ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି […]
ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନ । ଉଦଯାପନୀ ଦିବସର ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାରୋହରେ ପ୍ରବାସୀଙ୍କ ଅବଦାନ ସଂପର୍କରେ ଅଭିଭାଷଣ ରଖିବା ସହ ୨୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଶୁକ୍ରବାର ୧୨ଟା ୫୫ ରେ ଜନତା ମଇଦାନ ଯିବେ। ସେଠାରେ ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଭିନ୍ନ ଷ୍ଟଲରେ ପ୍ରର୍ଦଶିତ ହୋଇଥିବା […]
ସୋଶାଲ ମିଡିଆରେ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଭାଇରାଲ୍ କଲେ ପ୍ରେମିକ। ସମ୍ପର୍କୀୟା ମାଉସୀଙ୍କ ଘରେ ଝୁଲି ପଡ଼ିଲେ ପ୍ରେମିକା। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି |ଏହି ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଭଦ୍ରେଶ୍ୱର ଥାନା ପୋଡାମରାଇ ଗ୍ରାମର ବିଷ୍ଣୁ ଚରଣ ସେଠୀଙ୍କ ଝିଅ ଇନ୍ଦୁମତୀ ସ୍ଥାନୀୟ ଅଂଚଳରେ ଥିବା ଏକ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ଏହି ସମୟରେ […]
ସୁଭଦ୍ରା ଯୋଜନାରୁ ଅପ୍ଟ ଆଉଟ ହୋଇଥିବା ହିତାଧିକାରୀଙ୍କ ପାଇଁ ନୂଆ ବ୍ୟବସ୍ଥା କରାଯାଉଛି। ଯେଉଁ ହିତାଧିକାରୀମାନେ ଭୁଲ୍ରେ ଅପଟ୍ ଆଉଟ ହୋଇଯାଇଥିଲେ ସେମାନେ ଏଥିରେ ସୁବିଧା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ସୁଭଦ୍ରା ଯୋଜନାର ପୋର୍ଟାଲରେ ଲଗ୍ ଇନ୍ କରି ବାଦ୍ ପଡ଼ିଥିବା ହିତାଧିକାରୀମାନେ ଅପଟ୍ ଇନ୍ କରିପାରିବେ। ଏହାପରେ ସେମାନେ ହିତାଧିକାରୀ ତାଲିକାରେ ପୁନଃ ଯୋଡ଼ି ହୋଇପାରିବେ।ସୂଚନାଥାଉକି, ପୂର୍ବରୁ ଗତ ଶନିବାର ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ବଡ଼ ଘୋଷଣା କରିଥିଲେ। ଉପମୁଖ୍ୟମନ୍ତ୍ରୀ କହିଥିଲେ, ଜାନୁଆରୀ […]
ମେଷ: ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। […]
୨୦୨୪ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରଙ୍କୁ କ୍ଷମତାରୁ ହଟାଇବା ଉଦ୍ଦେଶ୍ୟରେ ଗଠିତ ଅଖିଳ ଭାରତୀୟ ମେଣ୍ଟ କ’ଣ ଶେଷ ହୋଇଗଲା? ଏହି ପ୍ରଶ୍ନ ବର୍ତ୍ତମାନ ଲୋକଙ୍କ ମନରେ ଉଙ୍କି ମାରୁଛି। କଂଗ୍ରେସ ନେତା ପଓ୍ବନ ଖେରା ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ମେଣ୍ଟ କେବଳ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ଥିଲା। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା […]
ରାଉରକେଲାରେ CISF ଯବାନଙ୍କ ଆତ୍ମହତ୍ୟା । RSP ଭିତରେ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ନାମ ହେଉଛି ଅଭିନନ୍ଦ ପି କେ | ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ| ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆଇଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯବାନ କେରଳର ହୋଇଥିବା ବେଳେ କାହିଁକି ସେ […]
ଆସନ୍ତା ଦୁଇରୁ ତିନି ବର୍ଷ ମଧ୍ୟରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି)ର ଏକ ବଡ଼ ହବ୍ରେ ପରିଣତ କରାଯିବ, ଗୁରୁବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ସହ ଓଡ଼ିଶାରେ ରେଳବାଇ ଓ ଆଇଟି କ୍ଷେତ୍ରରେ ବିକାଶ ଦିଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ଓଡ଼ିଶାକୁ ଏକ ମେଗା ଆଇଟି ହବରେ ପରିଣତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ […]
ରାୟଗଡା: ତା ୯-୧-୨୦୨୫ ରାୟଗଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ଉଦଘାଟନୀ ଉତ୍ସବରେ ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ରାୟଗଡା ଓ ଗଣେଶ ଶବର ଚନ୍ଦ୍ରପୁର, ରାୟଗଡା ଜିଲ୍ଲା […]
ମହାନଦୀ ପଠାରେ ପିକ୍ନିକ୍ ଆୟୋଜନ ଉପରେ କଡ଼ା କଟକଣା ଲଗାଇଛି କଟକ ମହାନଗର ନିଗମ। ତେବେ ଏହି କଟକଣା ବୋଟିଂ କ୍ଲବଠାରୁ କଟକ-ଇନ୍-କଟକ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଲୋକେ ଭୋଜିଭାତ କରି ପ୍ଲାଷ୍ଟିକ୍, ପେପର, ଟିଣ, କାଚ ପରି ଅନେକ ଆବର୍ଜନା ଫିଙ୍ଗୁଛନ୍ତି। ଫଳରେ ମହାନଦୀ ପଠା ଦୂଷିତ ହେବା ସହ ପବନରେ ଏହି ଆବର୍ଜନା ଉଡ଼ି ପାଣିରେ ମିଶୁଛି। ପାଣି ମଧ୍ୟ ଦୂଷିତ ହେଉଛି। କେବେଳ ଭୋଜିଭାତକୁ ବାରଣ କରାଯାଇନାହିଁ। ନଦୀପଠାରେ ବିଭିନ୍ନ ଉତ୍ସବକୁ ମଧ୍ୟ […]
ଭୁବନେଶ୍ବର କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେଲେ ଆଉ ୨ ଜଣ ଅଭିଯୁକ୍ତ । ଏହି ୨ ଜଣ ଗିରଫ ହେବା ପରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ୨ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍ । କେମିତି ସହଦେବଙ୍କୁ ହତ୍ୟା କରାଯାଇଥିଲା, କେମିତି ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା । ଓ କେମିତି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପ୍ରେସମିଟ୍ ଜରିଆରେ ଗୋଟି […]
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ ଜ୍ବାଇଁ ବୋଲି ପରିଚୟ ଦେଇ ଠକେଇ କରିଥିବା ହଂସିତା ଅଭିଲିପ୍ସାଙ୍କ ପ୍ରକୃତ ସ୍ଵାମୀ ସରୋଜଙ୍କ ଘରେ ଚଢାଉ ।ସ୍ପେଶାଲ୍ କ୍ରାଇମ୍ ୟୁନିଟ ଓ ଆୟକର ବିଭାଗ ମିଳିତ ଭାବେ ରେଡ୍ କରିଛନ୍ତି । ପଟିଆ ରଘୁନାଥପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ରେଡ୍ ହୋଇଛି । ଉଭୟ ହଂସିତା ଓ ଅନୀଲ ମହାନ୍ତିଙ୍କୁ ଏହି ଫ୍ଲାଟକୁ ଅଣାଯାଇଛି । ଉଭୟଙ୍କୁ ଆଜି ଗୋଟିଏ ଦିନ ପାଇଁ ରିମାଣ୍ଡ […]
