author

ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା

ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଗୃହ ଚଳାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ସରକାର ଆଜି ଯାଏଁ କାହିଁକି ଧାନ କିଣି ପାରୁନାହାନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ । ଆମେ କଣ ଏ ପ୍ରସଙ୍ଗ […]

 ଓଡ଼ିଶାରେ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ SIR

ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ ସୂଚନା ଦେଇଛନ୍ତି । ୧୯ ଫେବ୍ରୁଆରୀ ୨୦୨୬ରେ ଜାରି ହୋଇଥିବା ଏକ ସରକାରୀ ଚିଠି ଅନୁଯାୟୀ, SIRର ପରବର୍ତ୍ତୀ ପର୍ଯ୍ୟାୟ ଏପ୍ରିଲ ମାସରୁ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହେବ । ଏହି ସ୍ୱତନ୍ତ୍ର ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି, ନୂତନ ଭୋଟରଙ୍କ ପଞ୍ଜିକରଣ । ବିଶେଷ […]

ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ମିଳିଲା ୫୮ କେଜି ସୁନା

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହୁଣ୍ଡିକୁ ଆସୁଛି କେଜି କେଜି ସୁନା । ଭକ୍ତମାନେ ସ୍ବହସ୍ତରେ ଦାନ କରୁଛନ୍ତି ସୁନା ରୁପା । ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତବର୍ଷ ୧୮ କୋଟି ୫୯ ଲକ୍ଷ ୨୩ ହଜାର ଟଙ୍କା ମିଳିଛି । ମନ୍ତ୍ରୀ କହିଛନ୍ତି ଭକ୍ତମାନେ ୩ କେଜି ୪୪୧ ଗ୍ରାମ ମିଶ୍ରିତ ସୁନା ଦାନ କରିଛନ୍ତି। ୩୩ କେଜି ୬୪୮ ଗ୍ରାମ ମିଶ୍ରିତ ରୁପା ଅଳଙ୍କାର ଦାନ କରିଛନ୍ତି। ୧୯୮୧ ମସିହାରୁ ୨୦୨୪-୨୫ ମସିହା ସୁଦ୍ଧା ୫୮ କେଜି […]

ଆଉ କାଚ ବୋତଲରେ ମିଳିବନି ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର

କାଚ ବୋତଲ ବଦଳରେ ଫ୍ରୁଟି ଭଳି ମୋଟାକାଗଜ ଖୋଳରେ ମିଳିବ ମଦ । ସନା ମହାକୁଡଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖି କହିଛନ୍ତି,ଯେ କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍‌ ବ୍ୟବହାର କରାଯିବ। ଯାହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ ଅଟେ। ସରକାର କାଚ ବୋତଲର ପୁନଃ ବ୍ୟବହାର ପାଇଁ ଉତ୍ସାହିତ କରୁଥିବା ମନ୍ତ୍ରୀ କହିଛନ୍ତି। ଏ ଆହୁରି କହିଛନ୍ତି ଯେ ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି। ୨୦୨୩-୨୪ […]

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୪ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗ

କେନ୍ଦ୍ରାପଡ଼ାରେ ଲଜ୍ଜା। ପୁଣି ଗୁରୁ ନାଁରେ କଳଙ୍କ ! ଜଣେ ୧୨ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘରୋଇ ସ୍କୁଲରେ ପଢ଼ୁଥିବା ଛାତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ୪ଜଣ ଶିକ୍ଷକ ବିଗତ କିଛି ଦିନ ଧରି ପାଳି କରି ଦୁଷ୍କର୍ମ କରିଥିବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି । ଖେଳ ଛୁଟି ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା କୁହାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା […]

ବିଧାନସଭାରେ ରାଜ୍ୟ ସରକାରଙ୍କ ସୂଚନା,ରାଜ୍ୟରେ ଅଛନ୍ତି ୩୪୮୬ ପଞ୍ଜୀକୃତ କିନ୍ନର

ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, କିନ୍ନର ସଂପ୍ରଦାୟଙ୍କ ସାମାଜିକ ନିରାପତ୍ତା ପାଇଁ ମଧୁବାବୁ ପେନ୍‌ସନ୍ ଯୋଜନାରେ ମାସିକ ହଜାର ଟଙ୍କା ଭତ୍ତା ଦିଆଯାଉଛି। ୧୮ବର୍ଷରୁ କମ୍ କିନ୍ନରଙ୍କ ପିତାମାତାଙ୍କୁ ମାସିକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଛି। ତେବେ ଓଡ଼ିଶାରେ ୩୪୮୬ଜଣ ପଞ୍ଜୀକୃତ କିନ୍ନର ଅଛନ୍ତି। ଏଥିରେ ବଲାଙ୍ଗୀରରେ ସର୍ବାଧିକ ୪୯୪, ଅନୁଗୁଳରେ ୪ଶହ, ଖୋର୍ଦ୍ଧା ୩୯୫, ଗଞ୍ଜାମ ୨୪୦ ଓ ରାୟଗଡ଼ାରେ […]

ଆସୁଛି ଲଘୁଚାପ, ପ୍ରବଳ ବର୍ଷିବ! ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଶୀତର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ, ଲୋକଙ୍କୁ ଏବେ ପୁଣି ଡରାଇବାକୁ ଯାଉଛି ଲଘୁଚାପ ବର୍ଷା । ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି।ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ରାଜ୍ୟରେ ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ […]

ଭାରତରେ ବଡ଼ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ,ପୁଣି ଲାଲକିଲ୍ଲା ଉପରେ ଆତଙ୍କୀ ଆଖି!

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଜଧାନୀ ଦିଲ୍ଲୀ । ବଡ଼ ଧରଣର ବିସ୍ଫୋରଣ କରିବାକୁ ଲସ୍କର-ଏ-ତୋଏବାର ଯୋଜନା । ବିଭିନ୍ନ ବଡ଼ ବଡ଼ ମନ୍ଦିରକୁ ଟାର୍ଗେଟ୍ କରିଛି ଆତଙ୍କୀ ସଂଗଠନ । ଗୁଇନ୍ଦା ସୂଚନା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ହାଇ ଆଲର୍ଟ ଜାରି ହୋଇଛି । ଦିଲ୍ଲୀର ଚାନ୍ଦନୀଚୌକରେ ଥିବା ଏକ ମନ୍ଦିରକୁ ମଧ୍ୟ ଆକ୍ରମଣ କରିପାରନ୍ତି । ଦେଶର ବିଭିନ୍ନ ସ୍ଥାନରେ ଥିବା ମଧ୍ୟ ମନ୍ଦିରକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ , ଆଇଡି ବ୍ଲାଷ୍ଟ କରି ଆକ୍ରମଣ […]

ପୁଣି ବଢିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅବଧି

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ପୂର୍ବରୁ ଫେବୃଆରୀ ୫ ତାରିଖ ଯାଏଁ ବଢ଼ାଯାଇଥିଲା। ପରେ ଆସନ୍ତା ୧୮ ତାରିଖକୁ ପୁନଃ ବୃଦ୍ଧି କରାଯାଇଥିଲା। ଏବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫- ୨୬” ଅଧୀନରେ ସମସ୍ତ ପୁରସ୍କାର ପାଇଁ ଆବେଦନ ସମୟସୀମା ୨୮ ଫେବୃଆରୀ ୨୦୨୬ ଯାଏଁ ବୃଦ୍ଧି ହୋଇଛି। ଯୋଗ୍ୟ ଆବେଦନକାରୀ https://msp.odisha.gov.in website କୁ ଯାଇ ଆବେଦନ କରିପାରିବେ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଇଁ ଆବେଦନରେ କୋହଳ […]

ଏପ୍ରିଲ ୧ରେ ଭୁବନେଶ୍ୱରରେ ଖୋଲିବ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’

୨୦୨୬ ଏପ୍ରିଲ ୧ ରୁ ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଏକ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଭିଏଫଏସ ଗ୍ଲୋବାଲ ଗ୍ରୁପର ପ୍ରତିଷ୍ଠାତା ତଥା ସିଇଓ ଜୁବିନ କର୍କାରିଆ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ରରୁ ୟୁକେ ଏବଂ କେତେକ ବଛାବଛା ଦେଶ ପାଇଁ ଭିସା ଆବେଦନ ଗ୍ରହଣ କରାଯିବ । ପରବର୍ତ୍ତୀ ସମୟରେ ଚାହିଦା ଅନୁଯାୟୀ ଅନ୍ୟ ଦେଶଗୁଡ଼ିକୁ ମଧ୍ୟ ଏଥିରେ ସାମିଲ […]

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି (ଜନ ଅଭିଯୋଗ ଶୁଣାଣି) ଫେବୃଆରୀ ୨୩ ତାରିଖ ସୋମବାର ବନ୍ଦ ରହିବ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି। ଯେଉଁଥିରେ କୁହାଯାଇଛି ଯେ ବିଧାନସଭା କାର୍ଯ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ସୋମବାର ପାଇଁ ସ୍ଥିର ହୋଇଥିବା ଶୁଣାଣି ବାତିଲ କରାଯାଇଛି। […]

୧୧ ବର୍ଷ ପରେ ମହାପ୍ରଭୁଙ୍କ ହାଣ୍ଡି ଭଙ୍ଗା ଯାତ୍ରା

ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା । ୧୧ ବର୍ଷ ପରେ ଆଜି ହେବ ହାଣ୍ଡିଭଙ୍ଗା ଯାତ। ଆଜି ଏକାଠି ହେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ବାସୁଦେବ, ମା’ପାର୍ବତୀ, କପିଳେଶ୍ୱର ଓ ଶନିଶ୍ୱର। ପୂରଣ ହେବ ଶ୍ରଦ୍ଧାଳୁ ଆଉ ସେବାୟତଙ୍କ ଦେବନୀତି ଦର୍ଶନର ଉତ୍କଣ୍ଠା।ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତ ମଧ୍ୟରେ ଥିଲା ବିବାଦ । ଯାହାଫଳରେ ମହାପ୍ରଭୁଙ୍କର ଏହି ଯାତ୍ରା ହୋଇପାରୁନଥିଲା ।ଖୁଣ୍ଟିଆ ସେବାୟତମାନେ ଶନିବାର ଭୋର ୪ଟାରେ ମନ୍ଦିରରେ ପହଞ୍ଚି ମଙ୍ଗଳ ଆଳତୀ […]