି। ଏହି ନୁଆ ଏସଓପିରେ କଠୋର ନିୟମାବଳୀ ରହିଛି। ଯଦି ଆପଣମାନେ ପିକନିକ୍ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏସବୁ ବିଷୟରେ ପ୍ରଥମେ ଜାଣି ନିଅନ୍ତୁ।ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭରଙ୍କୁ […]

ଏକଦିବସୀୟରୁ ଅବସର ଘୋଷଣା କଲେ ଏହି ଖେଳାଳି

ନୂଆବର୍ଷରେ ଅବସର ନେଲେ ଅଷ୍ଟ୍ରେଲିଆର ବରିଷ୍ଠ କ୍ରିକେଟର । ଟେଷ୍ଟ ପରେ ଦିନିକିଆକୁ ସନ୍ୟାସ ନେଇଛନ୍ତି ଓପନର ବ୍ୟାଟର ଡେଭିଡ୍ ଓ୍ବାର୍ଣ୍ଣର। ବିଶ୍ବକପରେ ଅବସର ନେଇ ଘୋଷଣା କରିଥିଲେ ମଧ୍ୟ କେବେ ନେବେ ସ୍ପଷ୍ଟ କରି ନଥିଲେ,ତେବେ ୨୦୨୫ମସିହାରେ ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ସେ ଖେଳିବେ ବୋଲି ୱାର୍ନର କହିଛନ୍ତି।ଜାନୁଆରୀ ୩ ରୁ ସିଡନୀରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିବା ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ। […]

ନିଜ ଅଫିସକୁ ଭଡ଼ାରେ ଦେଲେ ଅମିତାଭ କିନ୍ତୁ କାହିଁକି ??

ବଲିଉଡ ମେଗାଷ୍ଟାର୍‌ ଅମିତାଭ ବଚ୍ଚନ । ପୁଣି ଥରେ ସେ ଚର୍ଚ୍ଚାର ଭିତରକୁ ଆସିଛନ୍ତି। ଇକୋନୋମିକ ଟାଇମ୍ସ ଏବଂ ମନି କଣ୍ଟ୍ରୋଲର ରିପୋର୍ଟ ଅନୁଯାୟୀ ଅମିତାଭ ବଚ୍ଚନ ମୁମ୍ବାଇର ଓଶିୱାରା ଜିଲାରେ ଥିବା ତାଙ୍କର ୪ଟି ବ୍ୟବସାୟିକ ସମ୍ପତ୍ତି ୱାର୍ଣ୍ଣର ମ୍ୟୁଜିକ ଇଣ୍ଡିଆ ଲିମିଟେଡକୁ ୫ବର୍ଷ ପାଇଁ ଲିଜ ଦେଇଛନ୍ତି। ଏହି ସମ୍ପତ୍ତି ୧୦ ହଜାର ବର୍ଗଫୁଟ ଉପରେ ବିସ୍ତାର ହୋଇଛି ।ସୁପରଷ୍ଟାର ଅଗଷ୍ଟ ୨୦୨୩ରେ ଏହି ଚାରୋଟି ସମ୍ପତ୍ତି କ୍ରୟ କରିଥିଲେ। ଏଗୁଡ଼ିକର ପ୍ରତ୍ୟେକର ମୂଲ୍ୟ […]

ଜ୍ୟାକି-ରକୁଲ ଦୁହେଁ ବିବାହ କରିବେ |

ଜାନୁୟାରୀ ପ୍ରଥମ ସପ୍ତାହରେ ଆମୀର ଖାନଙ୍କ ଝିଅ ରାନୀ ଇରା ଖାନ ତାଙ୍କ ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିବାକୁ ଯାଉଥିବାବେଳେ ବର୍ତ୍ତମାନ ଏହି ବର୍ଷ ଅନ୍ୟ ଏକ ଦମ୍ପତି ବିବାହ ହେବାର ଖବର ହେଡଲାଇନରେ ରହିଛି। ସେ ହେଉଛନ୍ତି ରକୁଲ ଏବଂ ଜ୍ୟାକି ଫେବୃଆରୀ ୨୨ ଗୋଆରେ ବିବାହ କରୁଛନ୍ତି। ସେମାନେ ଏନେଇ କିଛି ସୂଚନା ଦେଇ ନାହାନ୍ତି । କାରଣ ଦୁହେଁ ଏହି ବିବାହକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି। ସେମାନେ ବିବାହ ଉତ୍ସବରେ ବ୍ୟସ୍ତ […]

ରାତିରେ ପୋଖରୀ ଚୋରି ସକାଳେ କୁଡ଼ିଆ ଘର

ବିହାରରେ ବ୍ରିଜ୍‌, ଟ୍ରେନ୍‌ ଇଞ୍ଜିନ ଚୋରି ହୋଇଥିବା ଖବର ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବର୍ତ୍ତମାନ ପୁଣି ଏକ ଅଜବ ଚୋରି ଖବର ରାଜ୍ୟର ଦରଭଙ୍ଗା ଜିଲାରୁ ଆସିଛି। ରାତାରାତି ଏକ ପୋଖରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଲୋକଙ୍କ ଅଭିଯୋଗ ସ୍ଥାନୀୟ ପୋଲିସ ଓ ମାଫିଆଙ୍କୁ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି ହୋଇଛି । ଏନେଇ ଥାନା ଏବଂ ବିଭାଗୀୟ ଅଧିକାରୀଙ୍କୁ ନିକଟରେ ଅଭିଯୋଗ କଲେ କୌଣସି କର୍ଯ୍ୟାନୁଷ୍ଠାନ ହେଇନାହିଁ ବୋଲି ଲୋକେ କହିଛନ୍ତି । […]

ବୋରଓ୍ୱେଲରୁ ଉଦ୍ଧାର ଶିଶୁ କନ୍ୟା ହେଲା ନାମକରଣ

ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ଏବେ ପୁରା ଫିଟ୍ । ଭୀମସାର ହସ୍ପିଟାଲରେ ହେଲା ଏକୋଇଶିଆ ଓ ନାମକରଣ । ମେଡିକାଲ ପକ୍ଷରୁ ଏହି ନାମକରଣ କରାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ସହ ସେ ବର୍ତ୍ତମାନ ଖେଳୁଥିବା ଡାକ୍ତରମାନେ କହିଛନ୍ତି । ପୂର୍ବରୁ ତା ଶରୀରରେ ଦେଖାଦେଇଥିବା ସମସ୍ତ ପ୍ରକାର ସମସ୍ୟା ଏବେ ଦୂର ହୋଇଛି ।ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।ଗତ […]

 ଜାପାନର ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ 

ନୂଆବର୍ଷରେ ଜାପାନରେ ପୂର୍ବୋତ୍ତର କ୍ଷେତ୍ରରେ ୭.୫ ତୀବ୍ରତା ବିଶିଷ୍ଟ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ଏହା ସହିତ ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି ।ଜାପାନ ପାଣିପାଗ ବିଭାଗର ସୂଚନା ମୁତାବକ, ଏହି ଶକ୍ତିଶାଳୀ ଭୂମିକମ୍ପ ଇସିକାଓ୍ବା ଅଞ୍ଚଳରେ ଅନୁଭୂତ ହୋଇଛି । ଭୂକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି । ସମୁଦ୍ରରେ […]

ପୁଣି ଇତିହାସ ରଚିଲା ଇସ୍ରୋ ।  ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । 

ନୂଆବର୍ଷ ୨୦୨୪ ବର୍ଷର ପ୍ରଥମ ଦିନରେ ଇସ୍ରୋର ଐତିହାସିକ ମିଶନ ଯାହା ସୋମବାର ସକାଳ ୯ଟା ୧୦ରେ ପିଏସଏଲଭି –ସି୫୮ ରକେଟ୍‌‌ ଜରିଆରେ ‘ଏକ୍ସପୋସାଟ୍‌‌’ ସାଟେଲାଇଟ୍‌‌ ଉତ୍‌‌କ୍ଷେପଣର ସଫଳ ଉତକ୍ଷେପଣ ହୋଇଛି। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଏହା ହୋଇଛି | ‘ଏକ୍ସପୋସାଟ୍‌‌’ ଓ ୧୦ ଅନ୍ୟ ପେଲୋଡ୍‌‌ର ବି ଉତ୍‌‌କ୍ଷେପଣ କରାଯାଇଛି।ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ […]