author

ମହାକୁମ୍ଭ ପାଇଁ ଚାଲିବ 8 ଟି ବସ୍, ମହିଳାଙ୍କ ପାଇଁ 50 % ଡିସକାଉଣ୍ଟ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ଯିବ ୮ଟି ବସ୍‌। ଏଥିରେ ମହିଳାଙ୍କ ପାଇଁ ୫୦% ରିହାତି ରହିଛି। ଏନେଇ ସୂଚନା ଦେଇଛନ୍ତି OSRTC ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ।ତେବେ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ । ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ । ତେବେ ଯଦି ଆବଶ୍ୟକ ହୁଏ ତାହେଲେ ଅଧିକ ବସ୍ ଚଲେଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଅତିରିକ୍ତ ସଚିବ । […]

ଯୌନ ଲାଳସା ପୂରଣ ନହେବାରୁ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ଷ୍କମ ଉଦ୍ୟମ ପରେ ଛୁରାମାଡ଼

ରାତିର ଅନ୍ଧକାରରେ ଏକୁଟିଆ ପାଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କଲେ ଯୁବକ। ମାତ୍ର ନାବାଳିକା ଜଣକ ପ୍ରତିବାଦ କରିବାରୁ ଯୁବକ ପାଲଟିଗଲେ ପିଶାଚ। ରକ୍ତମୁଖା ପାଲଟି ଏକ ଛୁରୀରେ ନାବାଳିକାଙ୍କୁ ଏକାଧିକ ଥର କଲେ ଛୁରା ମାଡ଼ ।କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି। ପୀଡ଼ିତାଜଣକ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାଯାଇଛି।ପୀଡ଼ିତା ଗତକାଲି ସ୍କୁଲରୁ ଫେରିବା ପରେ ରାତିରେ ନିଜ ବାଡ଼ି ପଟ ପଡିଆକୁ ଯାଇଥିଲେ। ଏକ ଦେଖି ନାବାଳିକାଙ୍କୁ ଗ୍ରାମର […]

ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ :ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଭୁବନେଶ୍ବରର ଜନତା ମଇଦାନରେ ଚାଲିଛି ୧୮ତମ ପ୍ରବାସୀ ଭାରତୀୟ ଦିବସ । ପ୍ରବାସୀ ଭାରତୀୟ ସମ୍ମିଳନୀ କୁ ଉଦ୍‌ଘାଟନ କରିଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ପ୍ରବାସୀ ଭାରତୀୟଙ୍କୁ ମଞ୍ଚ ଉପରେ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହୁଅନ୍ତୁ। ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ରାଜ୍ୟ ସରକାର ସବୁ ପ୍ରକାଳ ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ […]

ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ ।

ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । EKYC ନକଲେ କଟିଯିବ ରାସନ୍ କାର୍ଡ଼ |୩୧ ଜାନୁଆରୀ ସୁଦ୍ଧା ଯଦି ଇ-କେୱାଇସି ନକରୁଛନ୍ତି ତେବେ ଆପଣଙ୍କ ରାସନ କାର୍ଡ କଟିଯିବ । ଆଉ ମିଳିବନି ରାସନ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି ଇ-କେୱାଇସି ।ତୁରନ୍ତ କରନ୍ତୁ E-KYC: ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ […]

ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ସ୍ବାର୍ଡ : ସିଏଚ୍‌ଏସସି ଅଧ୍ୟକ୍ଷକଙ୍କ ସୂଚନା

ଯୁକ୍ତ ଦୁଇ ପରୀକ୍ଷାରେ କପିକୁ ରୋକାଯିବା ଲାଗି ନୂଆ ପଦକ୍ଷେପ । କପି ରୋକିବା ନେଇ ଗଠନ ହେବ ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ । ବଡ଼ ଜିଲ୍ଲାରେ ୨ଟି ଓ ଛୋଟ ଜିଲ୍ଲାରେ ଗୋଟିଏ ରହିବେ ସ୍କ୍ୱାଡ୍ । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍କ୍ବାର୍ଡ କରି ସଫଳତା ମିଳିଥିଲା । ତାକୁ ଦୃଷ୍ଟିରେ ରଖି ଏଥର ସବୁ ଜିଲ୍ଲାରେ ସ୍କ୍ବାର୍ଡ ମୁତୟନ ହେବେ ବୋଲି କହିଛନ୍ତି ସିଏଚଏସଇ ଅଧ୍ୟକ୍ଷ […]

ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ ।

ଦେଶର ବିଭିନ୍ନ ତୀର୍ଥସ୍ଥାନକୁ ଗଡିବ ବସ୍ । ଓଡିଶାରୁ ବିଭିନ୍ନ ତୀର୍ଥ ସ୍ଥାନକୁ ବସ୍ ଗଡିବା ନେଇ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାକୁମ୍ଭ ପାଇଁ ଏବେ ଓଡିଶାର ୪ଟି ସ୍ଥାନରୁ ବସ୍ ଗଡିବ । ସେସବୁ ସ୍ଥାନ ଗୁଡିକ ହେଉଛି ଭୁବନେଶ୍ଵର, ବ୍ରହ୍ମପୁର, ଭବାନୀପାଟଣା ଏବଂ ସମ୍ବଲପୁର । ଏହାବାଦ୍ ଅନ୍ୟ ତୀର୍ଥ ସ୍ଥାନକୁ ବି ବସ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ୧୩ରୁ ଫେବ୍ରୁଆରୀ ୨୬ ପର୍ଯ୍ୟନ୍ତ ଚାଲିବ। OSRTC ୱେବସାଇଟ୍‌, […]

ଆଜି ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି ।

ଆଜି ଶାମ୍ବ ଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଅନୁମତି । ପବିତ୍ର ଶାମ୍ବଦଶମୀ ଅବସରରେ ପର୍ଯ୍ୟଟକମାନଙ୍କ ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମେଳନ । ଏଥିପାଇଁ ଦେଶ ବିଦେଶରୁ ଅନେକ ସଂଖ୍ୟାରେ ପ୍ରବାସୀ ଓଡ଼ିଶାରେ ଆସି ପହଞ୍ଚିଛନ୍ତି । ଏହି କାରଣ ପାଇଁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ୨୦୦୦ ମସିହା ଠାରୁ ଏଏସଆଇ ପକ୍ଷରୁ […]

ଆଜି ଭୁବନେଶ୍ବର ଆସିବେ ରାଷ୍ଟ୍ରପତି

ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ସାମିଲ୍‌ ହେବେ । ଭୁବନେଶ୍ଵର ଜନତା ମୈଦାନରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଚାଲିଛି। ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ। ୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବେ। ଏହାସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ। ସେଠାରେ ପ୍ରାୟ ୫ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ […]

ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ୧୮ ତମ ପ୍ରବାସୀ ଭାରତୀୟ ଦିବସର ଦ୍ବିତୀୟ ଦିନ । ଆଉ ଦ୍ବିତୀୟ ଦିନରେ ଏହି ସମ୍ମେଳନୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦ୍ଘାଟନ କରିଛନ୍ତି ମୋଦି । ଏହା ସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଭାରତୀୟ ଐତିହ୍ୟର ପଦଚିହ୍ନ ଧାରଣ କରିଛି। ରାଜ୍ୟର ଧଉଳି ଶାନ୍ତିସ୍ତୁପ ପ୍ରମାଣିତ କରିଥିଲା ଯେ, ତରବାରୀ ଦ୍ବାରା ହୃଦୟ ଜୟ […]

ମଦ ଭାଟି ଉପରେ ଚଢ଼ାଉ କଲେ ଅବକାରୀ କର୍ମଚାରୀ, ଛେଚିଲେ ଗାଁ ଲୋକେ

ଜିଲ୍ଲାର ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଅଭାବନୀୟ ଘଟଣା। ଏଠାରେ ବେଆଇନ୍ ମଦ ଭାଟି ଉପରେ ଚଢ଼ାଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ବିଭାଗର କର୍ମଚାରୀ। ତାତିଲେ ଗାଁ ଲୋକେ ଓ ଅବକାରୀ କର୍ମଚାରୀଙ୍କୁ ଘେରି ଯାଇ ପ୍ରବଳ ଛେଚିଲେ। ଲୋକଙ୍କ ଆକ୍ରମଣରେ ଦୁଇ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଏକ ସାଂଘାତିକ ଘଟଣା କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କନର୍ଲା ଗାଁରେ ଘଟିଛି। କନର୍ଲା ଗାଁରେ ବିପୁଳ ବେଆଇନ […]

ଏହିଦିନ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଲୋକମାନେ ମୋବାଇଲ୍ ଆପ୍ ମାଧ୍ୟମରେ ନିଜକୁ ପଞ୍ଜୀକରଣ କରିପାରିବେ ଯାହାକୁ ସେମାନେ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେମାନେ ଓଡ଼ିଶା ରାଜଭବନ ୱେବସାଇଟ୍ (www.rajbhavanodisha.gov.in) ରେ ଉପଲବ୍ଧ OR କୋଡ୍ ମାଧ୍ୟମରେ ମଧ୍ୟ […]

ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଯେପରି ସମସ୍ୟା ନ ହେବ ସେଥିଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ତାରିଖରୁ ନାଟମଣ୍ଡପ ପରିସରରେ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।ଶ୍ରୀମନ୍ଦିରରେ ଧାଡି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ନାଟମଣ୍ଡପ ଭିତରେ କିପରି ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀୟୁଙ୍କୁ ଦର୍ଶନ କରିବେ ସେନେଇ ୬ ଥାକିଆ ବ୍ୟାରିଗେଡ଼ କରାଯାଇଛି । ଖୁବଶୀଘ୍ର […]