ଆସନ୍ତା ଜାନୁଆରୀ ୧୩ ତାରିଖରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ ଏମ ଓ ୟୁ ।ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଆୟୁଷ୍ମାନ ଭାରତ ଲାଗୁ କରାଯିବା ନେଇ କ୍ୟାବିନେଟରେ ପାରିତ ହେବ। କ୍ୟାବିନେଟ ପାରିତ ଓ ଏମଓୟୁ ସ୍ୱାକ୍ଷର ପରେ ଏହା ଲାଗୁ କରାଯିବ। ଏହାପରେ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ ବଣ୍ଟନ […]
ଆଜି ପବିତ୍ର ଶାମ୍ବଦଶମୀ । ଏହି ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ଚଳଚଞ୍ଚଳ l ଶ୍ରଦ୍ଧାଳୁ ଏବଂ ସୂର୍ଯ୍ୟ ଉପାସକ ମାନେ ସକାଳୁ ଚନ୍ଦ୍ରଭାଗା ଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି […]
ମେଷ: ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ : ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ […]
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ଶିବ ମନ୍ଦିର ପାଖ ବଡ଼ସାହି ଠାରେ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଅନ୍ନପୂର୍ଣ୍ଣା କ୍ୟାଟ୍ରିଂ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଅମୃତ କୁମାର ରାଉଳ,ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ,ଜିଲ୍ଲା ପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ସନାତନ ସାମଲ ,ସି ଡି ପି ଓ […]
ଗଣିଆ:ନୟାଗଡ ଜିଲ୍ଲା ଗଣିଆ ମଣ୍ଡଳର ସଭାପତି ଭାବେ ବିଜେପି ଜଣେ ଯୁବ ସଂଗଠକ ମହାବୀର ମିଶ୍ର ଙ୍କୁ ଦାୟିତ୍ଵ ପ୍ରଦାନ କରିଛି। ମହାବୀର ମିଶ୍ରଙ୍କୁ ଗଣିଆ ମଣ୍ଡଳ ସଭାପତି ଭାବେ ମନୋନୀତ କରାଯାଇଥିବା ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କୁମାର ଷଡଙ୍ଗୀ ପତ୍ର ମାଧ୍ୟମରେ ଜିଲ୍ଲା ବିଜେପି ନିର୍ବାଚନ ଅଧିକାରୀ ପବିତ୍ର ଦାସ ଙ୍କୁ ଜଣାଇଛନ୍ତି।ଗଣିଆ ବ୍ଲକ୍ ଜଗନ୍ନାଥ ପ୍ରସାଦ ଗ୍ରାମର ମହାବୀର ମିଶ୍ର ଭଳି ଜଣେ ଦକ୍ଷ ଯୁବ ସଂଗଠକ ଙ୍କୁ ମଣ୍ଡଳ […]
ଜାନୁଆରୀ ୧୩ ତାରିଖରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଏହି ମେଳାରେ କୋଟିକୋଟି ଶ୍ରଦ୍ଧାରଳୁ ଯୋଗଦେଇ ଗଙ୍ଗାରେ ବୁଡ ପକାଇବେ। ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିବା ବେଳେ ଏବେଠାରୁ ଭିଡ ଜମିଲାଣି। ତେବେ କୁମ୍ଭମେଳା ପାଇଁ ଓଡ଼ିଶାରୁ ଆଯୋଧ୍ୟାକୁ ଆରମ୍ଭ ହେବ ବସ୍ ସେବା । ଚାରୋଟି ଉତ୍ସର୍ଗୀକୃତ ମାର୍ଗରେ ଚାଲିବ ହାଇ-ଏଣ୍ଡ ପ୍ରିମିୟମ୍ ବସ୍ । ପୁରୀ, ସମ୍ୱଲପୁର, ଭବାନୀପାଟଣା ଓ ବ୍ରହ୍ମପୁରରୁ ବାହାରିବ ବସ୍ । ଜାନୁଆରୀ 13ରୁ […]
କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ ଜିଲ୍ଲାରେ ଲୋକପ୍ରିୟତା ଅର୍ଜନ କରିଥିଲେ । ୧୯୯୦ ରୁ ୯୫ ପର୍ଯ୍ୟନ୍ତ କୋଟପାଡର ବିଧାୟକ ଭାବେ ନିର୍ବାଚିତ ହୋଇ ନିର୍ବାଚନ ମଣ୍ଡଳୀର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗମନାଗମନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ । […]
ରସୁଲଗଡ଼ ହତ୍ୟାକାଣ୍ଡ ଘଟଣା, ଏହା ପଛରେ କିଏ ଅଛି କହିଲେ DCP। ରସୁଲଗଡ଼ରେ ବୁଧବାର ସକାଳେ ଛାତିଥରା ହତ୍ୟାକାଣ୍ଡ ଘଟିଯାଇଛି।ବିଚ୍ ରାସ୍ତାରେ ଯୁବକଙ୍କୁ କରାଯାଇଥିଲା ବିଭତ୍ସ ଭାବେ ହତ୍ୟା । ରସୁଲଗଡ଼ ପ୍ଲାଏଓଭରେ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ନାରଙ୍ଗି ରଙ୍ଗର ସ୍କୁଟି ଏବଂ ହେଲମେଟ୍ ପଡ଼ିଥିଲା ।ପ୍ରାଣହରାଇଥିବା ଯୁବକଜଣକ ହେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକ । ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ […]
ବିଶ୍ୱସ୍ତରୀୟ ସମ୍ମିଳନୀରେ ଶୁଭିଲାନି ଜାତୀୟ ସଂଗୀତ। ବିଶ୍ୱବାସୀଙ୍କୁ ସ୍ୱାଗତ ପାଇଁ ଭବ୍ୟ ବ୍ୟବସ୍ଥା। ହେଲେ ବିଶ୍ୱବାସୀଙ୍କ ଆଗରେ ଭୁଲିଗଲେ ଜାତୀୟ ସଂଗୀତ ପରିବେଷଣ। ଆମେ କହୁଛୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା ତିନି ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ସମ୍ମେଳନର ଶୁଭାରମ୍ଭ କରିଛନ୍ତି। ମାତ୍ର ଦୁଃଖର ବିଷୟ କାର୍ଯ୍ୟକ୍ରମ ଆରମ୍ଭରୁ […]
ଆୟକର ପଞ୍ଝାରେ ହଂସିତାଙ୍କ ପ୍ରକୃତ ସ୍ବାମୀ । ଖଣ୍ଡଗିରି ନିକଟରୁ ହଂସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଂସିତାଙ୍କ ପ୍ରଥମ ସ୍ବାମୀ ଶରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶରୋଜ । ହଂସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ଶରୋଜ । ଶରୋଜ ଗଞ୍ଜାମର ଜଣେ ବ୍ୟବସାୟୀ ହୋଇଥିବା ସୂଚନ ରହିଛି । ହଂସିତାଙ୍କ ଠକେଇ କାରବାରର ମୁଖ୍ୟ ନାୟକ ଥିଲେ ଶରୋଜ ।ଏକଥା ଜାଣିବା ପରେ ହତବାକ ହୋଇଛି […]
ବିବାହ କରିଥିବା ଦିନକୁ ଜୀବନ ସମାପ୍ତ କରିଦେବା ଦିନ ଭାବେ ବାଛିନେଲେ । ବିବାହର ୨୬ ବର୍ଷ ପୂର୍ତ୍ତିକୁ ବେଶ ଧୂମଧାମରେ ପାଳିଲେ । ବର-କନ୍ୟା ପୋଷାକ ପିନ୍ଧି ମଧ୍ୟ ରାତ୍ର ପର ଯାଏ ବନ୍ଧୁ ଓ ପରିବାର ଲୋକଙ୍କ ସହ ଉତ୍ସବ ମନାଇଲେ । ଆଉ ସେହିଦିନକୁ ଜୀବନର ଶେଷ ଦିନ କରିଦେଲେ । କରଜରେ ବୁଡିଥିବା ଦମ୍ପତି ଶେଷର ନେଲେ ଏମିତି ନିଷ୍ପତ୍ତି । ମହାରାଷ୍ଟ୍ର ନାଗପୁରରେ ଘଟିଛି ହୃଦୟ ବିଦାରକ ଘଟଣା ।୫୭ […]
ଯମୁନା ପଶ୍ଚିମବଙ୍ଗ ଚାଲିଯିବା ଗୁଜବ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ଆମ ସମ୍ପତ୍ତି ଆମ ପାଖରେ ଅଛନ୍ତି, ଶିମିଳିପାଳ ଭିତରେ ଅଛନ୍ତି । ପୂର୍ବରୁ ଆସିଥିବା ଯମୁନା ଶିମିଳିପାଳ ଓ କୁଲଢ଼ିଆ ଅଭୟାରଣ୍ୟ ମଧ୍ୟରେ ଯିବାଆସିବା କରୁଛି । ଯମୁନା ପଶ୍ଚିମବଙ୍ଗ ଯିବା ଏକ ଗୁଜବ ବୋଲି ସେ କହିଛନ୍ତି । ସେମାନଙ୍କ ବିଷୟରେ ମୁଁ ବରିଷ୍ଠ ବନ ଅଧିକାରୀମାନଙ୍କ ସହ ନିୟମିତ କଥା ହେଉଛି।ତେବେ ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ […]
