ଆଳୁ ମିଶନ୍ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍। ଏହି ଟିମ୍ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍ ସିଷ୍ଟମ୍କୁ ଅନୁଧ୍ୟାନ କରିବ। ତେବେ ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ […]
ରାଜସ୍ବ ନିରୀକ୍ଷକ (ଆରଆଇ) ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ କରିଛନ୍ତି। ଏହି ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ସେ ରିପୋର୍ଟ ମାଗିଛନ୍ତି। ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ […]
୯କୋଟି ୫୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରର ୱାସିମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ୨୦ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି।ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ […]
ଜଣେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବୁର୍ଲା ଥାନାର କନଷ୍ଟେବଳ ସରୋଜ ଭୋଇଙ୍କୁ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଏସ୍ସିବି ମେଡିକାଲରେ ଭେଟିଛନ୍ତି। ଏଥିସହିତ ସେ ସରୋଜଙ୍କୁ ଫଳ ବଣ୍ଟନ କରି ମହାନତା ଦେଖାଇଛନ୍ତି।ସୂଚନାଯୋଗ୍ୟ, କନଷ୍ଟେବଳ ସରୋଜଙ୍କୁ ହାଣି ପାପୁଲି ଛିଡ଼ାଇ ଦେଇଥିଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟଣା ଶୁକ୍ରବାର ସମ୍ବଲପୁର ଜିଲା ବୁର୍ଲା ଥାନା ଝରାପାଲି ଗାଁରେ ଘଟିଥିଲା। ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶହୀଦ ବାଜି ରାଉତଙ୍କ ଜୟନ୍ତୀକୁ ଏଣିକି ସରକାରୀସ୍ତରରେ ପାଳନ କରାଯିବ।ଓଡ଼ିଶାର ସର୍ବକନିଷ୍ଠ ବରପୁତ୍ରଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯିବ । ତାଙ୍କ ତ୍ୟାଗ, ବଳିଦାନ ଓ ସଂଘର୍ଷକୁ ସମ୍ମାନ ଜଣାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।
ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ବଦଳିଲା ଘିଅ । ଗଚ୍ଛିତ ଘିଅକୁ ଫେରସ୍ତ କରାଯାଇଛି । ଓମ୍ଫେଡରୁ ଆସିଲା ୧୫ ଟିଣ ନୂଆ ଘିଅ ।ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ […]
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ୨ ଦିନ ବନ୍ଦ ରହିବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅକ୍ଟୋବର ୭ ତାରିଖ ଓ ୧୪ ତାରିଖରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି।ନୂଆ ସରକାର ଗଠନ ହେବା ପରେ ଜୁଲାଇ ମାସ ପ୍ରଥମ ସୋମବାର ଅର୍ଥାତ୍ ଜୁଲାଇ ୧ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ କରୁଛନ୍ତି। ଭୁବନେଶ୍ୱରର ୟୁନିଟ-୫ […]
ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏହାରି ଭିତରେ ତଦନ୍ତ କମିଶନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପାଇଁ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନୋଟିଫିକେସନ ପରଠାରୁ ୨୧ ଦିନ ଯାଏ ସତ୍ୟପାଠ ଆହ୍ବାନ କରାଯାଇଛି । ଘଟଣା ସଂପର୍କରେ ଜାଣିଥିଲେ ସତ୍ୟପାଠ ଜରିଆରେ ମତ ରଖିପାରିବେ । ସର୍କିଟ ହାଉସରେ ଏକ ବକ୍ସ ରଖାଯାଇଛି । ଯିଏ ଚାହିଁବେ ଏହି ବକ୍ସରେ ମତ ରଖିପାରିବେ । ଇ-ମେଲ୍ […]
ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି । ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ୧୦ ତାରିଖ ସୁଦ୍ଧା ସମସ୍ତ ବ୍ୟବସ୍ଥା କରିବାକୁ ସିଏମସି ଓ ଜିଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାବଣ ପୋଡ଼ି ଦେଖିବାକୁ କଟକକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ […]
ଏଥର ଯୁକ୍ତ ଦୁଇ ପରୀକ୍ଷା ଦୁଇ ଭାଗରେ ହେବ। ଇଣ୍ଟରନାଲ ଓ ମେନ ପରୀକ୍ଷା। ଇଣ୍ଟରନାଲ ଡ଼ିସେମ୍ବର ୨୬ ରୁ ୩୦ ଯାଏଁ ହେବ ପରୀକ୍ଷା। ଜାନୁଆରୀ ୨ ରୁ ୧୨ ଭିତରେ ହେବ ପ୍ରାକ୍ଟିକାଲ ପରୀକ୍ଷା। ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ଭିତରେ ମେନ ପରୀକ୍ଷା ହେବ। ଫର୍ମ ଫିଲ ଅପ ଚାଲିଛି। ଯେଉଁମାନେ କରି ନାହାନ୍ତି, ଫାଇନ ଡେଟରେ କରିବେ। ୭୫% ଉପସ୍ଥାନ ନଥିଲେ, ମିଳିବନି ଆଡମିଟ କାର୍ଡ। ସମସ୍ତ ଷ୍ଟ୍ରିମର ଫଳାଫଳ […]
ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଘରୋଇ ବସ ମାଲିକ ସଂଘ। ଆସନ୍ତା ୭ ଓ ୮ ତାରିଖରେ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନେଇଛନ୍ତି ନିଷ୍ପତ୍ତି।ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା, ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ୍ ଚଳାଚଳ ନେଇ ବସ୍ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା।ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ବସ୍ ମାଲିକମାନେ ଲକ୍ଷ୍ମୀ […]
ଇଂଜିନିୟରିଂ ପିଲାଙ୍କୁ ରାତ୍ର ଭୋଜନରେ ଦିଆଯାଇଥିବା ଆଳୁ ତରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା। ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।ଶୁକ୍ରବାର ରାତିରେ ପିଲାମାନଙ୍କୁ ରାତି ଭୋଜନରେ ରୁଟି ସହ ଆଳୁ ତରକାରୀ ଦିଆଯାଇଥିଲା। ଖାଇବା ବେଳେ ତରକାରୀରୁ ବିଛା ଓ ମଲା ଝିଟିପିଟି ବାହାରିଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ବାରମ୍ବାର ଖାଇବାରୁ ପୋକ, ଝିଟିପିଟି ଓ ବିଛା […]
